ଷ୍ଟେଟ ୟୁନିଅନ ଅଫ ଜର୍ଣ୍ଣାଲିଷ୍ଟ ପକ୍ଷରୁ ଉତ୍କଳଦିବସ ପାଳିତ

0
290
ଷ୍ଟେଟ ୟୁନିଅନ ଅଫ

ରିପୋର୍ଟ : ଗୋପୀନାଥ ଗୌଡ଼ //
ରାୟଗଡ଼ା, (୦୧/୦୪) : ରାୟଗଡା ଷ୍ଟେଟ ୟୁନିଅନ ଅଫ ଜର୍ଣ୍ଣାଲିଷ୍ଟ (ଏସ ୟୁ ଜେ) ତରଫରୁ ଉତ୍କଳ ଦିବସ ଅତି ସୁନ୍ଦର ଭାବରେ ପାଳିତ ହୋଇଯାଇଛି l ୟୁନିୟନ ର ଜିଲ୍ଲା ଶାଖା ସଭାପତି ଶ୍ରୀଯୁକ୍ତ ଶିବ ନାରାୟଣ ରାଉତଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ କାର୍ଯ୍ୟକ୍ରମଟି ସୁଚାରୁରୂପେ ସମାପନ ହୋଇଥିଲା l79a5e882 c597 47fd bdf7 bc6eed455596 ଷ୍ଟେଟ ୟୁନିଅନ ଅଫ ଜର୍ଣ୍ଣାଲିଷ୍ଟ ପକ୍ଷରୁ ଉତ୍କଳଦିବସ ପାଳିତ

ଷ୍ଟେଟ ୟୁନିଅନ ଅଫ ଜର୍ଣ୍ଣାଲିଷ୍ଟ ପକ୍ଷରୁ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଏକ ଦସ୍ତଖତ ଅଭିଯାନ କାର୍ଯ୍ୟକ୍ରମ ରଖାଯାଇଥିଲା l ଶୀର୍ଷକ ଟି ଥିଲା ଆମେ ଓଡ଼ିଆ ଆମ ଭାଷା ଓଡ଼ିଆ l ଉକ୍ତ ସମାବେଶଟି ରାୟଗଡ଼ା ଜିଲ୍ଲା ସଦରମହକୁମା ସ୍ଥିତ ମହାତ୍ମାଗାନ୍ଧୀ ଶିଶୁ ଉଦ୍ୟାନ ଠାରେ ଅନୁଷ୍ଠିତ ହୋଇଥିବା ବେଳେ ଜିଲ୍ଲା ଜିଲ୍ଲାପାଳ ଶ୍ରୀଯୁକ୍ତ ସରୋଜ କୁମାର ମିଶ୍ର କାର୍ଯ୍ୟକ୍ରମଟିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ “ମୋ ଓଡ଼ିଆ ଭାଷା ମୋ ପରିଚୟ, ମୁଁ ଏଥିପାଇଁ ଗର୍ବିତ” ବୋଲି ହସ୍ତାକ୍ଷର ଦେଇଥିଲେ l

4053b9a2 4df5 4a11 ae1d 27baf2315f8b ଷ୍ଟେଟ ୟୁନିଅନ ଅଫ ଜର୍ଣ୍ଣାଲିଷ୍ଟ ପକ୍ଷରୁ ଉତ୍କଳଦିବସ ପାଳିତଚଳିତ କାର୍ଯ୍ୟକ୍ରମଟିରେ ସମ୍ମାନୀୟ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ସରସ୍ବତୀ ମାଝୀ, ଅତିରିକ୍ତ ଜିଲ୍ଲାପାଳ ସୋମନାଥ ପ୍ରଧାନ, ରାୟଗଡା ପୌରାଧ୍ୟକ ପି ମହେଶ୍ୱର ପଟ୍ଟନାୟକ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବସନ୍ତ କୁମାର ପ୍ରଧାନଙ୍କ ସମେତ ଅନ୍ୟ ପ୍ରଶାସନିକ ଅଧିକାରୀ ଓ ସହରର ବହୁ ମାନ୍ୟଗଣ୍ୟ ବିଶେଷ ଯୋଗଦେଇ ଆମେ ଓଡ଼ିଆ ଆମ ଭାଷା ଓଡ଼ିଆ ଶୀର୍ଷକଟିକୁ ଦୃଷ୍ଟିରେ ରଖି ନିଜସ୍ୱ ବାର୍ତ୍ତା ହସ୍ତାକ୍ଷର ମାଧ୍ୟମରେ ଦେଇଥିଲେ la1ef3455 25d7 489f b4d8 900d63dba2f2 ଷ୍ଟେଟ ୟୁନିଅନ ଅଫ ଜର୍ଣ୍ଣାଲିଷ୍ଟ ପକ୍ଷରୁ ଉତ୍କଳଦିବସ ପାଳିତ

ସମସ୍ତେ ଓଡ଼ିଆ ଭାଷା ର ପ୍ରସାର ଓ ଭାଷା ର ଉନ୍ନତି ଉପରେ ଗୁରୁତ୍ୱ ଦେଇଥିଲେ l ସଙ୍ଘ ସମ୍ପାଦକ ସୁବାଷଚନ୍ଦ୍ର ସୂର୍ଯ୍ୟ, ସଂଗଠନ ସମ୍ପାଦକ ମୃତ୍ୟୁଞ୍ଜୟ ନନ୍ଦ, ଦୁର୍ଗା ପ୍ରସାଦ ପାଢୀ, ବିଜୟ ମହାରଣା, ଉଦୟ କିରଣ, କୋମଳ ଲୋଚନ, ଲୋକନାଥ ପାଳ, ଗୋପୀନାଥ ଗୌଡ଼, ତୁଷାର ରଞ୍ଜନ ସାହୁ, ସୁରେଶ କୋଣ୍ଡା, ଗୁରୁଗୋବିନ୍ଦ ସିଂ, ପ୍ରଦୀପ ଦଳେଇ, ଅକ୍ଷୟପିଡିଶିକା ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମଟିର ପରିଚାଳନାରେ ସହଯୋଗ କରିଥିଲେ ।