ନବବିବାହିତ ଦମ୍ପତିଙ୍କୁ ଗିଫ୍ଟ ଆକାରରେ ମିଳିଲା Bulldozer

0
173
ନବବିବାହିତ ଦମ୍ପତିଙ୍କୁ

ରିପୋର୍ଟ : ଓଡିଶା ନ୍ୟୁଜ୨୪ //
ନୂଆଦିଲ୍ଲୀ, (୨୮/୦୩) : ନିକଟରେ ସମାପ୍ତ ହୋଇଥିବା ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ ବିଜେପି ବହୁମତ ପାଇ ଯୋଗୀ ଆଦିତ୍ୟନାଥ କ୍ରମାଗତ ଦ୍ୱିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଗାଦିରେ ବସିଛନ୍ତି । ତେବେ ଏଥର ନବବିବାହିତ ଦମ୍ପତିଙ୍କୁ ‘ବୁଲଡୋଜର’ ଗିଫ୍ଟ କୁ ନେଇ ବେଶି ଚର୍ଚ୍ଚାରେ ରହିଥିଲେ ଯୋଗୀ ।

ଅପରାଧୀ ଓ ମାଫିଆଙ୍କ ବିରୋଧରେ ବୁଲଡୋଜର ଚଳାଇବା ପାଇଁ ଯୋଗୀ ନିର୍ବାଚନ ପ୍ରଚାର ସମୟରେ ସ୍ଲୋଗାନ ଦେଇଥିଲେ । ତେବେ ଉକ୍ତ ଘଟଣା ର ଝଲକ ଦେଖିବାକୁ ମିଳିଛି ସାଧାରଣ ଲୋକଙ୍କ ଦୈନନ୍ଦିନ ଜୀବନରେ । ଏକ ବିବାହରେ ନବବିବାହିତ ଦମ୍ପତିଙ୍କୁ ଗିଫ୍ଟ ଆକାରରେ ବୁଲଡୋଜର ପ୍ରଦାନ କରାଯାଇଛି ।

ଏହି ଘଟଣାକୁ ନେଇ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଏ ନେଇ ବର ଜଣଙ୍କ କହିଥିଲେ, ବୁଲଡୋଜର ହେଉଛି ଆମର ଝିଅ, ଭଉଣୀମାନଙ୍କର ସୁରକ୍ଷା ର ପ୍ରତୀକ । ଏଥିସହ ଏହା ୟୁପିର ବିକାଶ ର ପ୍ରତୀକ ମଧ୍ୟ । ଏହି ଅବସରରେ ସେ ଯୋଗୀଙ୍କୁ ଥ୍ୟାଙ୍କ ୟୁ କହିବାକୁ ଭୁଲି ନଥିଲେ । ସେହିପରି ଏ ନେଇ ପ୍ରୟାଗରାଜ ର ମେୟର କହିଥିଲେ ଯେ, ବୁଲଡୋଜର ୟୁପି ର ସୁଖ, ଶାନ୍ତିର ପ୍ରତୀକ । ରାଜ୍ୟ ର ଯେଉଁ ସ୍ଥାନରେ ଖରାପ କାର୍ଯ୍ୟ ହେବ, ଉକ୍ତ ସ୍ଥାନରେ ବୁଲଡୋଜର ବାବା ସମସ୍ତଙ୍କୁ ଉଚିତ ଶିକ୍ଷା ପ୍ରଦାନ କରିବେ ।

ଚଳିତ ବିଧାନସଭା ନିର୍ବାଚରେ ଯୋଗୀଙ୍କ ବୁଲଡେଜାର ବହୁତ ଚର୍ଚ୍ଚାରେ ରହିଥିଲା । ସରକାରୀ ଜମି ଉପରେ କବଜା କରିଥିବା ମାଫିଆଙ୍କ ସମ୍ପତ୍ତି ଉପରେ ଯୋଗୀ ବୁଲଡୋଜର ଚଳାଇ ଦେଇଥିଲେ । ତେବେ ଏହି ବୁଲଡୋଜର କ୍ରେଜ୍ ବର୍ତ୍ତମାନ ଯୁବପୀଢ଼ିଙ୍କ ମଧ୍ୟରେ ବଢ଼ିବାରେ ଲାଗିଛି । ବର୍ତ୍ତମାନ ସୁଦ୍ଧା ଗାଜିଆବାଦ, ଶାମଲୀ, ଜୌନପୁର, ଦେଓବନ୍ଦ, ବହରାଇଚ, ପ୍ରୟାଗରାଜ, େିବରିୟା, ନୋଏଡ଼ା ଓ ଅମରୋହରେ କୋଟି କୋଟି ଟଙ୍କାର ବେଆଇନ ସମ୍ପତ୍ତି ଉପରେ ବାବାଙ୍କ ବୁଲଡୋଜାର ଲାଗି ସାରିଲାଣି ।