ଆତ୍ମରକ୍ଷା ପ୍ରଶିକ୍ଷଣ ଶିବିର ଉଦ୍ଘାଟିତ

0
142
ଆତ୍ମରକ୍ଷା ପ୍ରଶିକ୍ଷଣ ଶିବିର

ରିପୋର୍ଟ : ବିରଞ୍ଚି ପ୍ରସାଦ
ରାୟଗଡ଼ା, (୦୫/୦୪) : ରାୟଗଡ଼ା ଜିଲ୍ଲା ଅନ୍ତର୍ଗତ ଗୁଣୁପୁର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଗୁଣୁପୁର ପରିସରରେ ୨୦୨୧ -୨୨ ଶିକ୍ଷାବର୍ଷ ପାଇଁ ଆତ୍ମରକ୍ଷା ପ୍ରଶିକ୍ଷଣ ଶିବିର ଉଦ୍ଘାଟିତ ହୋଇଯାଇଛି ।WhatsApp Image 2022 04 05 at 9.31.27 AM 1 ଆତ୍ମରକ୍ଷା ପ୍ରଶିକ୍ଷଣ ଶିବିର ଉଦ୍ଘାଟିତ

ବିଦ୍ୟାଳୟ ର ଅଧ୍ୟକ୍ଷ ଡକ୍ଟର ବାମଦେବ ମିଶ୍ରଙ୍କ ସଭାପତିତ୍ୱରେ ଆୟୋଜିତ ଆତ୍ମରକ୍ଷା ପ୍ରଶିକ୍ଷଣ ଶିବିର ରେ ମୁଖ୍ୟ ଅତିଥି ଭାବେ ଗୁଣୁପୁର ଥାନା ର ଭାରପ୍ରାପ୍ତ ଅଧିକାରୀ ଶ୍ରୀ ଯଶୋବନ୍ତ କୁମାର ହିଆଲ୍ ଯୋଗ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ଗୁଣୁପୁର ଥାନା ଅଧିକାରୀ ଆଶ୍ରିତା ଖାଲକୋ ଏବଂ ଶାରିକା ସେଠ୍ ଯୋଗଦାନ କରିଥିଲେ ।

ମୁଖ୍ୟ ଅତିଥି ଆତ୍ମରକ୍ଷା କୌଶଳ ଦ୍ୱାରା ବ୍ୟକ୍ତି ଶାରୀରିକ ଓ ମାନସିକ କ୍ଷେତ୍ରରେ ସୁସ୍ଥ ରହିବା ସହ ନିର୍ଭୟରେ ଆଗକୁ ବଢି ପାରିବ ବୋଲି ଉଦବୋଧନ ଦେଇଥିବା ବେଳେ ଅନୁଷ୍ଠାନ ର ଅଧ୍ୟକ୍ଷ ଆତ୍ମରକ୍ଷା କୌଶଳ ର ଉପକାରିତା ଓ ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ । ଅନୁଷ୍ଠାନ ର ବରିଷ୍ଠ ପ୍ରାଧ୍ୟାପକ ଡକ୍ଟର ସୂର୍ଯ୍ୟନାରାୟଣ ପଣ୍ଡା ଏବଂ ଶ୍ରୀ ଶଶିଭୂଷଣ ମହାନ୍ତି ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହି ଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ । କାର୍ଯ୍ୟକ୍ରମ ର ସଂଯୋଜିକା ଶ୍ରୀମତୀ ପୁଷ୍ପାଞ୍ଜଳୀ ସାହୁ ଅତିଥି ପରିଚୟ ପ୍ରଦାନ କରିବା ସହିତ ମଞ୍ଚ ପରିଚାଳନା କରିଥିଲେ ଏବଂ ଶେଷରେ ଅନୁଷ୍ଠାନ ର ଅଧ୍ୟାପକ ଶ୍ରୀ ବିକାଶ ଚନ୍ଦ୍ର ଭୂୟାଁ ଧନ୍ୟବାଦ ଅର୍ପଣ କରିଥିଲେ ।

ଉକ୍ତ ପ୍ରଶିକ୍ଷଣ ଶିବିରରେ ଅନୁଷ୍ଠାନ ର ପୂର୍ବତନ ଛାତ୍ରୀ ଲିଲି ମାଣ୍ଡାଙ୍ଗି ଓ ଇଷ୍ଟେଲିନ୍ ମଣ୍ଡଳ ଉପସ୍ଥିତ ଥିବା ଛାତ୍ରୀମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ +୨ ଶ୍ରେଣୀ ର ଛାତ୍ରୀମାନେ ଆସନ୍ତା ୧୨ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ଆତ୍ମରକ୍ଷା କୌଶଳ ଶିକ୍ଷାଲାଭ କରିବେ । ତେବେ ଏହି ଆତ୍ମରକ୍ଷା କୌଶଳ ଶିକ୍ଷା ଦ୍ୱାରା ଛାତ୍ରୀ ମାନଙ୍କ ମନୋବଳ କେତେ ବୃଦ୍ଧି ହେଉଛି ଦେଖିବାକୁ ବାକି ରହିଲା ।