ଲେଡି ଅଫିସର ଙ୍କ ମନମାନି : ବଳି ପଡୁଛନ୍ତି, କର୍ମଚାରୀ, ହିତାଧିକାରୀ ଓ କୁନିକୁନି ଶିଶୁ

0
376
ଲେଡି ଅଫିସର

ରିପୋର୍ଟ : ସୁଶାନ୍ତ ବେହରା
ହରଭଙ୍ଗା, (୦୨/୦୪) : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଚାରିଛକ ଅଙ୍ଗନୱାଡି କେନ୍ଦ୍ର ରେ ଦୀର୍ଘ ଦିନରୁ ସମସ୍ୟା ଘେରରେ | ଲେଡି ଅଫିସର ଙ୍କ ମନମାନି | ଅତି ନିକଟ ମାତ୍ର ଦୁଇଶହ ମିଟର ଦୂରରେ ବ୍ଲକ, ସାମ୍ମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ଙ୍କ କାର୍ଯ୍ୟଳୟ |WhatsApp Image 2022 04 03 at 1.10.16 PM ଲେଡି ଅଫିସର ଙ୍କ ମନମାନି : ବଳି ପଡୁଛନ୍ତି, କର୍ମଚାରୀ, ହିତାଧିକାରୀ ଓ କୁନିକୁନି ଶିଶୁ

ଲେଡି ଅଫିସର ଙ୍କ ମନମାନି | ସବୁ ଜାଣି ଶୁଣି ଉପରସ୍ତ ଅଧିକାରୀ ନିରବ, ଗ୍ରାମବାସୀଙ୍କ ବହୁବାର ଅଭିଯୋଗ ପରେ ବି ହୋଇପାରୁନି ସମସ୍ୟା ର ସମାଧାନ | ଏଠାରେ ସିଧାସଳଖ ଜଣାପଡୁଛି ପ୍ରଶାସନ ନିରବ ଦ୍ରଷ୍ଟା, ଉପରିସ୍ଥ ଅଧିକାରୀ ଙ୍କ ମନମୁଖୀକୁ ଘଣ୍ଟ ଘୋଡ଼ା ଚାଲିଛି | ଘଟଣା କୁ ସାଧାରଣ ଜନତାଙ୍କ ସମ୍ମୁଖକୁ ଆଣିବା ପାଇଁ ଆମ ଓଡିଶା ନ୍ୟୁଜ ୨୪ ସୁଶାନ୍ତ କୁମାର ବେହେରା ପହଞ୍ଚି ଥିଲେ ଘଟଣା ସ୍ଥଳରେ ସଂପୂର୍ଣ ଘଟଣା ତଦାରଖ ପରେ ସତ୍ୟତା ସମ୍ମାକୁ ଆସିଛି |

ଗ୍ରାମବାସୀ, ହିତାଧିକାରୀ, କୁନି କୁନି ଶିଶୁ ଏବଂ କାଗକ ପତ୍ର ରୁ ସୂଚନା ମିଳେ ଯେ ଆଜକୁ ଏହି କେନ୍ଦ୍ରରେ ତିନିବର୍ଷ ହେଲା ସହକର୍ମୀ (ହେଲପର) ପଦବୀ ଖାଲି ପଡିଥିଲା | ବହୁବାର ଅଭିଯୋଗ ପରେ ବିଧବା ସବିତା ପତ୍ର ଙ୍କୁ ପୂର୍ବତନ BDO ନୀଳକଣ୍ଠ ବେହେରା CDPO ହରିପ୍ରିୟା ମାହେର ଏହି ପଦରେ ୧ ମାସ ପାଇଁ ନିଯୁକ୍ତି କରାଯାଇଥିଲା ଓ ସିଧା ସଳଖ ଉଲେଖ ଅଛି ଯେ ଜଦି ହିତାଧିକାରୀ ଓ ଗ୍ରାମବାସୀ ତାଙ୍କ କାର୍ଯ୍ୟରେ ସନ୍ତୁଷ୍ଟ ହୁଅନ୍ତି ଆଗାମୀ ଦିନରେ ତାଙ୍କୁ ସ୍ଥାୟୀ ନିଯୁକ୍ତି ଦିଆଯିବ |

ଏହି କଥା, ପ୍ରମାଣ, ଆଜକୁ ପ୍ରାୟ ଏକ ବର୍ଷ ବିତିଯାଇଛି କିନ୍ତୁ ସ୍ଥାୟୀ ନିଯୁକ୍ତି ହୋଇପାରୁନି | କାହାରି ଦୃଷ୍ଟି ପଡୁନି ଏହା ଉପରେ | ଆଉ ଏହି ଘଟଣାରେ ବର୍ତମାନ କାର୍ଯ୍ୟରତ CDPO ନିରୁପମା ପାଣି ଙ୍କ ମନମୁଖୀ | ଗ୍ରାମବାସୀଙ୍କ ଅଭିଯୋଗ କୁ ଭୃକ୍ଷେପ ନ କରି, ଅଙ୍ଗନବାଡି କର୍ମଚାରୀଙ୍କୁ ନାଲି ଆଖି ଦେଖାଇ ଏହି ପଦବୀଙ୍କୁ ସ୍ଥାୟୀ ନିଯୁକ୍ତି ଦେଉ ନାହାଁନ୍ତି ବୋଲି ଅଭିଯୋଗ ଆସିଛି |

ସ୍ଥାୟୀ ନିଯୁକ୍ତି ନ ହେବା ହେତୁ ଗର୍ଭବତୀ ମା, ପାଠ ପଢ଼ୁଥିବା କୁନିକୁନି ଶିଶୁ ଏବଂ ଅଙ୍ଗନବାଡି କର୍ମଚାରୀ ସୀତାରାଣୀ ପଟ୍ଟନାୟକ ଠିକ ସମୟରେ ଉପଯୁକ୍ତ ସେବାରୁ ବଞ୍ଚିତ ହେଉଛନ୍ତି | ତେଣୁ ସମସ୍ତ ସମସ୍ୟା କୁ ଦୂର କରିବାପାଇଁ ଲେଡି ଅଫିସର ଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ସହିତ ସମସ୍ତ ଙ୍କ ହିତ ପାଇଁ ଯଥାଶୀଘ୍ର ଏହି ପଦବୀର ସ୍ଥାୟୀ ନିଯୁକ୍ତି ପାଇଁ ଗ୍ରାମବାସୀ ସହିତ, ହିତାଧିକାରୀ ଓ କୁନି କୁନି ଶିଶୁ ମାନେ ଅଭିଯୋଗ ଆଣିଛନ୍ତି | ଜଦି ଯଥା ଶୀଘ୍ର ଏହି ସମସ୍ୟା ର ସମାଧାନ ନ ହୁଏ ଆଗକୁ CDPO କାର୍ଯାଳୟ, ହରଭଙ୍ଗା ବ୍ଲକ ଅଫିସ, ଜିଲ୍ଲାପାଳ କାର୍ଯ୍ୟାଳୟ ଆଗରେ ଗଣଧାରଣା ଦେବେ ବୋଲି ସମସ୍ତ ହିତାଧିକାରୀ ଓ ଗ୍ରାମବାସୀ ସିଧାସଳଖ ମନ୍ତବ୍ୟ ଦେଇଛନ୍ତି |