ବୋରିଗୁମ୍ମା ବନାଞ୍ଚଳ ରେ ବନାଗ୍ନି ନିରାକରଣ ସଚେତନତା କାର୍ଯ୍ୟକ୍ରମ

0
261
ବୋରିଗୁମ୍ମା ବନାଞ୍ଚଳ

ରିପୋର୍ଟ : ରବିଶଙ୍କର ମହାପାତ୍ର //
ବୋରିଗୁମ୍ମା, (୩୦/୩) : ବୋରିଗୁମ୍ମା ବନାଞ୍ଚଳ ତରଫରୁ ଆଜି କେନ୍ଦ୍ରୀୟ ଚାରା ଉଦ୍ୟାନ କେନ୍ଦ୍ର, ବୋରିଗୁମ୍ମା ଠାରେ ଏକ ବନାଗ୍ନି ନିବାରଣ, ନିୟନ୍ତ୍ରଣ ଏବଂ ପରିଚାଳନା ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି ।7bdeb094 2bc0 42da 8342 5d141389e54e 1 ବୋରିଗୁମ୍ମା ବନାଞ୍ଚଳ ରେ ବନାଗ୍ନି ନିରାକରଣ ସଚେତନତା କାର୍ଯ୍ୟକ୍ରମ

ଏହି କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ ପଞ୍ଚାୟତ ସମିତି ଅଧ୍ୟକ୍ଷା ଶ୍ରୀମତୀ ଦିପ୍ତିମୟୀ ନାୟକ ଯୋଗଦେଇ ଥିବା ବେଳେ ବୋରିଗୁମ୍ମା ବନାଞ୍ଚଳ ଅଧିକାରୀ ରାମଚନ୍ଦ୍ର ନେପାକ ସଭାପତିତ୍ବ କରିଥିଲେ । ବେସରକାରୀ ସଂଗଠନ ର ମୂଖ୍ୟ ଇଶ୍ବର ଚନ୍ଦ୍ର ସାବତ କାର୍ଯ୍ୟକ୍ରମରେ ସହଯୋଗ କରିଥିବା ଜଣା ପଡିଛି ।

ଜଙ୍ଗଲରେ ଅକସ୍ମାତ୍ ନିଆଁ ଲାଗିବା ଦ୍ବାରା ପରିବେଶ ଅସନ୍ତୁଳନ ଭଳି ଉପୁଜୁଥିବା ବିଭିନ୍ନ ସମସ୍ୟା ଗୁଡିକ ଉପରେ ମଞ୍ଚାସୀନ ଅତିଥିମାନେ ଉପସ୍ଥିତ ଗ୍ରାମ୍ୟ ଜଙ୍ଗଲ କମିଟି ର ସଭ୍ୟମାନଙ୍କୁ ସଚେତନ କରିଥିଲେ ଅନ୍ୟମାନଙ୍କ ମଧ୍ୟରେ ଅଗ୍ନିଶମ ବିଭାଗ ଅଧିକାରୀ ନାରାୟଣ ସାହୁ ଅଗ୍ନି ନିର୍ବାଚନ ସମ୍ବନ୍ଧୀୟ ତାଲିମ ପ୍ରଦାନ କରିଥିଲେ । ବୋରିଗୁମ୍ମା ବନପାଳ ବ୍ରଜରାଜ ରନ୍ଧାରୀ, ପ୍ରଶାନ୍ତ କୁମାର ପଣ୍ଡା, ପୂର୍ବ ଜିଲ୍ଲା ପରିଷଦ ସଭ୍ୟ ଏଲ୍. ନାରାୟଣ ରାଓ, ଗୋପାଳକୃଷ୍ଣ ଭାରତୀ, ସବିତା ନାୟକ, ଅନିଲ କୁମାର ବେହେରା, କାଶୀ ବେହେରା ପ୍ରମୁଖ କାର୍ଯ୍ୟକ୍ରମରେ ସହାୟତା କରିଥିବା ଜଣାପଡିଛି ।