ଡିଜିପି ଅଭୟ ହେଲେ ଓଡ଼ିଶା ଷ୍ଟାଫ୍‌ ସିଲେକ୍ସନ କମିଶନ ଅଧ୍ୟକ୍ଷ

0
124
ଡିଜିପି ଅଭୟ

ରିପୋର୍ଟ : ସୁଭାସିସ ନାୟକ
ଭୁବନେଶ୍ୱର, (୧୪/୦୪) : ପୂର୍ବତନ ଡିଜିପି ଅଭୟ ଙ୍କୁ ନୂଆଁ ନିଯୁକ୍ତି ଦେଲେ ରାଜ୍ୟ ସରକାର । ତାଙ୍କୁ ଓଡ଼ିଶା ଷ୍ଟାଫ୍‌ ସିଲେକ୍ସନ କମିଶନ ଅଧ୍ୟକ୍ଷ ଭାବେ ନିଯୁକ୍ତି ମିଳିଛି ।

୫ ବର୍ଷ କିମ୍ବା ୬୨ ବର୍ଷ ବୟସ ହେଲା ପର୍ଯ୍ୟନ୍ତ ସେ କାର୍ଯ୍ୟ କରିବେ । ୨୦୨୧ ଡିସେମ୍ୱର ୩୧ ତାରିଖରେ ଡିଜିପି ଅଭୟ ଚାକିରି ରୁ ଅବସର ନେଇଥିଲେ । ଚାକିରି ରୁ ଅବସର ନେବା ପରେ ତାଙ୍କୁ ନୂଆଁ ନିଯୁକ୍ତି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତାଙ୍କୁ ନାର୍କୋଟିକ୍ସ ଡ୍ରଗ୍ସ ସମ୍ପର୍କିତ ରାଜ୍ୟ ଟାସ୍କ ଫୋର୍ସ ର ଅଧ୍ୟକ୍ଷ ଭାବେ ନିଯୁକ୍ତ ମିଳିଥିଲା ।

ମୁଖ୍ୟ ସଚିବ ପାହ୍ୟା ର ପଦବୀରେ ସେ ଏହି ନିଯୁକ୍ତି ପାଇଥିଲେ । କିନ୍ତୁ ବର୍ତ୍ତମାନ ସେ ଓଡ଼ିଶା ଷ୍ଟାଫ୍‌ ସିଲେକ୍ସନ କମିଶନ ଅଧ୍ୟକ୍ଷ ପଦରେ ନିଯୁକ୍ତି ପାଇଛନ୍ତି ଯାହା ଚର୍ଚ୍ଚା ର ବିଷୟ ପାଲଟିଛି ।