ଟାଟା କମ୍ପାନୀ ର ମନାମାନୀ : ଦୁଆରେ ଜଗିବସିଛି ମରଣ ଯନ୍ତା

0
344
ଟାଟା କମ୍ପାନୀ

ରିପୋର୍ଟ : ସୁଶାନ୍ତ ବେହେରା
ହରଭଙ୍ଗା, (୦୯/୦୪) : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଲୁଣିବାହାଲ ପଞ୍ଚାୟତ ଅନ୍ତର୍ଗତ କଣ୍ଟିଆ ପଦର ଗାଁ ଘାଷିସାହି ର ଜୈନିକ ନାମକ ଜଣେ ବ୍ୟକ୍ତି ଙ୍କ ଘର ଦୁଆରେ ଟାଟା କମ୍ପାନୀ ର ୩ ଫେଜ ବିଦ୍ୟୁତ ସଂଯୋଗୀକରଣ ର ଏକ ଟ୍ରାନ୍ସଫରମର ବସିଛି ।

କିନ୍ତୁ ଟ୍ରାନ୍ସଫରମର ରେ କୌଣସି ବାଉଣ୍ଡରି କି ସେପ୍ଟି ଗାର୍ଡ ନ ଥିବାରୁ ଘରେ ରହୁଥିବା ସମସ୍ତ ବ୍ୟକ୍ତି ଙ୍କ ଜୀବନ ପ୍ରତି ବିପଦ ସବୁ ସମୟରେ ରହିଛି । ଏହି ଜାଗାରେ ଏହି ସାହି ର ତିନୋଟି ପରିବାର ବସବାସ କରିବା ସହିତ ଏକ ଧାର୍ମିକ ଅନୁଷ୍ଠାନ ଥିବାରୁ ସହ ସହ ଲୋକ ରୁଣ୍ଡ ହୁଅନ୍ତି । ଏହି ଘଟଣା କୁ ନେଇ ପରିବାର ତରଫରୁ ଟାଟା କମ୍ପାନୀ କୁ ଟ୍ରାନ୍ସଫରମର ଟିକୁ ଅନ୍ୟତ୍ର ସ୍ଥାନାନ୍ତରିତ କରାଯିବା ପାଇଁ ବହୁବାର ଲିଖିତ ଅଭିଯୋଗ କରାଯାଇଛି ।

ଅତି ନିକଟରେ ୩୦/୦୩/୨୦୧୨ ରିଖ ଦିନ ମଧ୍ୟ ପୁରୁଣାକଟକ ବିଦ୍ୟୁତ ବିଭାଗ ର ଅଧିକାରୀ ଙ୍କୁ ଲିଖିତ ଅଭିଯୋଗ ଦିଆ ଯାଇଛି ଯେ ଏହି ଟ୍ରାନ୍ସଫରମର ଟିକୁ ଅନ୍ୟତ୍ର ସ୍ଥାନାନ୍ତରିତ କରାଯାଉ । ଏହାର ଉତ୍ତର ରେ ବିଦ୍ୟୁତ ବିଭାଗ କହିଥିଲେ ଯେ, “ଜଦି ଟ୍ରାନ୍ସଫରମର ଟିକୁ ସ୍ଥାନାନ୍ତରିତ କରାଯିବ ତା ହେଲେ ୨ ରୁ ୩ ଲକ୍ଷ ଟଙ୍କା ଖର୍ଚ୍ଚ ହେବ ତୁମେ ଦେବ କି? ” ବୋଲି ଧମକାଇ ଥିଲେ ।

ଏହି କଥା ଆମେ କହୁନୁ ଅଭିଯୋଗକାରୀ ଏହି ମତ ରଖିଛନ୍ତି ଯେ, “ମୋ ନିଜ ପୈତୃକ ସମ୍ପତ୍ତି ଉପରେ ଟାଟା କମ୍ପାନୀ ଟ୍ରାନ୍ସଫରମର ବସାଇଛି ଆଉ ସ୍ଥାନାନ୍ତରିତ ପାଇଁ ନିଜକୁ ଟଙ୍କା ଖର୍ଚ୍ଚ କରିବାପାଇଁ କହୁଛି ଏହା କେତେ ଦୂର ନ୍ୟାୟ ସଂଗତ ?” ଜଦି ଆଗାମୀ ଦିନରେ ବିଦ୍ୟୁତ ଆଘାତରେ କାହାର କିଛି ଅନିଷ୍ଟ ଘଟେ କମ୍ପାନୀ ଦାୟୀ ରହିବ କି ? କାହାର କିଛି ଅଘଟଣ ଘଟିବା ପୂର୍ବରୁ ଯଥାଶୀଘ୍ର ଏହି ଟ୍ରାନ୍ସଫରମର ଟିକୁ ସ୍ଥାନାନ୍ତରିତ କରିବା ପାଇଁ ବୌଦ୍ଧ ଜିଲ୍ଲା ପ୍ରଶାସନ ଓ ଟାଟା କମ୍ପାନୀ କୁ ଗ୍ରାମବାସୀ ଦାବି କରିଛନ୍ତି ।