ଆସନ୍ତାକାଲି ପୌର ଉପାଧ୍ୟକ୍ଷ ନିର୍ବାଚନ ପାଇଁ ଆଶାୟୀ ସଜବାଜ

0
178
ଆସନ୍ତାକାଲି

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୦୬/୦୪) : ଆସନ୍ତାକାଲି ଗୁରୁବାର ଦିନ କାଶୀନଗର ପୌର ଉପାଧ୍ୟକ୍ଷ ପାଇଁ ନିର୍ବାଚନ ହେବ, ଏଣୁ ଆଶାୟୀ ଙ୍କ ମଧ୍ୟରେ ଉଚ୍ଛୁକତା ପରିଲକ୍ଷିତ ହେଉଛି । ଆଶାୟୀଙ୍କ ମଧ୍ୟରେ ୱାର୍ଡ ୮, ୯ ଓ ୧୧ ୱାର୍ଡ ର କାଉନସିଲର ଦାବିଦାର ଅଟନ୍ତି ।

ଆସନ୍ତାକାଲି ନିର୍ବାଚନ ପାଇଁ ପାରଳା ଓ କାଶୀନଗର ପାଇଁ ବିଜେଡ଼ି ଦୁଇ ପର୍ଯ୍ୟବେକ୍ଷକ ତଥା ଦଳ ର ଏଯେଣ୍ଟ ଭାବେ ଶ୍ରୀ ମାନସ ମଙ୍ଗରାଜ, ଶ୍ରୀ ଗାବରା ତିରୁପତି ରାଓ ଙ୍କୁ ନିଯୁକ୍ତି ଦେଇଛି । ଏଥି ପୂର୍ବରୁ ବିଭିନ୍ନ ସମୟ ରେ ଏହି ପ୍ରାର୍ଥୀ ମାନଙ୍କ ରାଜନୈତିକ ପୃଷ୍ଟଭୂମି ସମ୍ପର୍କରେ ଆମେ ପାଠକ ମାନଙ୍କୁ ଅବଗତ କରାଇବା ପାଇଁ ଉଦ୍ୟମ କରିଛୁ ।

ଇତି ମଧ୍ୟରେ ଆଶାୟୀ ଙ୍କ ମଧ୍ୟରୁ ଦୁଇ ଜଣ କାଉନସିଲର ଡାକରା ପାଇ ଭୁବନେଶ୍ୱର ଯାଇଥିଲେ । ସେମାନେ ଦଳ ର ତୁଙ୍ଗ ନେତା ଙ୍କୁ ମିଶିବା ନେଇ କାଶୀନଗର ସହର ରେ ବିଭିନ୍ନ ଆଲୋଚନା ହେଉଛି । ଯେତେ ପୃଷ୍ଟଭୂମି ଥିଲେ ସୁଦ୍ଧା ହାଇ କମାଣ୍ଡଙ୍କ ନିର୍ଦ୍ଦେଶ କୁ ସମସ୍ତେ ମାନିବେ । ଗତ ୪ ତାରିଖରେ ୱାର୍ଡ ୧ ଓ ୨ କାଉନସିଲର ଙ୍କୁ ଭୁବନେଶ୍ୱର ଡାକରା ପଡ଼ିଥିବା ନିର୍ଭର ଯୋଗ୍ୟ ସୂତ୍ରରୁ ଜଣା ଯାଇଛି । ଏହି ଦୌଡ ରେ ୯ ୱାର୍ଡ କାଉନସିଲର କେ. ରାମା ରାଓ ବାଦ ପଡ଼ିଥିବା ଏକ ସୂତ୍ରରୁ ଜଣା ଯାଇଛି ।

ଆଜି ପାରଳାଖେମୁଣ୍ଡି ଠାରେ ସନ୍ଧ୍ୟାରେ ବିଜେଡ଼ି ଦଳ ନବ ନିର୍ବାଚିତ କାଉନସିଲର ଓ ଅଧ୍ୟକ୍ଷ ମାନଙ୍କୁ ନେଇ ଏକ ବୈଠକ ଡକାଇଥିବା ମଧ୍ୟ ଜଣା ପଡ଼ିଛି । ଏଣୁ ଆସନ୍ତା କାଲି ଦିନ ୧୦ ଟା ସୁଦ୍ଧା ଦଳ କାହାକୁ ବିଜୟ ମୁକୁଟ ପିନ୍ଧାଇବ ଜଣାଯିବ ।