ବୌଦ୍ଧ NAC ରେ ବିଜେଡି ର ବାଜିମାତ

0
235
ବୌଦ୍ଧ NAC ରେ

ରିପୋର୍ଟ : ସୁଶାନ୍ତ ବେହେରା //
ବୌଦ୍ଧ, (୨୬/୦୩) : ପୌର ନିର୍ବାଚ ବୌଦ୍ଧ NAC ରେ ସମସ୍ତ ଙ୍କୁ ପଛରେ ପକାଇ ପୁଣି ବିଜେଡି ନିଜର ଗଡ଼ ଆଧିପତ୍ୟ ବିସ୍ତାର କରିଛି ଚଳିତ ମାସ ଗତ ୨୪ ତାରିଖରେ ଜନସାଧାରଣ ମତଦାନ ଦେଇଥିବା ବେଳେ ଆଜି ଭୋଟ ଗଣତି କାର୍ଯ୍ୟକ୍ରମ ସକାଳ ୮ ଘଣ୍ଟା ରେ ଆରମ୍ଭ ହୋଇଥିଲା |

ଏହି ଗଣତିରେ ବିଜେଡି ଓ଼ ଜାତୀୟ କଂଗ୍ରେସ ର କଡା ଟକର ଚାଲିଥିବା ବେଳେ ବିଜେପି ଏହି ଦୌଡରେ ପଛରେ | ବିଜେଡି ପକ୍ଷରୁ ମେୟର ପ୍ରାର୍ଥୀ ମୃତ୍ୟୁଞ୍ଜୟ ମିଶ୍ର ୪୮୮୨ ଖଣ୍ଡ ଭୋଟ ପାଇ ଥିବା ବେଳେ ପ୍ରତିଦ୍ବନ୍ଦୀ କଂଗ୍ରେସ ପାର୍ଥି ଗଣେଶ ପ୍ରସାଦ ଅଗ୍ରୱାଲା ୩୫୪୧ ଓ ବିଜେପି ପ୍ରାର୍ଥୀ ଯୁଗଳ କିଶ୍ବର ସାମଲ ୩୦୦୦ ଟି ଭୋଟ ପାଇଥିଲେ | ଅନ୍ୟ ପ୍ରତିଦ୍ବନ୍ଦୀ ଙ୍କ ଭୋଟ ମିଶି ବୌଦ୍ଧ NAC ରେ ୧୧୭୭୪ ମତ ଦାନ ହୋଇଥିଲା |

ଭୋଟ ଅନୁଯାଇ ବିଜେଡି ପ୍ରାର୍ଥୀ ୧୩୪୦ ଭୋଟରେ ଆଗୁଆ ରହି ମୃତ୍ୟୁଞ୍ଜୟ ମିଶ୍ର ବୌଦ୍ଧ ଜିଲ୍ଲା NAC ଅଧକ୍ଷ ଆସନ ଟିକୁ ବାଜିମାତ କରିଛନ୍ତି |ତେଣୁ ବିଜେଡି ଦଳୀୟ ନେତୃବୃନ୍ଦ ଓ ବିଭିନ୍ନ ମହଳରେ ଉତ୍ସାହ ଖେଳିଯାଇଛି |