ବିନିକା-ଗୋଡଭଗା ମୁଖ୍ୟ ରାସ୍ତାରେ ବାଇକ ଦୁର୍ଘଟଣା : ୧ ମୃତ ୧ ଆହତ

0
172
ବିନିକା-ଗୋଡଭଗା

ରିପୋର୍ଟ : ଧ୍ରୁବରାଜ ମିଶ୍ର
ବିନିକା, (୧୮/୪) : ବିନିକା-ଗୋଡଭଗା ମୁଖ୍ୟ ରାସ୍ତା ଚେରୁପାଲି ବୁଲାଣିଆ ରାସ୍ତା ବାଇକ ଦୁର୍ଘଟଣାରେ ଜଣେ ମୃତ୍ୟୁ ବରଣ କରିଥିବା ବେଳେ ଆନ୍ୟ ଜଣେ ଆହତ ହୋଇଛନ୍ତି ।

ଘଟଣାରୁ ପ୍ରକାଶ ଯେ, ଆଜି ଅପରାହ୍ନରେ ସମ୍ବଲପୁର ଜିଲ୍ଲା ଧମା ଥାନା ଦଶପୁର ଗ୍ରାମରୁ ମହେନ୍ଦ୍ର ତରିଆ (୨୪) ଏବଂ ତାଙ୍କ ମୈତ୍ର ଜୁଯୁମୁରା ଥାନା ଆର. ବଡ଼ମାଲ ଗ୍ରାମ ର ମହେନ୍ଦ୍ର ମିର୍ଦ୍ଧା (୨୩) ଏକ ବାଇକ ଯୋଗେ ବିନିକା-ଗୋଡଭଗା ମୁଖ୍ୟ ରାସ୍ତା ଦେଇ ବିନିକା ଥାନା ମଣିଗାଁ ଗ୍ରାମକୁ ଝିଅ ଛାଡ଼ିବା ପାଇଁ ଯାଉଥିବା ବେଳେ ଚେରୁପାଲି ବୁଲାଣି ରେ ବାଇକ ଟି ଭାରସାମ୍ୟ ହରାଇ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା ।

ଉଭୟ ଛିଟିକି ପଡି ଗୁରୁତର ଆହତ ହୋଇଥିଲେ । ସ୍ଥାନୀୟ ଲୋକେ ବିନିକା ଆମ୍ବୁଲାନ୍ସ କୁ ଖବର ଦେବାପରେ ଆମ୍ବୁଲାନ୍ସ ପହଞ୍ଚି ସେମାନଙ୍କୁ ଉଦ୍ଧାର କରି ବିନିକା ଡାକ୍ତରଖାନା ରେ ଭର୍ତ୍ତି କରିଥିଲେ । ଡାକ୍ତର ଦେଖିବା ପରେ ମହେନ୍ଦ୍ର ମିର୍ଦ୍ଧା ଙ୍କୁ ମୃତ ଘୋଷଣା କରିଥିବା ବେଳେ ମହେନ୍ଦ୍ର ତରିଆ ଙ୍କ ଚିକିତ୍ସା ପରେ ତାଙ୍କର ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଥିବା ଜଣାପଡିଛି ।

ବିନିକା ପୁଲିସ ଘଟଣାସ୍ଥଳକୁ ଯାଇ ତଦନ୍ତ କରି ଏକ ଅପମୃତ୍ୟ ମାମଲା ରୁଜୁ କରିଛି । ଆସନ୍ତାକାଲି ମୃତକ ର ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ।