ଅଗଷ୍ଟ ଗାଇଡଲାଇନ୍ : ରାତି ୮ ଟାରୁ ଜାରି ହେବ କର୍ଫ୍ୟୁ, ଖୋଲିବ ସିନେମା ହଲ,ପାର୍କ, ମଲ

0
213

ରିପୋର୍ଟ : ସୁଭାସିସ ନାୟକ //
ଭୁବନେଶ୍ୱର,(୩୧/୦୭) : କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଲକଡାଉନ ଅବଧିକୁ ସେପ୍ଟେମ୍ବର ମାସ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତ । ଏଥର ପୂର୍ବ ଅପେକ୍ଷା କଟକଣା କୋହଳ କରିବା ସହ ସାରା ରାଜ୍ୟରେ ଦୋକାନ ବଜାର ରାତି ୮ଟା ପର୍ଯ୍ୟନ୍ତ ଖୋଲା ରହିବ ବୋଲି କୁହାଯାଇଛି । ଅଗଷ୍ଟ ଗାଇଡଲାଇନ୍ ଅନୁଯାୟୀ ରାତି ୮ଟାରୁ ସକାଳ ୬ଟା ଯାଏ ନାଇଟ କର୍ଫ୍ୟୁ ଲାଗୁ ହେବ । ହେଲେ ସଂକ୍ରମଣ କମି ନ ଥିବା ଭୁବନେଶ୍ୱର, କଟକ, ପୁରୀରେ ପୂର୍ବ ଭଳି ସପ୍ତାହାନ୍ତ ସଟଡାଉନ ଜାରି ରହିବ ।

ଅଗଷ୍ଟ ଗାଇଡଲାଇନ୍ ସଂପର୍କରେ ଏସଆରସି ପ୍ରଦୀପ ଜେନା ଘୋଷଣା କରିଛନ୍ତି,ଅଆମ ରାଜ୍ୟରେ ୨୭ ଜିଲ୍ଲାରେ ସଂକ୍ରମଣ ହାର ନଗଣ୍ୟ ଅଛି । କଟକ, ଖୋର୍ଦ୍ଧା, ପୁରୀରେ ଟିକେ ଅଧିକ ରହିଛି । କିନ୍ତୁ ଏହା ଚିନ୍ତାଜନକ ନୁହେଁ । ଜୀବନ-ଜୀବିକା ସମନ୍ୱୟ ପାଇଁ ଧିରେ ଧିରେ ଅନଲକ୍ ହେଉଛି । ରାଜ୍ୟରେ ଦେଢ଼ କୋଟିରୁ ଅଧିକ ଲୋକଙ୍କୁ ଟିକା ଦିଆଗଲାଣି । ରାଜ୍ୟରେ ସଂକ୍ରମଣ ଅନେକାଂଶରେ ନିୟନ୍ତ୍ରଣକୁ ଆସିଥିବା ସେ କହିଛନ୍ତି ।

ଗାଇଡଲାଇନ୍ ନେଇ ସେ କହିଛନ୍ତି ଯେ, ପ୍ରତି ଦିନ ରାତି ୮ଟାରୁ ସକାଳ ୬ଟା ଯାଏ ନାଇଟ କର୍ଫ୍ୟୁ ଲାଗୁ ହେବ । ଭୁବନେଶ୍ୱର, କଟକ, ପୁରୀରେ ସପ୍ତାହାନ୍ତ ସଟଡାଉନ ଜାରି ରହିବ । ସାରା ରାଜ୍ୟରେ ଦୋକାନ ବଜାର ରାତି ୮ଟା ଯାଏ ଖୋଲା । ରେଷ୍ଟୁରାଣ୍ଟ, ବାର୍ ୫୦% କ୍ଷମତାକୁ ନେଇ ଖୋଲି ପାରିବ । ସିନେମା ହଲ୍ ୫୦% ଦର୍ଶକ କ୍ଷମତାକୁ ନେଇ ଖୋଲିପାରିବ ।

ହଲ୍, ମଲ୍ ଯାଉଥିବା ପ୍ରାପ୍ତବୟସ୍କ ଲୋକଙ୍କ ଟିକା ସାର୍ଟିଫିକେଟ ଜରୁରୀ । ସମସ୍ତ ଧାର୍ମିକ, ରାଜନୈତିକ, ସାମାଜିକ ସମାବେଶ ମନା । ପ୍ରଦର୍ଶନୀ, ବାଣିଜ୍ୟକ ମେଳା ମହୋତ୍ସବ ମଧ୍ୟ ବାରଣ କରାଯାଇଛି । ସମୁଦ୍ର କୂଳ ଏବଂ ପାର୍କ ଖୋଲା ରହିବ । ଗାଇଡଲାଇନ ମାନିବେ ପର୍ଯ୍ୟଟକ । ସମସ୍ତ ମଲ୍ ଖୋଲିବ କହିଲେ ସ୍ୱତନ୍ତ୍ର ରିଲିଫ୍ କମିଶନର । ସୀମିତ ସଂଖ୍ୟକ ଗ୍ରାହକଙ୍କୁ ନେଇ ଖୋଲି ପାରିବ ମଲ୍ ।

ସେହିପରି ରାଜ୍ୟ ଭିତରେ ବସ୍ ଚାଲୁ ରହିବ । ପ୍ରଦର୍ଶନୀ, ବାଣିଜ୍ୟିକ ମେଳା ମହୋତ୍ସବକୁ ବାରଣ କରାଯାଇଛି । ସମୁଦ୍ର କୂଳ, ପାର୍କ ଖୋଲା ରହିବ; ଗାଇଡଲାଇନ ମାନିବେ ପର୍ଯ୍ୟଟକ । ସୀମିତ ସଂଖ୍ୟକ ଗ୍ରାହକଙ୍କୁ ନେଇ ଖୋଲି ପାରିବ ମଲ୍ । ଧାର୍ମିକ ପୀଠ ଖୋଲିବାକୁ ଜିଲ୍ଲାପାଳମାନେ ନିଷ୍ପତ୍ତି ନେଇପାରିବେ । ଶ୍ରୀମନ୍ଦିର, ଶ୍ରୀଲିଙ୍ଗରାଜ ପ୍ରଶାସନ ନିଜେ ଏନେଇ ନିଷ୍ପତ୍ତି ନେବେ । ବିବାହ ଓ ଶୁଦ୍ଧିକ୍ରିୟା ନେଇ ଥିବା ପୂର୍ବ କଟକଣା ଜାରି ରହିବ । ନନ୍ଦନକାନନ, ଇଣ୍ଡୋର, ୱାର୍ଟର ପାର୍କ ଆଦି ଖୋଲା ଯାଇ ପାରିବ ।