ହରଭଙ୍ଗା ବ୍ଲକର ପ୍ରଥମ ସାଧାରଣ ବୈଠକ ଅନୁଷ୍ଠିତ

0
210
ହରଭଙ୍ଗା ବ୍ଲକର ପ୍ରଥମ

ରିପୋର୍ଟ : ସୁଶାନ୍ତ ବେହେରା
ହରଭଙ୍ଗା, (୦୮/୦୪) : ଆଜି ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ର ୨୨ ଗୋଟି ପଞ୍ଚାୟତ ର ନବନିର୍ବାଚିତ ସରପଞ୍ଚ, ସମିତି, ଜିଲ୍ଲା ପରିଷଦ ର ସଭ୍ୟ ଓ ସଭ୍ୟା ମାନଙ୍କୁ ନେଇ ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ସ୍ନେହଲତା ପ୍ରଧାନଙ୍କ ସଭାପତିତ୍ୱରେ ବ୍ଲକ ପରିସର ସଭାଗୃହରେ ହରଭଙ୍ଗା ବ୍ଲକର ପ୍ରଥମ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି ।

ହରଭଙ୍ଗା ବ୍ଲକର ପ୍ରଥମ ସାଧାରଣ ବୈଠକ ରେ ବ୍ଲକ ଉପାଧ୍ୟକ୍ଷ ସରୋଜ କୁମାର ପ୍ରଧାନ ସଭା ପରିଚାଳନା କରିବା ସହିତ ବୈଠକ ରେ ମୁଖ୍ୟ ଅତିଥି ଭାବେ ବୌଦ୍ଧ ବିଧାୟକ ପ୍ରଦୀପ କୁମାର ଅମାତ ଯୋଗ ଦାନ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ BDO ସ୍ମିତା ରାଣୀ ରଥ, ୭ ନଂ ଜୋନ ଜିଲ୍ଲା ପରିଷଦ ବିଶ୍ୱଜିତ ମିଶ୍ର, ୮ ନଂ ଜୋନ ତାରାମଣୀ ପ୍ରଧାନ ଓ MP ପ୍ରତିନିଧି ବିଶ୍ୱଜିତ ପ୍ରଧାନ ପ୍ରମୁଖ ଉପସ୍ଥିତ ରହିଥିଲେ ।

ଗଣମାଧ୍ୟମ ପ୍ରତିନିଧି ଙ୍କ ଉପସ୍ଥିତ ରେ ବ୍ଲକ ସ୍ତରୀୟ ସମସ୍ତ ବିଭାଗ ର ଅଧିକାରୀ ନିଜ ନିଜ ସ୍ତରରେ ଜନସାଧାରଣ ଙ୍କ ମୌଳିକ ଅଧିକାର ଓ ସୁବିଧା ଉପରେ ଆଲୋକପାତ କରିବା ସହିତ ବ୍ଲକ ର ସାମୁହିକ କ୍ଷେତ୍ର ରେ ଯଥା, ମନୋରେଗା, ସ୍ୱାସ୍ଥ୍ୟ, କୃଷି, ପାନୀୟଜଳ, ରାସନ ସାମଗ୍ରୀ, ମିଶନ ଶକ୍ତି, ଶିକ୍ଷା, ଗମନା ଗମନ, ରାସ୍ତା ଘାଟ ର ଉନ୍ନତି ସକାଶେ ଆଗାମୀ ଦିନରେ ଯେମିତି ସାଧାରଣ ଜନତା ଏହି ସମସ୍ୟା ରୁ ବଞ୍ଚିତ ନହେବେ ତାହା ଉପରେ ଦୃଢ ପଦକ୍ଷେପ ନିଆଯିବ ବୋଲି ସମସ୍ତେ ଏକମତ ହୋଇଥିଲେ । ଶେଷରେ ଉପାଧ୍ୟକ୍ଷ ଶ୍ରୀ ସରୋଜ କୁମାର ପ୍ରଧାନ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରି ସଭାକାର୍ଯ୍ୟ ସମାପନ କରିଥିଲେ ।