ସୁପର କିଙ୍ଗସ ଉପରେ ଭାରି ପଡିଲା ପଞ୍ଜାବ : ଶିବମ ଦୁବେଙ୍କ ବ୍ୟତୀତ ଫେଲ ମାରିଲେ ସମସ୍ତ ଖେଳାଳି

0
164
ସୁପର କିଙ୍ଗସ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ମୁମ୍ବାଇ, (୦୪/୦୪) : ପଞ୍ଜାବ ବିପକ୍ଷ ମ୍ୟାଚରେ ମଧ୍ୟ ପରାଜୟ ର ସାମନା କରିଛି ଚେନ୍ନାଇ ସୁପର କିଙ୍ଗସ । ଚଳିତ ସିଜନ ର ତୃତୀୟ ମ୍ୟାଚରେ ଏହା ଚେନ୍ନାଇ ର ତୃତୀୟ ପରାଜୟ ।

ଏ ପର୍ଯ୍ୟନ୍ତ ନିଜ ପ୍ରଥମ ବିଜୟକୁ ଅପେକ୍ଷା କରି ରହିଛନ୍ତି ଦଳ ର ନୂଆ ଅଧିନାୟକ ରବିନ୍ଦ୍ର ଜାଡେଜା । ଗତ ଦୁଇଟି ମ୍ୟାଚରେ ଖୁବ ସୁନ୍ଦର ପ୍ରଦର୍ଶନ କରିଥିବା ବ୍ୟାଟିଂ ବିଭାଗ ଆଜି ପଞ୍ଜାବ ଆଗରେ ଫେଲ ମାରିଛି । ମାତ୍ର ୧୨୬ ରନରେ ଅଲ ଆଉଟ ହୋଇ ମ୍ୟାଚକୁ ହାତଛଡା କରିଛି ସୁପର କିଙ୍ଗସ ।

୧୮୧ ରନ ର ବିଜୟ ଲକ୍ଷ୍ୟ ନେଇ ମଇଦାନକୁ ଓହ୍ଲାଇଥିବା ଚେନ୍ନାଇ ପ୍ରଥମରୁ ହିଁ ଝଟକା ପାଇଥିଲା । ମାତ୍ର ୧ ରନ କରି ରାବାଡାଭ୍କ ବଳରେ ଆଉଟ ହୋଇଥିଲେ ଗତବର୍ଷ ର ସୁପରଷ୍ଟାର ଋତୁରାଜ । ଏହାପରେ ମୋଇନ ଅଲୀ ଏବଂ ଜାଡେଜା ମଧ୍ୟ ଦୁର୍ଭାଗ୍ୟବଶତଃ ନିଜ ୱିକେଟ ହରାଇଥିଲେ । ତେବେ କିଛି ଆଶା ନେଇ ଖେଳୁଥିବା ଉତ୍ଥାପା ଏବଂ ରାୟୁଡୁ ବ୍ୟକ୍ତିଗତ ୧୩ ରନ ଲେଖାଏଁ କରି ପାଭିଲିୟନ ଫେରିଥିଲେ ।

ଏହାପରେ ଧୋନୀ ଏବଂ ଶିଭମ ଦୁବେ କିଛି ସମୟ ପଡିଆରେ ରହି ମ୍ୟାଚ ସ୍ଥିତି ବଦଳାଇବାକୁ ଚେଷ୍ଟା କରିଥିଲେ । ଶିବମ ଦୁବେ ୩୦ ବଲରେ ୩ଟି ଛକା ଏବଂ ୬ଟି ଛକା ସହ ୫୭ ରନ କରି ଦଳକୁ ବିଜୟ ର ସ୍ୱପ୍ନ ଦେକାଉଥିବା ବେଳେ ଲିୟାମ ଲିଭିଙ୍ଗଷ୍ଟୋନ ଦୁଇଟି ବଲରେ ଏକା ସାଙ୍ଗରେ ଦୁଇଟି ଝଟକା ଦେଇଥିଲେ ଚେନ୍ନାଇ ଫ୍ୟାନ୍ସଙ୍କୁ । ସେଟ ବ୍ୟାଟ୍ସମ୍ୟାନ ଶିବମ ଦୁବେ ଏବଂ ପରବର୍ତ୍ତୀ ବଲରେ ଡ୍ୱେନ ବ୍ରାଭୋଙ୍କ ୱିକେଟ ନେଇ ଚେନ୍ନାଇର ବିଜୟ ଆଶା କୁ ଧରାଶାୟୀ କରି ଦେଇଥିଲେ । ଦମଦାର ଅର୍ଦ୍ଧଶତକ ପରେ ଦୁଇଟି ୱିକେଟ ପାଇଁ ନିଜ ଦଳ ପଞ୍ଜାବକୁ ବିଜୟ ଭେଟି ଦେଇଛନ୍ତି ଲିଭିଙ୍ଗଷ୍ଟୋନ ।

ତେବେ ପଞ୍ଜାବ ପକ୍ଷରୁ ରାହୁଲ ଚହର ୩ଟି ୱିକେଟ ଅକ୍ତିଆର କରିଥିବା ବେଳେ ବୈଭବ ଆରୋରା ଏବଂ ଲିୟାମ ଲିଭିଙ୍ଗଷ୍ଟୋନ ୨ଟି ଲେଖାଏଁ ୱିକେଟ ନିଜ ନାମରେ କରିଛନ୍ତି । ସେହିପରି କାଗିସୋ ରାବାଡା, ଅର୍ଶଦୀପ ସିଂହ ଏବଂ ଓଡିଅନ ସ୍ମିଥ ସମସ୍ତେ ଗୋଟିଏ ଲେଖାଏଁ ୱିକେଟ ନେଇ ମ୍ୟାଚ ବିଜୟୀ କରାଇଛନ୍ତି ।