ରାଜଧାନୀରେ ଆଜି ଗଡୁନି ମୋ ବସ୍‌, ଧାରଣାରେ ଡ୍ରାଇଭର : ଦରମା ବୃଦ୍ଧି ନେଇ ଦାବି

0
165

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଭୁବନେଶ୍ୱର,(୦୨/୦୮) : ଧାରଣାରେ ମୋ ବସ୍ ଡ୍ରାଇଭର । ରାଜଧାନୀରେ ଆଜି ଗଡୁନି ମୋ ବସ୍ । ଦରମା ବୃଦ୍ଧି ସମେତ ବିଭିନ୍ନ ଦାବି ନେଇ ଧାରଣାରେ ବସିଛନ୍ତି ମୋ ବସ୍ କର୍ମଚାରୀ ।

ରାଜଧାନୀରେ ବର୍ତ୍ତମାନ ଦିନକୁ ୮ ଘଣ୍ଟା ଡ୍ୟୁଟି ହିସାବରେ ମାସକୁ ଦରମା ମିଳୁଛି ୧୨ ହଜାର ଟଙ୍କା । ଏତିକି ଟଙ୍କାରେ ପରିବାର ପୋଷିବା କଷ୍ଟ ହେଉଛି ବୋଲି କହିଛନ୍ତି ଡ୍ରାଇଭର । ତେଣୁ ଦରମା ବୃଦ୍ଧି କରାଯାଇ ୧୮ ହଜାର ଟଙ୍କା କରାଯାଉ ବୋଲି ଦାବି କରିଛନ୍ତି । କେବଳ ଦରମା ନୁହେଁ ଇଏସ ଆଇ, ଇପିଏଫ୍ ମଧ୍ୟ ସବୁ କର୍ମଚାରୀ ପାଉନଥିବା ଅଭିଯୋଗ ହୋଇଛି ।

ଦରମା ବଢ଼ାଇବା ପାଇଁ ଦାବି କଲେ ଚାକିରିରୁ ବାହାର କରିଦେବାକୁ ଧମକ ଦେଉଛି ଟ୍ରାଭେଲ ଟାଇମ୍ସ । ତେଣୁ ଆଜିଠୁ କାମ ଛାଡି ସମସ୍ତ ଡ୍ରାଇଭର ଆନ୍ଦୋଳନରେ ବସିଛନ୍ତି । ଅନ୍ୟପଟେ ଟ୍ରାଭେଲ ଟାଇମ୍ସର କୌଣସି ଅଧିକାରୀ ଏନେଇ ମୁହଁ ଖୋଲିନାହାଁନ୍ତି ।