ଅରିଗାଁ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ଛାତ୍ରୀଙ୍କ କୃତିତ୍ୱ

0
206
ଅରିଗାଁ

ରିପୋର୍ଟ : ଧ୍ରୁବରାଜ ମିଶ୍ର
ବିନିକା, (୯/୪) : ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ଅରିଗାଁ ଗ୍ରାମ ର ଯଶୋବନ୍ତ ପୁଟେଲ ର ଝିଅ ଅମିଶା ପୁଟେଲ ଗାଁ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅଷ୍ଟମ ଶ୍ରେଣୀରେ ପାଠ ପଢୁଅଛି ।

ଉକ୍ତ ଛାତ୍ରୀ ଜଣକ ବିଜ୍ଞାନ, ଗଣିତ ଓ ପରିବେଶ ମେଳାରେ ଭାଗ ନେଇ ଜିଲ୍ଲା ସ୍ତରରେ ଉତୀର୍ଣ୍ଣ ହୋଇ ରାଜ୍ୟ ସ୍ତରକୁ ମନୋନୀତ ହୋଇଛନ୍ତି । ଏହା ଜଣା ପଡିବା ପରେ ପରିବାର ଓ ଅରିଗାଁ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଆନନ୍ଦ ର ଲହରୀ ଖେଳିଯାଇଛି । ଏହି ସଫଳତା ପାଇଁ ସ୍କୁଲ ର ପ୍ରଧାନ ଶିକ୍ଷକ ଧୀରେନ୍ଦ୍ର କୁମାର ପଣ୍ଡା, ବିଜ୍ଞାନ ଶିକ୍ଷୟତ୍ରୀ ନମିତା ସାହୁ ଓ ସହକାରୀ ଶିକ୍ଷୟତ୍ରୀ ଗୀତା ସାହୁଙ୍କୁ ଶ୍ରେୟ ଦେଇଛନ୍ତି । ସ୍କୁଲ ପରିଚାଳନା କମିଟି ସଭାପତି ପ୍ରକାଶ କର୍ମୀଙ୍କ ତତ୍ୱାବଧାନରେ ବିଦ୍ୟାଳୟ ସ୍ତରରେ ଛାତ୍ରୀ ଅମିଶା ପୁଟେଲକୁ ସମ୍ମାନୀତ କରାଯାଇଥିଲା ।