ଆସାମରେ ପ୍ରକୃତି ର ତାଣ୍ଡବ : ବଜ୍ରପାତରେ ଗଲା ୧୪ ଜୀବନ

0
160
ଆସାମରେ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଆସାମ, (୧୭/୦୪) : ଉତ୍ତର ଭାରତ ସମେତ ଏବେ ଦେଶ ର ଅନେକ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ତାପମାତ୍ରା ବଢୁଥିବାରୁ ବାୟୁମଣ୍ଡଳ ଏବେ ଶୁଷ୍କ ରହିଛି । ଏହି କାରଣରୁ ଏବେ କେରଳ, ତାମିଲନାଡୁ ଓ ଆସାମ ସମେତ ଅନେକ ରାଜ୍ୟରେ ପ୍ରବଳ ବର୍ଷା ସାଙ୍ଗକୁ ପ୍ରକୃତିର ତାଣ୍ଡବ ଦେଖିବାକୁ ମିଳିଛି । ଏହି କ୍ରମରେ ଏବେ ଆସାମରେ ପାଣିପାଗ ଏଭଳି ବଦଳି ଯାଇଛି କି ପ୍ରବଳ ବର୍ଷା ସାଙ୍ଗକୁ ତୋଫାନ ରାଜ୍ୟ ର ଅନେକ କ୍ଷୟକ୍ଷତି କରିଛି ।

ରାଜ୍ୟ ର ଅନେକ ଜିଲ୍ଲାରେ ତୁହାକୁ ତୁହା ବର୍ଷା, ପବନ ଓ ବଜ୍ରପାତ କାରଣରୁ ଅନେକ ଧନଜୀବନ ନଷ୍ଟ ହୋଇଛି । ଆସାମରେ ରାଜ୍ୟ ଡିଜାଷ୍ଟର ମ୍ୟାନେଜମେଣ୍ଟ ବିଭାଗ ପକ୍ଷରୁ କୁହାଯାଇଛି କି ରାଜ୍ୟରେ ପ୍ରକୃତି ର ତାଣ୍ଡବ କାରଣରୁ ଏ ପର୍ଯ୍ୟନ୍ତ ୧୪ ଜଣ ଲୋକ ମୃତ୍ୟୁବରଣ କରିଛନ୍ତି ।

କହିରଖୁ କି ଏପ୍ରିଲ ୧୫ ତାରିଖରେ ହଠାତ ଆସାମ ର ପାଣିପାଗ ବଦଳି ଯାଇଥିଲା । ପ୍ରବଳ ବେଗରେ ପବନ ବୋହିବା ସହ ବର୍ଷା ଓ ବଜ୍ରପାତ ହୋଇଥିଲା । ରାଜ୍ୟର ଗୋଲପାରା, ବାରପେଟା ଡିବ୍ରୁଗଡ, ନଲବାଡୀ ଆଦି ଜିଲ୍ଲାରେ ତୋଫାନ କାରଣରୁ ଅନେକ କ୍ଷୟକ୍ଷତି ହୋଇଛି । ସେପଟେ ଆଜି ଅର୍ଥାତ ୧୭ ତାରିଖରେ ରାଜ୍ୟରେ ପୁଣି ବର୍ଷା ସହ ପ୍ରବଳ ବେଗରେ ପବନ ବୋହିବା ନେଇ ରାଜ୍ୟ ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି ।