ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ

0
314
ଭୀମ ଭୋଇ

ରିପୋର୍ଟ : ପ୍ରଣତି ସାବତ //
କାଶୀନଗର, (୧୮/୦୪) : ଗଜପତି ଜିଲ୍ଲା ଅନ୍ତର୍ଗତ କାଶୀନଗର ବ୍ଲକ ର ବୁ ଦୂରା ଗ୍ରାମ ପଞ୍ଚାୟତ ବୁଡୁରା ଗ୍ରାମ ରେ ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଅଛି । ଆଜିର ଏହି ଶିବିର କୁ ଖୋଦ୍ ଜିଲ୍ଲାପାଳ ଶ୍ରୀ ଲିଙ୍ଗ ରାଜ ପଣ୍ଡା ଉଦ୍ଘାଟନ କରିଥିଲେ ।602a0ad5 6ad9 4878 a78c 6debc819a15b ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ

ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ଜୟରାମ ଶତପଥୀ, ତହସିଲଦାର ଶ୍ରୀ ଶିମଞ୍ଚଳ ମହାନ୍ତି ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ବାଲା ସୟମା ଓ ଉପାଧ୍ୟକ୍ଷ ଏସ କଲ୍ୟାଣୀ, ଜିଲ୍ଲା ପରିଷଦ ସଭ୍ୟା ଆର୍ ରାଜଲକ୍ଷ୍ମୀ ବିଭିନ୍ନ ପଞ୍ଚାୟତ ସରପଞ୍ଚ ଓ ସମିତି ସଭ୍ୟ ଯୋଗ ଦେଇଥିଲେ । ବୁ ଦୁ ର। ସରପଞ୍ଚ ସଞ୍ଜୟ ମିଶ୍ର ଙ୍କ ସଭାପତିତ୍ବ ରେ ଅନୁଷ୍ଟିତ ଭୀମ ଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ରେ ବସ ପାସ, ଭିନ୍ନକ୍ଷମ ପ୍ରମାଣ ପତ୍ର, ଜବ କାର୍ଡ, ଅଭିଯୋଗ ର ଶୁଣାଣି ଜମି ପଟ୍ଟା ମୁଟେଶନ ଇତ୍ୟାଦି କାମ ମଧ୍ୟ ଫାଇସଲ। କରାଯାଇଥିଲା । ବହୁ ଲୋକ ଏହି ଶିବିର ରେ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମ କୁ ବିପିଏମ୍ ସମୀର ପାଢ଼ୀ ପରିଚାଳନା କରିଥିଲେ ।