ଜିଲ୍ଲା ପ୍ରଶାସନ ତରଫରୁ ପୁଣିଥରେ ଯୁଗ୍ମ ଅଭିଯୋଗ ଶୁଣାଣୀ ଆରମ୍ଭ

0
251
ଜିଲ୍ଲା ପ୍ରଶାସନ ତରଫରୁ

ରିପୋର୍ଟ : ଗୋପୀନାଥ ଗୌଡ଼ //
ରାୟଗଡା, (୧୮/୪) : ଦୀର୍ଘ ଦୁଇ ବର୍ଷ ର ବ୍ୟବଧାନ ପରେ ଆଜି ଠାରୁ ରାୟଗଡା ଜିଲ୍ଲା ପ୍ରଶାସନ ତରଫରୁ ପୁଣିଥରେ ଯୁଗ୍ମ ଅଭିଯୋଗ ଶୁଣାଣୀ ଆରମ୍ଭ ହୋଇଛି ।591c55df 314b 46bb a11d 7461c3ae0b90 ଜିଲ୍ଲା ପ୍ରଶାସନ ତରଫରୁ ପୁଣିଥରେ ଯୁଗ୍ମ ଅଭିଯୋଗ ଶୁଣାଣୀ ଆରମ୍ଭ

ଜିଲ୍ଲା ପ୍ରଶାସନ ତରଫରୁ ଏହି ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ମିଶ୍ର, ଆରକ୍ଷୀ ଅଧିକ୍ଷକ ଶ୍ରୀ ବିବେକାନନ୍ଦ ଶର୍ମା, ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ରବି ନାରାୟଣ ତ୍ରିପାଠୀ, ଉପ ଜିଲ୍ଲାପାଳ ଶ୍ରୀ ପ୍ରତାପ ଚନ୍ଦ୍ର ପ୍ରଧାନ, ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ପୂର୍ଣ ଚନ୍ଦ୍ର ବରିହା, ଜିଲ୍ଲା ମଙ୍ଗଳ ଅଧିକାରୀ ଶ୍ରୀ ଅଶୋକ କୁମାର ଶତପଥୀ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ରମେଶ ଚନ୍ଦ୍ର ନାୟକ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ବସନ୍ତ ପ୍ରଧାନ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଯାଜ୍ଞସେନୀ ବେହେରା, ପ୍ରମୁଖ ଉପସ୍ଥିତ ରହି ଅଭିଯୋଗ ଗୁଡିକର ଶୁଣାଣୀ କରିଥିଲେ ।08336f91 2f47 411f af7b 92f2a5ef0d9e ଜିଲ୍ଲା ପ୍ରଶାସନ ତରଫରୁ ପୁଣିଥରେ ଯୁଗ୍ମ ଅଭିଯୋଗ ଶୁଣାଣୀ ଆରମ୍ଭ

ଆଜି ମୋଟ ୨୨ଟି ଅଭିଯୋଗ ଜିଲ୍ଲାପାଳଙ୍କ ନଜରକୁ ଆସିଥିଲା ସେଥି ମଧ୍ୟରୁ ୨୧ଟି ବ୍ୟକ୍ତିଗତ ଅଭିଯୋଗ ଥିଲା ବେଳେ ଗୋଟିଏ ଗ୍ରାମବାସୀ ମାନଙ୍କର ଅଭିଯୋଗ ଥିଲା । ଜିଲ୍ଲାପାଳ ଶ୍ରୀ ମିଶ୍ର ଉକ୍ତ ଅଭିଯୋଗ ଗୁଡିକୁ ପାଇଲା ପରେ ବିଭାଗୀୟ ଅଧିକାରୀ ମାନଙ୍କୁ ତୁରନ୍ତ ସମାଧାନ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଆଜି ଠାରୁ ପ୍ରତ୍ୟେକ ମାସର ପ୍ରଥମ ସୋମବାର ଦିନ ଜିଲ୍ଲା ସ୍ତରରେ ଓ ଅନ୍ୟ ସୋମବାର ଦିନ ମାନଙ୍କରେ କେଉଁ ତାରିଖ ରେ କେଉଁ ବ୍ଲକ ରେ ଅଭିଯୋଗ ଶୁଣାଣୀ ହେବ ବୋଲି ପ୍ରଚାର ପ୍ରସାର ନିମନ୍ତେ ସମ୍ପୃକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ମାନଙ୍କୁ ଜଣାଇ ଦିଆଯାଇଛି ।