ରାଣୀ ପେଣ୍ଠ ପଞ୍ଚାୟତରେ ସ୍ଵୟଂ ସହାୟକ ଗୋଷ୍ଠୀ ଦ୍ଵାରା ଚାଉଳ ଚୋରା ଚାଲାଣ

0
213
ରାଣୀ ପେଣ୍ଠ ପଞ୍ଚାୟତ

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୦୩/୦୪) : କାଶୀନଗର ବ୍ଲକ ର ରାଣୀ ପେଣ୍ଠ ପଞ୍ଚାୟତରେ ଗୋଟିଏ ସ୍ଵୟଂ ସହାୟକ ଗୋଷ୍ଠୀ କାଶୀ ବିଶ୍ଵନାଥ ସ୍ଵୟଂ ସହାୟକ ଗୋଷ୍ଠୀ ଓ ଗ୍ରାମ ପଞ୍ଚାୟତ ଖାଉଟି ସାମଗ୍ରୀ ବାଣ୍ଟିବା ଦାୟିତ୍ଵ ନେଇଛନ୍ତି ।WhatsApp Image 2022 04 03 at 12.56.53 PM ରାଣୀ ପେଣ୍ଠ ପଞ୍ଚାୟତରେ ସ୍ଵୟଂ ସହାୟକ ଗୋଷ୍ଠୀ ଦ୍ଵାରା ଚାଉଳ ଚୋରା ଚାଲାଣ

ରାଣୀ ପେଣ୍ଠ ପଞ୍ଚାୟତରେ କାଶୀ ବିଶ୍ଵନାଥ ସ୍ଵୟଂ ସହାୟକ ଗୋଷ୍ଠୀ ଗତକାଲି ଅନ୍ତୋଦୟ ଅନ୍ନପୂର୍ଣ୍ଣା ଯୋଜନା ର ୧୦ କୁଇନ୍ତାଲ ଚାଉଳ ହିତାଧିକାରୀ ଙ୍କୁ ନ ଦେଇ ବଜାର ରେ ବିକ୍ରି କରୁଥିବା ବେଳେ ଗ୍ରାମବାସୀ ମାନେ ଯୋଗାଣ ବିଭାଗ ର ଦୃଷ୍ଟି କୁ ଆଣିଥିଲେ । ୩୫ କିଗ୍ରା ଯାଗାରେ ୫ କେଜି ଚାଉଳ ବହୁତ୍ ଦିନ ହେଲା ଦେଉ ଥିବାରୁ ଗ୍ରାମ ବସି ଧରିଦେଲେ ।

କାଶୀନଗର ଯୋଗାଣ ଅଧିକାରୀ, ଅତିରିକ୍ତ ଯୋଗାଣ ଅଧିକାରୀ ମାନସ ରଞ୍ଜନ ପାତ୍ର ଓ ରାୟଗଡ଼ା ଯୋଗାଣ ଅଧିକାରୀ ଘଟଣା ସ୍ଥଳ ରେ ପହଞ୍ଚି ୩ କୁଇନ୍ତାଲ ୫୦ କିଗ୍ରା ଚାଉଳ ଜବତ କରି ଗ୍ରାମ ପଞ୍ଚାୟତ କୁ ଜିମା ଦେଇଥିବା ଯୋଗାଣ ଅଧିକାରୀ ଶ୍ରୀ ମଲ୍ଲିକ ସାମ୍ବାଦିକ ମାନଙ୍କୁ ସୂଚନା ଦେଇଛନ୍ତି ।