ପାକିସ୍ତାନ ସଂସଦ ଭଙ୍ଗ ଆଇନସମ୍ମତ ନା ବେଆଇନ ? ସୋମବାର ରାୟ ଶୁଣାଇବେ ପାକ୍ ସୁପ୍ରିମକୋର୍ଟ

0
159
ପାକିସ୍ତାନ ସଂସଦ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ନୂଆଦିଲ୍ଲୀ, (୦୪/୦୪) : ଶେଷ ଓଭରରେ ଇମ୍ରାନ ବଲ ହଜେଇଦେଲେ । ବିରୋଧୀଙ୍କୁ ଦେଲେ ଝଟକା । ପାକିସ୍ତାନ ସଂସଦ ରେ ଓ ସଂସଦ ବାହାରେ ଦେଖାଦେଇଛି ରାଜନୀତି ର ହାଇଡ୍ରାମା ।

ରବିବାର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ତାଙ୍କ ବିରୋଧରେ ଆସିଥିବା ଅନାସ୍ଥା ପ୍ରସ୍ତାବକୁ ଖୁବ ଚତୁରତାରେ ଏଡ଼ାଇ ଦେଇଛନ୍ତି । ପ୍ରଥମେ ପାକିସ୍ତାନ ସଂସଦ ରେ ଆସିଥିବା ଅନାସ୍ଥା ପ୍ରସ୍ତାବକୁ ଅଗ୍ରାହ୍ୟ କରିଦେଇଥିଲେ ଉପବାଚସ୍ପତି କ୍ବାସିମ ଖାନ ସୁରୀ । ପରେ ପ୍ରଧାନମନ୍ତ୍ରୀ ଇମ୍ରାନ ସଂସଦ ଭଙ୍ଗ ନେଇ ଘୋଷଣା କରିଥିଲେ । ତେବେ ସଂସଦ ଭଙ୍ଗ ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଛି । ଯାହାର ରାୟ ସୋମବାର ପ୍ରକାଶ ପାଇବ ।

ଭଙ୍ଗ ହୋଇଥିଲା ସଂସଦ

ସଂସଦର କାର୍ଯ୍ୟକାଳ ଆରମ୍ଭ ହେବା ପରେ ସମସ୍ତଙ୍କ ନଜର ଥିଲା ଇମ୍ରାନ ଇସ୍ତଫା ଦେବେ ନା ଭୋଟିଂ ହେବ । ତେବେ ଆଇନ ମନ୍ତ୍ରୀ ଫୱାଦ ଚୌଧୁରୀ ଗୃହରେ କହିଥିଲେ ଯେ ଇମ୍ରାନଙ୍କ ସରକାର ଭାଙ୍ଗିବୁକ ବିଦେଶୀ ଶକ୍ତି ଷଡ଼ଯନ୍ତ୍ର କରୁଛନ୍ତି । ସଂସଦର ଧାରା ୯୫ ଅନୁସାରେ ଏଭଳି ଉଦ୍ୟମକୁ ଅନୁମତି ଦିଆଯିବା ଅନୁଚିତ । ଫୱାଦଙ୍କ ବକ୍ତବ୍ୟ ସରୁ ସରୁ ଆସିଥିବା ଅନାସ୍ଥା ପ୍ରସ୍ତାବକୁ ଖାରଜ କରିଦେଇଥିଲେ ଉପବାଚସ୍ପତି ।

ଏଥି ସହିତ ନ୍ୟାସନାଲ ଆସମ୍ବଲିକୁ ମୁଲତବୀ କରିଦେଇଥିଲେ । ଏହି ସମୟରେ ପାର୍ଲାମେଣ୍ଟରେ ଦେଖାଦେଇଥିଲା ଠେଲାପେଲା ଓ ନାରାବାଜି । ବିରୋଧୀ ପ୍ଲାନ ବି ମଧ୍ୟ ଦେଇଥିଲେ । ସେମାନେ ନିଜ ଆଡୁ ନୂଆ ବାଚସ୍ପତି ଘୋଷଣା କରିଥିଲେ । ଏଥି ସହିତ ଇମ୍ରାନ ଧୋକା ଦେଇଛନ୍ତି ବୋଲି ଇମ୍ରାନଙ୍କ ବିରୋଧୀ ପିପିପି ଅଧ୍ୟକ୍ଷ ବିଲାୱାଲ ଭୁଟ୍ଟୋ କହିଥିଲେ ।

ସୋମବାର ଆସିବ ରାୟ

ସଂସଦକୁ ଭଙ୍ଗ କରିବା ଲାଗି ଇମ୍ରାନଙ୍କ ସୁପାରିଶକୁ ଗ୍ରହଣ କରିଦେଇଥିଲେ ରାଷ୍ଟ୍ରପତି ଆରିଫ ଆଲଭି । ୯୦ ଦିନ ମଧ୍ୟରେ ନିର୍ବାଚନ କରିବା ଲାଗି ନିର୍ଦ୍ଦେଶ ଦେଇଥିଲେ । ସେପଟେ ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଯାଇଛି । ନିଜଆଡୁ ମାମଲା ରୁଜୁ କରି ପାକିସ୍ତାନ ସୁପ୍ରିମକୋର୍ଟ ଏହାର ଶୁଣାଣି ପାଇଁ ଧାର୍ଯ୍ୟ କରିଛନ୍ତି । ଏହା ଉପରେ ସୋମବାର ରାୟ ପ୍ରକାଶ ପାଇବ ।

ସଂସଦ ଭଙ୍ଗ ନିଷ୍ପତ୍ତି ର ବୈଧତା ବିଚାର କରିବେ ସୁପ୍ରିମକୋର୍ଟ । ସେପଟେ ଇମ୍ରାନଙ୍କ ସମର୍ଥକମାନେ ପାର୍ଲାମେଣ୍ଟ ବାହାରେ ଏକାଠି ହୋଇ ନାରାବାଜି କରିଥିଲେ । ଯିଏ ଆମେରିକା ର ବନ୍ଧୁ ସେ ଦେଶଦ୍ରୋହୀ ଏମିତି କିଛି ସ୍ଲୋଗନ ଦେଇଥିବା ଦେଖିବାକୁ ମିଳିଥିଲା ।