ସରକାରଙ୍କୁ ପୁଣି ଘାରିଲା କରୋନା ଚିନ୍ତା : ଏହି ସହରରେ ଲାଗିବାକୁ ଯାଉଛି ଲକଡାଉନ୍

0
243
ସରକାରଙ୍କୁ ପୁଣି ଘାରିଲା

ରିପୋର୍ଟ : ଓଡିଶା ନ୍ୟୁଜ୨୪ //
ନୂଆଦିଲ୍ଲୀ, (୨୮/୦୩) : କରୋନା ର ଉତ୍ପତ୍ତି ସ୍ଥଳ ଚୀନ ପୁଣି ଥରେ ମହାମାରୀ କବଜାକୁ ଆସିଛି । କରୋନା ର ଓମିକ୍ରନ ଭାରିଆଣ୍ଟ ର ବଢ଼ୁଥିବା ମାମଲାକୁ ନେଇ ସରକାରଙ୍କୁ ପୁଣି ଘାରିଲା କରୋନା ଚିନ୍ତା ।

ଚୀନ ର ଆର୍ଥିକ ରାଜଧାନୀ ଶାଙ୍ଘାଇରେ ଲଗାତାର ନୂଆ କେସ୍ ଚିହ୍ନଟ ହେଉଛି, ଏଥିରୁ ମୁକୁଳିବା ପାଇଁ ସରକାର ସେଠାରେ ଲକଡାଉନ୍ ଲଗାଇବାକୁ ଘୋଷଣା କରିଛନ୍ତି । ସ୍ଥାନୀୟ ପ୍ରଶାସନ ପକ୍ଷରୁ କୁହାଯାଇଛି ଯେ, ସବୁଠାରୁ ଅଧିକ ଜନସଂଖ୍ୟା ଥିବା ସହର ଶାଙ୍ଘାଇ ସୋମବାରରୁ ଶୁକ୍ରବାର ପର୍ଯ୍ୟନ୍ତ ନିଜର ପୂର୍ବଭାଗ ବନ୍ଦ କରିଦେବ । ଏହା ପରେ ୧ ଏପ୍ରିଲରୁ ତାହାର ପଶ୍ଚିମ ଭାଗରେ ଏହିପରି ଲକଡାଉନ୍ ଲାଗିବ । ତେବେ ଶାଙ୍ଘାଇ ୨୫ ମିଲିଅନ୍ ଜନସଂଖ୍ୟା ବିଶିଷ୍ଟ ମହାନଗର, ଯାହାକି ସଂକ୍ରମଣ ର ହଟସ୍ପଟ୍ ପାଲଟିଛି । ମାର୍ଚ୍ଚ ର ଆରମ୍ଭରୁ ସେଠାରେ କରୋନା ମହାମାରୀ ମାମଲା ବଢ଼ିବାରେ ଲାଗିଛି । ଏବେ ସରକାରଙ୍କୁ ପୁଣି ଘାରିଲା କରୋନା ଚିନ୍ତା ।

ସୂଚନା ଅନୁସାରେ, ରବିବାର ଦିନ ସେଠାରେ ୪୫,୦୦୦ରୁ ଅଧିକ ମାମଲା ଚିହ୍ନଟ ହୋଇଛି । ଏହା ପୂର୍ବରୁ ଅଧିକାରୀମାନେ ଲକଡାଉନ ଲାଗୁ କରିବାକୁ ମନା କରିଥିଲେ, କିନ୍ତୁ ପରିସ୍ଥିତି ଦେଖି ସେଠାରେ ଲକଡାଉନ୍ ଲାଗୁ କରିବାକୁ ସେମାନେ ବାଧ୍ୟ ହୋଇଛନ୍ତି ।