ଜିଲ୍ଲା ସ୍ତରୀୟ ୮୭ ତମ ଓଡିଶା ଦିବସ ମହା ସମାରୋହରେ ପାଳିତ

0
380
ଜିଲ୍ଲା ସ୍ତରୀୟ ୮୭

ରିପୋର୍ଟ : ଗୋପୀନାଥ ଗୌଡ଼ //
ରାୟଗଡ, (୦୧/୦୪) : ପୂର୍ବ ପ୍ରସ୍ତୁତି ଅନୁଯାୟୀ ଜିଲ୍ଲା ସ୍ତରୀୟ ୮୭ ତମ ଓଡିଶା ଦିବସ ୨୦୨୨ କୁ ରାୟଗଡ ଜିଲ୍ଲାସ୍ତରରେ ମହାସମାରୋହରେ ପାଳନ କରାଯାଇଛି । ଏହି ଉପଲକ୍ଷେ ପ୍ରତ୍ୟୁଷରୁ ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟ ଦ୍ୱାରା ଡାକବାଜି ଯନ୍ତ୍ର ମାଧ୍ୟମରେ ରାୟଗଡ ପୌରାଂଚଳରେ ବନ୍ଦେ ଉତ୍କଳ ଜନନୀ ସଂଗୀତ ପରିକ୍ରମା କରାଯାଇଥିଲା ।944a9207 80c3 45d6 b2d6 ce8621fa69da ଜିଲ୍ଲା ସ୍ତରୀୟ ୮୭ ତମ ଓଡିଶା ଦିବସ ମହା ସମାରୋହରେ ପାଳିତ

ଜିଲ୍ଲା ସ୍ତରୀୟ ୮୭ ତମ ଓଡିଶା ଦିବସ ମହା ସମାରୋହ କାର୍ଯ୍ୟସୂଚୀ ଅନୁଯାୟୀ ସକାଳ ୭.୩୦ ଘଟିକାରେ ଉତ୍ସବ ପାଇଁ ରାଜ୍ୟ ସରକାରଙ୍କ ଦ୍ୱାରା ସ୍ଥିରିକୃତ ମୁଖ୍ୟ ଅତିଥି ଭାବେ ସଭାପତି ଜିଲ୍ଲା ପରିଷଦ, ରାୟଗଡ ସୁଶ୍ରୀ ସରସ୍ୱତୀ ମାଝୀ, ଉତ୍ସବ ପାଳନ କମିଟିର ସଭାପତି ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ମିଶ୍ର, ଆରକ୍ଷୀ ଅଧିକ୍ଷକ ବିବେକାନନ୍ଦ ଶର୍ମା, ନବନିର୍ବାଚିତ ନଗରପାଳ ମହେଶ ପଟନାୟକ, ସହରର ମାନ୍ୟଗଣ୍ୟ ଅତିଥିମାନେ, ଓ ଗଣମାଧ୍ୟମ କର୍ମକର୍ତ୍ତା ଦ୍ୱାରା କୃଷ୍ଣଚନ୍ଦ୍ର ଗଜପତି ମହାରାଜାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟର୍ପଣ କାର୍ଯ୍ୟ ଆରମ୍ଭ କରାଯାଇ ସେଠାରୁ ଛାତ୍ରଛାତ୍ରୀଙ୍କ ସହ ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ଜିଲ୍ଲାସ୍ତରୀୟ ଅଧିକାରୀ, ସମାଜସେବୀ, ଗଣମାଧ୍ୟମ ପ୍ରତିନିଧି, ବୁଦ୍ଧିଜୀବି ମାନଙ୍କୁ ନେଇ ଏକ ସଭାଯାତ୍ରାରେ ଯାଇ ପୌରାଂଚଳରେ ରାୟଗଡ ସହରର ୧୩ ଗୋଟି ପ୍ରତିମୂର୍ତ୍ତି ମାନଙ୍କରେ ମାଲ୍ୟାର୍ପଣ କରାଯାଇଥିଲା ।c47c27e8 60b2 439b ae71 ab88b200560c ଜିଲ୍ଲା ସ୍ତରୀୟ ୮୭ ତମ ଓଡିଶା ଦିବସ ମହା ସମାରୋହରେ ପାଳିତ

ସୂଚନା ଯୋଗ୍ୟ ଚଳିତ ବର୍ଷ ପ୍ରଥମ ଥର ପାଇଁ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଏବଂ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ର ମିଳିତ ଆନୁକୂଲ୍ୟରେ ଏହି ଦିବସ ପାଳନ କରାଯାଉଛି । ଅଶୋକ କଲ୍ୟାଣ ମଣ୍ଡପ, ରାୟଗଡ ଠାରେ ସରକାରୀ ନିର୍ଦ୍ଦେଶ ଅନୁଯାୟୀ ସନ୍ଧ୍ୟା ୬ ଘଟିକାରେ ବନ୍ଦେ ଉତ୍କଳ ଜନନୀ ସଂଗୀତ ଗାନରୁ ଉତ୍ସବ ପାଳନ, ଓଡ଼ିଶା ଦିବସ ଉପଲକ୍ଷେ ସ୍ମୃତିଚାରଣ ସଭା ଓ ପୁରସ୍କାର ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

ଜିଲ୍ଲାପାଳଙ୍କ ସଭାପତିତ୍ତ୍ୱରେ ସାଧାରଣ ସଭାରେ ମୁଖ୍ୟ ଅତିଥି ସୁଶ୍ରୀ ସରସ୍ୱତୀ ମାଝୀ, ବିଶିଷ୍ଠ ଅତିଥି ଶ୍ରୀ ବିବେକା ନନ୍ଦ ଶର୍ମା, ଆରକ୍ଷୀ ଅଧିକ୍ଷକ, ରାୟଗଡ, ଶ୍ରୀ ମହେଶ ପଟ୍ଟନାୟକ, ଅଧ୍ୟକ୍ଷ ପୌର ପରିଷଦ, ରାୟଗଡ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଧର୍ମାନନ୍ଦ ବେହେରା, ଉପ-ଜିଲ୍ଲାପାଳ ଶ୍ରୀ ପ୍ରତାପ ଚନ୍ଦ୍ର ପ୍ରଧାନ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ, ଶ୍ରୀ ବସନ୍ତ କୁମାର ପ୍ରଧାନ, ଜିଲ୍ଲା ସଂସ୍କୃତି ଅଧିକାରୀ ସୁଶ୍ରୀ ସୁଶ୍ମିତା ବାଉରି ଏବଂ ମୁଖ୍ୟ ବକ୍ତା ଶ୍ରୀମତୀ ରାଜଲକ୍ଷ୍ମୀ ଦେବୀ, ଅଧ୍ୟାପିକା ଓଡିଆ ବିଭାଗ, ରାୟଗଡ ସ୍ୱୟଂ ଶାସିତ ମହାବିଦ୍ୟାଳୟ ଯୋଗଦାନ କରିଥିଲେ l8dd38488 0595 4583 bc6a 5e314049f09b ଜିଲ୍ଲା ସ୍ତରୀୟ ୮୭ ତମ ଓଡିଶା ଦିବସ ମହା ସମାରୋହରେ ପାଳିତ

ରାୟଗଡ ଜିଲ୍ଲାପରିଷଦ ସଭ୍ୟମାନେ ଉପସ୍ଥିତ ହୋଇଥିଲେ l ନିଜର ବକ୍ତବ୍ୟରେ ବହୁକଷ୍ଟ ଲବ୍‍ଦ ସ୍ୱତନ୍ତ୍ର ଓଡିଶା ପ୍ରଦେଶ ଗଠନରେ ବିଶେଷ ଅବଦାନ ରଖିଥିବା ଅମର ବୀରପୁତ୍ର ମାନଙ୍କର ସ୍ମୃତି ଚାରଣ କରିବା ସହିତ ଅତିଥି ମାନେ ଏହି ଭାଷା ଭିତ୍ତିକ ରାଜ୍ୟ ଗଠନର ଇତିହାସ ସମ୍ୱନ୍ଧରେ ଆଲୋକପାତ କରିଥିଲେ ।

ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ବସନ୍ତ କୁମାର ପ୍ରଧାନ, କାର୍ଯ୍ୟ ନିର୍ବାହୀ ଅଧିକାରୀ ପୌର ପାଳିକା, ଜିଲ୍ଲା ସଂସ୍କୃତି ଅଧିକାରୀ ସୁଶ୍ରୀ ସୁଶ୍ମିତା ବାଉରି, ଶ୍ରୀ ବିନାୟକ କର, ଶ୍ରୀମତୀ ରାଜଲକ୍ଷ୍ମୀ ଦେବି, ଇଂ ବ୍ୟମକେଶ ମହାନ୍ତି ଏବଂ ବିଦ୍ଧିଷା ସତପଥିଙ୍କୁ ସଙ୍ଗୀତ ନାଟକ ଏକାଡେମୀ ତରଫରୁ ସମ୍ୱର୍ଦ୍ଧନା ଫଳକ ଓ ସ୍ମୃତି ଉପହାର ପ୍ରଦାନ କରିଥିଲେ ।

ଏହି ଦିବସ ପାଳନ ଉପଲକ୍ଷେ ହାଇସ୍କୁଲ ସ୍ତରରେ ହୋଇଥିବା ବକ୍ତ୍ୱୃତା, ପ୍ରବନ୍ଧ ଏବଂ ଦେଶାତ୍ମବୋଧକ ସଂଗୀତ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା । ଶେଷରେ ସଂସ୍କୃତି ବିଭାଗର ରାଜ୍ୟ ସଂଗୀତ ନାଟକ ଏକାଡେମୀ ଆନୁକୂଲ୍ୟରେ ନିର୍ଦ୍ଧାରିତ ୧୨ଟି ଦେଶାତ୍ମବୋଧକ ସଂଗୀତକୁ ନେଇ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ସଂଗୀତ ନିର୍ଦ୍ଦେଶକ ବ୍ୟମକେଶ ମହାନ୍ତି ଓ ତାଙ୍କ ସାଥୀ କଳାକାରମାନଙ୍କ ଦ୍ୱ୍ରାରା ଏହି ମନଛୁଆଁ ସଂଗୀତ ପରିବେଷଣ କରାଯାଇଥିଲା ।

ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ର ପ୍ରଧାନଙ୍କ ସଂଯୋଜନାରେ ଏହି ଦିବସ ଭିତିକ ସମସ୍ତ କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା ପରିଚାଳନା କରିଥିଲେ । ଜିଲ୍ଲା ସଂସ୍କୃତି ଅଧିକାରୀ ସୁଶ୍ମିତା ବାଉରି, କାର୍ଯ୍ୟ ନିର୍ବାହୀ ଅଧିକାରୀ ପୌର ପାଳିକା, ରାୟଗଡ ପ୍ରମୁଖ ଅନ୍ୟାନ୍ୟ ଅଧିକାର ଓ ସଂପୃକ୍ତ ବିଭାଗୀୟ କର୍ମଚାରୀମାନେ ଏହି ଉତ୍ସବ ପାଳନ ନେଇ ଆସୁସଙ୍ଗିକ ସହଯୋଗ କରିଥିଲେ ।