ନଳକୂପ ଅଚଳ ଯୋଗୁଁ ତାତିଲେ ମହିଳା : ବି.ଡି.ଓ. ଙ୍କୁ ଅଭିଯୋଗ ପରେ ସ୍ୱାଭାବିକ ହେଲା ନଳକୂପ

0
160

ରିପୋର୍ଟ : ଲୋକନାଥ ସାହୁ
ରାୟଗଡ଼ା,(୦୧/୦୮) : ରାୟଗଡ଼ା ଜିଲ୍ଲା ଗୁଡ଼ାରୀ ବ୍ଳକ ଅନ୍ତର୍ଗତ ଜଳନିଧି ଗ୍ରାମର ହରିଜନ ସାହିରେ ଦିର୍ଘ ଦିନହେଲା ନଳକୂପ ଅଚଳ ଯୋଗୁଁ ବାଧ୍ୟହୋଇ କୂଅ ପାଣି ବ୍ୟବହାର କରୁଥିଲେ |WhatsApp Image 2021 08 01 at 10.08.48 AM ନଳକୂପ ଅଚଳ ଯୋଗୁଁ ତାତିଲେ ମହିଳା : ବି.ଡି.ଓ. ଙ୍କୁ ଅଭିଯୋଗ ପରେ ସ୍ୱାଭାବିକ ହେଲା ନଳକୂପ

ବିଭାଗୀୟ କର୍ମଚାରୀ ଆସି ମରାମତି ନକରି ଅନାୟାସରେ ଚାଲିଯାଇଥିଲେ ତେଣୁ ସ୍ଥାନୀୟ ହରିଜନ ସାହି ମହିଳାମାନେ ଉତ୍ୟକ୍ତ ହୋଇ ଗୁଡ଼ାରୀ ବି.ଡି.ଓ. ଙ୍କୁ ଅଭିଯୋଗ ପାଇଁ ଯାଇଥିଲେ | କିନ୍ତୁ ବି.ଡି.ଓ. ସରକାରୀ କାର୍ଯ୍ୟରେ ରାୟଗଡ଼ା ଯାଇଥିବାରୁ ସାକ୍ଷାତ ହୋଇ ପାରିନଥିଲେ ବିଭାଗିୟ କର୍ମଚାରୀ ଉକ୍ତ ବିଷୟ ଜାଣିବାପରେ ପରମୂହୁର୍ତରେ ମରାମତି କରିବା ପରେ ନଳକୂପ ସ୍ୱାଭାବିକ ହୋଇଥିବା ଜଣାପଡିଛି |

ପ୍ରକାଶ ଥାଉକି ବର୍ତ୍ତମାନ ବର୍ଷା ଦିନ ସାଧାରଣତଃ କୂପ, ପୋଖରୀ ଝରଣା ପାଣି ଦୂଷିତ ହୋଇଥାଏ ତେଣୁ ଜନସାଧାରଣ ନଳକୂପ ଉପରେ ନିର୍ଭର କରିଥାନ୍ତି | ପୁଣି ଜମିରେ ରୁଆ ବେଉଷଣ ସମୟ ଯୋଗୁଁ ଭୋର ରୁ ରୋଷେଇ ସାରି ଜମିକୁ ନିଜ ନିଜ କାର୍ଯ୍ୟରେ ଯାଇଥାନ୍ତି |

ଏହିସମୟରେ ଜଳ ସମସ୍ୟା ହେଲେ ସମସ୍ତ କାର୍ଯ୍ୟ ବିଗିଡି ଯାଇଥାଏ ତେଣୁ ବିଭାଗୀୟ କର୍ତ୍ତୃପକ୍ଷ ଏଥିପ୍ରତି ସଜାଗ ରହିବା ଆବଶ୍ୟକ ବୋଲି ସରପଞ୍ଚ ଶ୍ରୀ ରାମଚନ୍ଦ୍ର ଗମାଙ୍ଗ ମତ ପ୍ରକାଶ କରିଥିଲେ l