5T ଅନ୍ତର୍ଗତ ଉଚ୍ଚ ବିଦ୍ୟାଳୟ ରୂପାନ୍ତରିଣ କାର୍ଯ୍ୟ ଅନୁଧ୍ୟାନ କଲେ ଜିଲ୍ଲାପାଳ ସରୋଜ ମିଶ୍ର

0
265
5T ଅନ୍ତର୍ଗତ

ରିପୋର୍ଟ : ଗୋପୀନାଥ ଗୌଡ଼
ରାୟଗଡ, ତା-(୪/୦୪) : କାଶୀପୁର ପଞ୍ଚାୟତ ସମିତି ର 5T ଅନ୍ତର୍ଗତ ରୂପାନ୍ତରୀକରଣ ପାଇଁ ଉଚ୍ଚ ବିଦ୍ୟାଳୟ ଗୁଡିକର କାର୍ଯ୍ୟ ଜିଲ୍ଲାପାଳ ସରୋଜ କୁମାର ମିଶ୍ରଙ୍କ ଦ୍ୱାରା ସମୀକ୍ଷା ଓ ଅନୁଧ୍ୟାନ ଦ୍ୱାରା ପ୍ରତ୍ୟେକ୍ଷ ଭାବେ କରାଯାଇଥିଲା ।WhatsApp Image 2022 04 05 at 9.30.50 AM 5T ଅନ୍ତର୍ଗତ ଉଚ୍ଚ ବିଦ୍ୟାଳୟ ରୂପାନ୍ତରିଣ କାର୍ଯ୍ୟ ଅନୁଧ୍ୟାନ କଲେ ଜିଲ୍ଲାପାଳ ସରୋଜ ମିଶ୍ର

ଆଜି କାଶୀପୁର ବ୍ଳକ ଗସ୍ତ ସମୟରେ 5T ଅନ୍ତର୍ଗତ ଟିକିରି, ମାଇଁକଞ୍ଚ, ଚନ୍ଦ୍ରଗିରି ଏବଂ ଯଗଦମ୍ବା ଉଚ୍ଚ ବିଦ୍ୟାଳୟ, ଉକୁମ୍ବା ଉଚ୍ଚ ବିଦ୍ୟାଳୟ ଆଦି ୪ ଟି ବିଦ୍ୟାଳୟ ର କାର୍ଯ୍ୟ ପରଖି ଥିଲେ ଏବଂ କାର୍ଯ୍ୟ ତ୍ୱରାନ୍ୱିତ କରିବା ପାଇଁ ପରାମର୍ଶ ଦେଇଥିଲେ । ଏହି ପରିଦର୍ଶନ ସମୟରେ ବିଦ୍ୟାଳୟ ର ଭିତ୍ତିଭୂମି ଉନ୍ନତମାନର କରିବା ନିମନ୍ତେ ଵିଶେଷ କରି ସ୍ମାର୍ଟ ଶ୍ରେଣୀଗୃହ, ବିଜ୍ଞାନ ଗାର, ପାଠାଗାର, ଖେଳପଡ଼ିଆ ଆଦି ବ୍ୟବସ୍ଥା କରାଯିବା ଉପରେ କାର୍ଯ୍ୟକ୍ରମକୁ ଅନୁଧ୍ୟାନ କରିଥିଲେ । ଏହି ଗସ୍ତବେଳେ ଜିଲ୍ଲାପାଳ ତୁରନ୍ତ ରୂପାନ୍ତରିଣ କାର୍ଯ୍ୟ ଶେଷ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଏହାପରେ ବୈଦ୍ୟନାଥ ପୋଖରୀ ର ପୁନରୁଦ୍ଧାର କାର୍ଯ୍ୟ ପରିଦର୍ଶନ କରିଥିଲେ ।

ଏହି ଗସ୍ତବେଳେ ବିଦ୍ୟାଳୟ ଗୁଡିକର ପ୍ରଧାନ ଶିକ୍ଷକମାନେ, ଗ୍ରାମବାସୀ ଓ ପୁରାତନ ଛାତ୍ରଛାତ୍ରୀଙ୍କ ସହିତ ଆଲୋଚନା କରିଥିଲେ । ଏହି ଗସ୍ତବେଳେ ଗ୍ରାମବାସୀ ମାନେ ଜିଲ୍ଲାପାଳଙ୍କ ସହିତ ଆଲୋଚନା କରି ବିଭିନ୍ନ ସମସ୍ୟା ବିଷୟରେ ଉପସ୍ଥାପନ କରିଥିଲେ । ଜିଲ୍ଲାପାଳଙ୍କ ଗସ୍ତ ସମୟରେ କାଶୀପୁର ବି.ଡି.ଓ, ଜିଲା ଶିକ୍ଷା ଅଧିକାରୀ, ଏ.ଇ.ଇ ସଂପୃକ୍ତ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଓ ଶିକ୍ଷା ବିଭାଗୀୟ କର୍ମକର୍ତ୍ତା ଉପସ୍ଥିତ ଥିଲେ ।