ବିନା ପରୀକ୍ଷାରେ ପାସ୍ କରିବେ ୟୁକ୍ରେନ୍ ଫେରନ୍ତା ମେଡିକାଲ ଛାତ୍ରଛାତ୍ରୀ

0
175
ବିନା ପରୀକ୍ଷାରେ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ //
ନୂଆଦିଲ୍ଲୀ, (୦୭/୦୪) : ୟୁକ୍ରେନରେ ଯୁଦ୍ଧ ଯୋଗୁଁ ଫେରିଆସିଥିବା ମେଡିକାଲ ଛାତ୍ରଛାତ୍ରୀଙ୍କ ପାଇଁ ଆଶ୍ୱସ୍ତି । ମେଡିକାଲ କୋର୍ସ ପୁରା କରିବା ବିନା ପରୀକ୍ଷାରେ ପାସ୍ କରିବେ ଛାତ୍ରଛାତ୍ରୀ ।

ନିୟମରେ କୋହଳ କରାଯିବାକୁ ନିଷ୍ପତ୍ତି ନେଇଛନ୍ତି ୟୁକ୍ରେନ ସରକାର । ଏ ନେଇ ଲୋକସଭାରେ ସୂଚନା ଦେଇଛନ୍ତି କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର । ସେ କହିଛନ୍ତି, ୟୁକ୍ରେନ ସରକାର ତୃତୀୟ ବର୍ଷ ର ମେଡିକାଲ ଛାତ୍ରଛାତ୍ରୀଙ୍କ ପାଇଁ ଉଦ୍ଦିଷ୍ଟ ପରୀକ୍ଷା KROK-1 କୁ ସ୍ଥଗିତ ରଖିଛନ୍ତି । ଚତୁର୍ଥ ବର୍ଷକୁ ଉନ୍ନୀତ ହେବା ଲାଗି ଏହି ପରୀକ୍ଷା ଦେବାକୁ ପଡିଥାଏ । ପାଠପଢା ର ଆବଶ୍ୟକତାକୁ ପୂରଣ କରିବା ଆଧାରରେ ସେମାନଙ୍କୁ ବିନା ପରୀକ୍ଷାରେ ଆସନ୍ତା ଶିକ୍ଷାବର୍ଷକୁ ଉନ୍ନୀତ କରାଯାଇଛି ।

ସେହିପରି ଷଷ୍ଠ ବର୍ଷ ର ଛାତ୍ରଛାତ୍ରୀଙ୍କ ପାଇଁ ଥିବା KROK-2 ପରୀକ୍ଷା ହୋଇଥାଏ । ତେବେ ଏକାଡେମିକ୍ ଆସେସମେଣ୍ଟ ଅନୁସାରେ ଏହି ବର୍ଷ ର ଛାତ୍ରଛାତ୍ରୀମାନଙ୍କୁ ବିନା KROK ପରୀକ୍ଷାରେ ମେଡିକାଲ ଡିଗ୍ରୀ ମିଳିବ । ଜୟଶଙ୍କର ଆହୁରି କହିଛନ୍ତି ଯେ, ଭାରତୀୟ ଛାତ୍ରଛାତ୍ରୀଙ୍କ ପାଠପଢା ଜାରି ରଖିବା ନେଇ କେନ୍ଦ୍ର ସରକାର ୟୁକ୍ରେନ ର ପଡୋଶୀ ରାଷ୍ଟ୍ର ହଙ୍ଗେରୀ, ରୋମାନିଆ, କାଜାଖସ୍ତାନ ଓ ପୋଲାଣ୍ଡ ସରକାରଙ୍କ ସହ ଆଲୋଚନା କରିଛନ୍ତି ।

ଏହି ଦେଶ ଗୁଡିକର ପାଠ ପଢା ପ୍ରାୟତଃ ୟୁକ୍ରେନ ଭଳି । ତେଣୁ ଭାରତୀୟ ମେଡିକାଲ ଛାତ୍ରଛାତ୍ରୀମାନେ ସେମାନଙ୍କ ପାଠ୍ୟକ୍ରମ ଯେପରି ଶେଷ କରିବେ ଏନେଇ ସେଠିକାର ସରକାର ମାନଙ୍କ ସହ ଭାରତ ସରକାର କଥାବାର୍ତ୍ତା କରୁଛନ୍ତି ବୋଲି ଏସ. ଜୟଶଙ୍କର କହିଛନ୍ତି ।