ବିନିକା ଏନଏସି ର ଅଧ୍ୟକ୍ଷ ଭାବେ ଦାୟିତ୍ଵ ନେଲେ ସୁବାସ

0
210
ବିନିକା ଏନଏସି ର

ରିପୋର୍ଟ : ଧ୍ରୁବରାଜ ମିଶ୍ର //
ବିନିକା, (୩୦/୩) : ବିନିକା ଏନଏସି ର ନୂତନ ଅଧ୍ୟକ୍ଷ ଭାବେ ବିଜୁ ଜନତା ଦଳର ସୁବାସ ଚନ୍ଦ୍ର ଭୋଇ ଆଜି ଦାୟିତ୍ଵ ଗ୍ରହଣ କରିଛନ୍ତି ।c8f116cc ec91 40f0 9db0 1d6ba4a0d368 ବିନିକା ଏନଏସି ର ଅଧ୍ୟକ୍ଷ ଭାବେ ଦାୟିତ୍ଵ ନେଲେ ସୁବାସ

ପ୍ରାରମ୍ଭରେ ଅଧ୍ୟକ୍ଷ ସୁବାସ ଓ ପରିଷଦ ର ନିର୍ବାଚିତ କାଉନସିଲର ମାନେ ସ୍ଥାନୀୟ ପୁରୁଣା ବସଷ୍ଟାଣ୍ଡ ସ୍ଥିତ ମାଁ ଦୂର୍ଗା ଦେବୀଙ୍କ ଆଶୀର୍ବାଦ ଲୋଡି ତାଙ୍କ ସମର୍ଥକ ଙ୍କ ଗହଣରେ ଶୋଭାଯାତ୍ରା ରେ ବିନିକା ଏନଏସି କାର୍ଯ୍ୟାଳୟକୁ ଆସିବା ପରେ ଫୁଲ ଚନ୍ଦନ ଦେଇ ସ୍ଵାଗତ କରାଯାଇଥିଲା । ପରେ କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀକୁମାର ରଥ ନୂତନ ଅଧ୍ୟକ୍ଷ ଙ୍କୁ ପାଛୋଟି ନେଇ ତାଙ୍କ ଆସନରେ ଅଳଙ୍କୃତ କରିଥିଲେ । ପରେ ପରିଷଦ ର ସମସ୍ତ କର୍ମଚାରୀ ଫୁଳଗୁଛ ଓ ଉପଢ଼ୌକନ ଦେଇ ନୂତନ ପରିଷଦ ସଦସ୍ୟ/ସଦସ୍ୟା ଙ୍କୁ ସମ୍ବର୍ଦ୍ଧିତ କରିଥିଲେ ।4a079957 30b5 40dd 9616 71210db5170c ବିନିକା ଏନଏସି ର ଅଧ୍ୟକ୍ଷ ଭାବେ ଦାୟିତ୍ଵ ନେଲେ ସୁବାସ

ଏହି ଅବସରରେ ତହସିଲଦାର ମୁକ୍ତେଶ୍ଵର ପାଣିଗ୍ରାହୀ ଯୋଗ ଦେଇଥିଲେ । ସେହିପରି ଅବସରପ୍ରାପ୍ତ ଶିକ୍ଷକ ବିନୋଦ ବିହାରୀ ନାଏକ ପରିଷଦ ଭାର ସମ୍ଭାଳି ଥିବା ସମସ୍ତ ସଦସ୍ୟ ଗୋଟିଏ ପରିବାର ହୋଇ ଚାଲିବା ସହ ସୁନ୍ଦର ବିନିକା ଏନଏସି ଗଠନ ଦିଗରେ ପ୍ରୟାସ କରିବାକୁ ଉପଦେଶ ଦେଇଥିଲେ । ନୂତନ ଅଧ୍ୟକ୍ଷ ସୁବାସ ବିନିକା ବିଜ୍ଞାପିତ ପରିଷଦ ଅଞ୍ଚଳର ବିକାଶ ପାଇଁ ସମସ୍ତ ପ୍ରକାର ଉଦ୍ୟମ କରାଯିବ ବୋଲି ବକ୍ତବ୍ୟ ରଖିଥିଲେ ।