ସୁବର୍ଣ୍ଣପୁର ଜ଼ିଲ୍ଲା ପୁଲିସ ପକ୍ଷରୁ ୮୭ ତମ ଓଡିଶା ପୁଲିସ ପ୍ରତିଷ୍ଠା ଦିବସ ପାଳନ

0
156
ସୁବର୍ଣ୍ଣପୁର ଜ଼ିଲ୍ଲା ପୁଲିସ

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୋନପୁର, (୧/୪) : ଆଜି ସୁବର୍ଣ୍ଣପୁର ଜ଼ିଲ୍ଲା ପୁଲିସ ପକ୍ଷରୁ ନିଉ ରିଜର୍ଭ ପୁଲିସ ପଡିଆ ଠାରେ ୮୭ ତମ ପୁଲିସ ପ୍ରତିଷ୍ଠା ଦିବସ ପାଳିତ ହୋଇ ଯାଇଛି lWhatsApp Image 2022 04 02 at 11.37.55 AM ସୁବର୍ଣ୍ଣପୁର ଜ଼ିଲ୍ଲା ପୁଲିସ ପକ୍ଷରୁ ୮୭ ତମ ଓଡିଶା ପୁଲିସ ପ୍ରତିଷ୍ଠା ଦିବସ ପାଳନ

ମୁଖ୍ୟ ଅତିଥି ରୂପେ ସୁବର୍ଣ୍ଣପୁର ଜ଼ିଲ୍ଲା ପୁଲିସ ପକ୍ଷରୁ ଏସପି ଶ୍ରୀ ଅମ୍ବରେଶ ପଣ୍ଡା ଯୋଗ ଦେଇ ପୁଲିସ ସବୁବେଳେ ଜନତା ର ବନ୍ଧୁ ପରି କାର୍ଯ୍ୟ କରି ଆସିଛି l ଲୋକଙ୍କ ନିକଟତର ହେବାକୁ ପ୍ରୟାସ ଜାରି ରଖିଛି ଏବଂ ପ୍ରତ୍ୟକ ସଙ୍କଟ ବେଳେ ପୁଲିସ ସଂଗଠିତ ହୋଇ ଦେଶ ର ଗୁରୁ ଦାୟୀତ୍ୱ ବହନ କରି ଆସିଛି ବୋଲି କହିଥିଲେ l

ଆରକ୍ଷୀ ଅଧିକ୍ଷକ ଶ୍ରୀ ପଣ୍ଡା ପ୍ୟାରେଡରେ ଅଭିବାଦନ ଗ୍ରହଣ କରିବା ସହିତ ମହାମହିମ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା ପଠନ କରିବା ସହିତ ଜିଲ୍ଲାରେ ଥିବା ପୋଲିସ ମାନଙ୍କୁ ଉତ୍ସାହିତ କରିଥିଲେ l ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ଅର୍ଜନ କରିଥିବା ପୋଲିସ ଉପ ଆରକ୍ଷୀ ନିରୀକ୍ଷକ ପ୍ରଦୀପ ପ୍ରଧାନ, ସହ ଉପ ଆରକ୍ଷୀ ନିରୀକ୍ଷକ ଅରକ୍ଷିତ ମାଝୀ, ଏ ପି ଆର ହାବିଲଦାର ପ୍ରକାଶ ଚନ୍ଦ୍ର ବଡେଇ ଓ ଆର କନେଷ୍ଟବଳ ଦଣ୍ଡବତୀ କାଁଅର, ଟ୍ରାଫିକ କଲେଷ୍ଟବଲ  ସୁନିତା ପାତ୍ର, ରିଜର୍ଭ କନେଷ୍ଟବଳ ସତ୍ୟ ନାରାୟଣ ବେହେରାଙ୍କୁ ଏସପି ସମ୍ବର୍ଦ୍ଧିତ କରିଥିଲେ l

ଏହି କାର୍ଯ୍ୟକ୍ରମରେ ନିମନ୍ତ୍ରିତ ଅତିଥି ଭାବେ ଜ଼ିଲ୍ଲାପାଳ ଅବୋଲି ସୁନୀଲ ନର୍ଭଣେ ଓ ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟନାରାୟଣ ଦାଶ, ପିଡି ଡିଆରଡିଏ ଡୋଲାମଣୀ ପଟେଲ, ଉପ ଜ଼ିଲ୍ଲାପାଳଙ୍କ ସମତେ ଜିଲ୍ଲାର ବୁଦ୍ଧିଜୀବୀ, ମିଡ଼ିଆ  ଯୋଗଦେଇ ପୁଲିସଙ୍କୁ ଉତ୍ସାହିତ କରିଥିଲେ l ଏହା ପରେ ପରେ ରିଜର୍ଭ ଅଫିସ ଠାରେ ଏକ ଜିମ ଓ ରକ୍ତ ଦାନ ଶିବିରକୁ ଅତିଥି ମାନେ ଉଦଘାଟନ କରି ପ୍ରାୟ ୫୦ ଜଣ ରକ୍ତଦାତା ଙ୍କୁ ଉତ୍ସାହିତ କରିଥିଲେ l

ଅତିରିକ୍ତ ଏସପି ହେମନ୍ତ ପାଢ଼ୀ ସମ୍ବର୍ଦ୍ଧନା ସଭା କୁ ପରିଚାଳନା କରିଥିବା ବେଳେ ସର୍ଜନ ବିଶ୍ୱ ନାଥ ଜେନା, ଆର ଆଇ ପ୍ରଦ୍ୟୁମ୍ନ କୁମାର ପଟେଲ, କନେଷ୍ଟବଳ ସଂଘ ସଭାପତି କୁମୁଦ ରଞ୍ଜନ ମେହେର, ସମ୍ପାଦକ ସୁଧାଂଶୁ ଶେଖର ମେଣ୍ଡଳୀ, ରକ୍ତ ଦାତା ସଂଘ ରାଜ୍ୟ ସଦସ୍ୟ ମନୋଜ ପଣ୍ଡା ପ୍ରମୁଖ କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ l