କଳାହାଣ୍ଡି କୋକସରା ପୋଲିସ ଦ୍ୱାରା ୪୪.୭ କେଜି ଗଞ୍ଜେଇ ଜବତ : ୩ ଅଭିଯୁକ୍ତ ଗିରଫ

0
152

ରିପୋର୍ଟ : ଦେବଦତ୍ତ ପଣ୍ଡା
କଳାହାଣ୍ଡି,ତା.(୩୧/୦୭) : କଳାହାଣ୍ଡି କୋକସରା ପୋଲିସ ପକ୍ଷରୁ ଏକ ବୋଲେରୋ ଗାଡିରୁ ୪୪.୭ କେଜି ଗଞ୍ଜେଇ ଜବତ କରାଯାଇଥିବା ଜଣାପଡିଛି ।WhatsApp Image 2021 08 01 at 8.11.55 AM କଳାହାଣ୍ଡି କୋକସରା ପୋଲିସ ଦ୍ୱାରା ୪୪.୭ କେଜି ଗଞ୍ଜେଇ ଜବତ : ୩ ଅଭିଯୁକ୍ତ ଗିରଫ

କୋରାପୁଟ ଜିଲ୍ଲାରୁ ଛତିଶଗଡ କୁ ଚୋରାରେ ଗଞ୍ଜେଇ ଚାଲାଣ ହେଉଥିବା କୌଣସି ସୂତ୍ରରୁ ଖବର ପାଇ କଳାହାଣ୍ଡି କୋକସରା ପୋଲିସ ଥାନା ଆଇଆଇସି ରମଣୀ ରଂଜନ ଦଲେଇ ଙ୍କ ନେତୃତ୍ୱରେ ଏକ ପୋଲିସ ଦଳ ଚୋରାରେ ଏକ ବୋଲେରୋ ଗାଡିର ଛାତ ଉପରେ ଏବଂ ତଳେ ୨୨ ଟି ପାକେଟରେ ଗଞ୍ଜେଇ ରଖାଯାଇ ଚାଲାଣ କରାଯାଉଥିବା ଅବସ୍ଥାରେ ଜବତ କରିଥିବା କଳାହାଣ୍ଡି ଏସପିଙ୍କ ସୂତ୍ରରୁ ପ୍ରକାଶ ।

ଏହି ଘଟଣାରେ ସଂପୃକ୍ତ ବୋଲେରୋ ଓଡି-୧୦କେ-୪୯୪୭, ୩ଟି ମୋବାଇଲ, ନଗଦ ଟ୧୪୯୫/- ସମେତ ୨୨ଟି ପାକେଟରେ ଥିବା ୪୪.୭ କେଜି ଗଞ୍ଜେଇ ଜବତ କରାଯିବା ସମେତ ଅଭିଯୁକ୍ତ କୋରାପୁଟ ଜିଲ୍ଲା ପଡୱା ଥାନା ଅଂଚଳର ଗୋବିନ୍ଦ ପୁଜାରୀ (୨୬) ଓ ଶଙ୍କର ରାଓ କୁଡା (୨୬) ଏବଂ ନନ୍ଦପୁର ଥାନା ଅଂଚଳର ଭିକାରୀ ଖରା ( ୪୫) କୁ ଗିରଫ କରାଯାଇଥିବା ପ୍ରକାଶ ।

ଏସଂପର୍କରେ କୋକସରା ଥାନା କେଶ ନଂ.୧୫୬/୩୧.୦୭.୨୦୨୧ ଦଫା ୨୦(ବି)(ସି) ଏନ.ଡି.ପି.ଏ.ସ. ଆଇନ ଅନୁସାରେ ଏକ ମାମଲା ରୁଜ୍ଜୁ କରାଯାଇ ତଦନ୍ତ ଜାରି ରହିଥିବା ପୋଲିସ ସୂତ୍ରରୁ ପ୍ରକାଶ ।