ପାକିସ୍ତାନରେ ରାଜନୈତିକ ଅସ୍ଥିରତା ମଧ୍ୟରେ ସୁପ୍ରିମକୋର୍ଟରେ ଘୁଞ୍ଚିଲା ଶୁଣାଣି

0
188
ପାକିସ୍ତାନରେ

ରିପୋର୍ଟ : ସୁଭାସିସ ନାୟକ //
ନୂଆଦିଲ୍ଲୀ, (୦୭/୦୪) : ପାକିସ୍ତାନରେ ସୃଷ୍ଟି ହୋଇଥିବା ରାଜନୈତିକ ଅସ୍ଥିରତା ମଧ୍ୟରେ ସୁପ୍ରିମକୋର୍ଟ ଶୁଣାଣି ପୁଣିଥରେ ଘୁଂଚିଛି । ଆଜି ବୁଧବାର ଏହି ମାମଲାର ପୁଣିଥରେ ପାକିସ୍ତାନ ସୁପ୍ରିମକୋର୍ଟ ଶୁଣାଣି କରିବେ ।

ଗତକାଲି ଏହି ମାମଲା ର ଶୁଣାଣି ବେଳେ ସୁପ୍ରିମକୋର୍ଟ ସଂସଦ ର କାର୍ଯ୍ୟ ପ୍ରକ୍ରିୟା ର ରେକର୍ଡ ମାଗିଥିଲେ । ପ୍ରଧାନ ବିଚାରପତିଙ୍କ ନେତୃତ୍ୱରେ ୫ ଜଣିଆ ଖଣ୍ଡପୀଠ ଏହି ମାମଲା ର ଶୁଣାଣି କରୁଛନ୍ତି । ବିଚାରପତି କହିଛନ୍ତି, ଅଦାଲତ କେବଳ ଅନାସ୍ଥା ପ୍ରସ୍ତାବକୁ ଖାରଜ କରିବା ଲାଗି ଉପବାଚସ୍ପତିଙ୍କ ଦ୍ୱାରା ନିଆଯାଇଥିବା ପଦକ୍ଷେପ ର ସାମ୍ବିଧାନିକତାକୁ ନେଇ ଶୁଣାଣି କରିବେ । ଅନ୍ୟପଟେ ପାକିସ୍ତାନରେ ୩ ମାସ ମଧ୍ୟରେ ନିର୍ବାଚନ କରିବା ସପକ୍ଷରେ ନାହାନ୍ତି ନିର୍ବାଚନ ଆୟୋଗ । ସାଧାରଣ ନିର୍ବାଚନ ପାଇଁ ଅତି କମ୍ରେ ୬ ମାସ ସମୟ ଲାଗିବ ବୋଲି ପାକିସ୍ତାନ ନିର୍ବାଚନ କମିଶନ୍ କହିଛନ୍ତି ।

ରବିବାର ପାକିସ୍ତାନ ସଂସଦରେ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ବିରୋଧରେ ଆସିଥିବା ଅନାସ୍ଥା ପ୍ରସ୍ତାବ ଖାରଜ ହୋଇଥିଲା । ଏହାକୁ ଚ୍ୟାଲେଞ୍ଜ କରି ବିରୋଧୀ ପାକିସ୍ତାନ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ସୁପ୍ରିମକୋର୍ଟ ରାୟ ଶୁଣାଣି ବେଳେ ଯେଉଁ ସବୁ କଥା କହିଛନ୍ତି ଲାଗୁଛି ଖଣ୍ଡପୀଠ ଅନାସ୍ଥା ପ୍ରସ୍ତାବ ଉପରେ ଭୋଟିଂ ପାଇଁ ନିଦେ୍ର୍ଧଶ ଦେଇ ପାରନ୍ତି ।

ଆଉ ଏପରି ହେଲେ ଇମ୍ରାନ ଖାନ୍ଙ୍କ ପାଇଁ ଏହା ବୁମେରାଂ ହେବ । ଏଭଳି ପରିସ୍ଥିତିରେ ପାକ୍ ସେନାର କଣ ଭୂମିକା ରହିବ ତାହା ଉପରେ ନଜର । ଅନ୍ୟପଟେ ଆମେରିକା ଷଡଯନ୍ତ୍ର କରିଛି ବୋଲି ଇମ୍ରାନ ଖାନ୍ ଯେଉଁ ଅଭିଯୋଗ ଆଣିଛନ୍ତି ତାକୁ ପାକିସ୍ତାନ ସେନା ଖଣ୍ଡନ କରିଛି ।