ପୁଟିନଙ୍କ ବଡ଼ ରାଜ୍‌ ଖୋଲିଲେ ମହିଳା ଗୁପ୍ତଚର : ଯିଏକି ଥିଲେ ବ୍ଲାଦିମିରଙ୍କ ପ୍ରେମିକା

0
143
ପୁଟିନଙ୍କ ବଡ଼

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ମସ୍କୋ, (୦୯/୦୪) : ଦେଢ ମାସ ପାଖାପାଖି ଚାଲିଛି ରୁଷ-ୟୁକ୍ରେନ ଯୁଦ୍ଧ । କେହି ହଟୁ ନାହାନ୍ତି କି ମୁଣ୍ଡ ବି ନୁଆଁଉ ନାହାଁନ୍ତି । ୟୁକ୍ରେନକୁ ଶକ୍ତିହୀନ କରିବା ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଲକ୍ଷ୍ୟ । ସାରା ଦୁନିଆ ର ଚାପ ସତ୍ତ୍ୱେ ବନ୍ଦ ହେଉନି ଯୁଦ୍ଧ । ନିଜ ଜିଦ୍ଦିରେ ଅଟଳ ପୁଟିନ୍‌ । ପୁଟିନଙ୍କ ବଡ଼ ରାଜ୍‌ ଖୋଲିଲେ ମହିଳା ଗୁପ୍ତଚର ।

ସେଥିଲାଗି ଯୁଦ୍ଧ ସମୟରେ ବେଶି ଚର୍ଚ୍ଚା ପୁଟିନଙ୍କୁ ନେଇ । ରାଜନୀତି ହେଉକି ଲଭ୍‌ ଅଫେୟାର୍ସ । ଖୋଲୁଛି ପୁଟିନଙ୍କ ବ୍ୟକ୍ତିଗତ ଜୀବନକ ଫର୍ଦ୍ଦ ଉପରେ ଫର୍ଦ୍ଦ । ଏବେ ଋଷ ର ଜଣେ ପୂର୍ବତନ ମହିଳା ଗୁପ୍ତଚର ପୁଟିନଙ୍କ ବିଷୟରେ କରିଛନ୍ତି ବଡ଼ ଖୁଲାସା । ତାଙ୍କ ନାଁ ଆଲିଆ ରୋଜା ।

ସେ କହିଛନ୍ତ୍, ପୁଟିନ୍‌ ଡିଦ୍‌ଖୋର୍‌ ଓ ନୃଶଂସ । ଆଲିଆ ରଖିଛନ୍ତି ଯୁକ୍ତି ସହ ଠୋସ୍‌ କଥା । ପୁଟିନ ଆଉ ଯୁଦ୍ଧରେ ପଛକୁ ହଟିବେନି । ଶେଷ ପର୍ଯ୍ୟନ୍ତ ସେ ଜାରି ରଖିବେ ଯୁଦ୍ଧ । ପୁଟିନ୍‌ କେବେ ଭାବିନଥିଲେ ଯେ ୟୁକ୍ରେନ ତାଙ୍କ ଆକ୍ରମଣ ର ଏପରି ଦେବ ଜବାବ । ଆଉ ପୂରା ଦୁନିଆରେ ୟୁକ୍ରେନକୁ ମିଳିବ ଏମିତି ସମର୍ଥନ । ଆଲିଆ ନିଜ ଦେଶ ଋଷ ର କାର୍ଯ୍ୟକଳାପକୁ କରିଛନ୍ତି ସମାଲୋଚନା । କରିଛନ୍ତି ଅନେକ ଖୁଲାସା କହିଛନ୍ତି, ପୁଟିନ କିଛି ବି କରିପାରିବେ, କିନ୍ତୁ ସେ ଯୁଦ୍ଧରେ ପରାଜୟକୁ ଗ୍ରହଣ କରିପାରିବେ ନାହିଁ । ପୁଟିନ ତାଙ୍କ ଲକ୍ଷ୍ୟ ହାସଲ ପାଇଁ କିଛି ବି କରିପାରିବେ । ଏହା କୁହନ୍ତି ଆଲିଆ । ତେବେ କିଏ ଏହି ରୋଜା ?

ରିପୋର୍ଟ ଅନୁଯାୟୀ, ଆଲିଆ ରୋଜା ଖୁବ୍ କମ୍ ବୟସରେ ଗୁପ୍ତଚର ଭାବରେ ଋଷ ସେନାରେ ଯୋଗ ଦେଇଥିଲେ । ଆଲିଆଙ୍କ ବାପା ଥିଲେ USSR ସେନା ର ଜଣେ ବରିଷ୍ଠ ଅଧିକାରୀ । ପରେ ଆଲିଆ ଗୁପ୍ତଚର ଭାବେ ନିଯୁକ୍ତି ପାଇଲେ । ତାଙ୍କ କାମ ଥିଲା ପୁରୁଷମାନଙ୍କୁ ପ୍ରତାରଣା କରିବା ଓ ସେମାନଙ୍କୁ ମାନସିକ ସ୍ତରରେ ପ୍ରଭାବିତ କରିବା । ହନିଟ୍ରାପରେ ଫସାଇ ସେ ହାସଲ କରୁଥିଲେ ଗୁପ୍ତ ତଥ୍ୟ । ଏସବୁ କରିବାକୁ ତାଙ୍କୁ ମିଳିଥିଲା ନିଯୁକ୍ତି । କିନ୍ତୁ ସେ ଯେବେ ବ୍ଲାଦିମିର୍‌ ଙ୍କ ପ୍ରେମରେ ପଡ଼ିଲେ ଶେଷ ହୋଇଯାଇଥିଲା ତାଙ୍କ କରିୟର । ତେବେ ଇଏ ବ୍ଲାଦିମିର୍‌ ପୁଟିନ୍‌ ନୁହନ୍ତି ।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ସବୁକିଛି ଠିକ୍ ଚାଲିଥିଲା । କିନ୍ତୁ ଯେଉଁ ବ୍ଲାଦିମିରଙ୍କ ଉପରେ ନଜର ରଖିଥିଲେ । ତାଙ୍କୁ ହିଁ ହୃଦୟ ଦେଇଥିଲେ । ଡ୍ରଗ୍ସ ଡିଲରଙ୍କ କବଳରୁ ଆଲିଆଙ୍କୁ ରକ୍ଷା କରିଥିଲେ ବ୍ଲାଦିମିର୍‌ । କାରଣ ଡ୍ରଗ୍ ଡିଲରଙ୍କ ଗ୍ୟାଙ୍ଗ ଆଲିଆଙ୍କୁ ଧରି ନେଇଯାଇଥିଲେ । କିନ୍ତୁ ପରେ ବ୍ଲାଦିମିରଙ୍କୁ ହତ୍ୟା କରାଯାଇଥିଲା ।

ବ୍ଲାଦିମିରଙ୍କ ମୃତ୍ୟୁ ପରେ ଆଲିଆ ରୋଜା ୨୦୦୬ ରେ ଋଷର ଜଣେ ଧନୀ ବ୍ୟକ୍ତିଙ୍କୁ ବିବାହ କରିଥିଲେ। ତେବେ ତାଙ୍କ ସ୍ୱାମୀଙ୍କୁ ଜେଲ୍‌ ହୋଇଯାଇଥିଲା ଓ ସେଠାରେ ସେ ପ୍ରାଣ ହରାଇଥିଲେ । ସ୍ୱାମୀଙ୍କ ମୃତ୍ୟୁ ପରେ ନିଜ ପିଲାଙ୍କ ସହ ଋଷ ଛାଡିଥିଲେ ଆଲିଆ, ଆଉ ଫେରି ନଥିଲେ ।