ଚୀରସ୍ରୋତା ନଦୀ ଥାଇବି ବଢୁଛି ତାପମାତ୍ରା : ଚିନ୍ତାରେ ବୁଦ୍ଧିଜୀବୀ

0
147
ଚୀରସ୍ରୋତା

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୋନପୁର, (୨୦/୪) : ସମ୍ପ୍ରତି ବର୍ତ୍ତମାନ ସମୟରେ ଚୀରସ୍ରୋତା ନଦୀ ଥାଇବି ସୁବର୍ଣ୍ଣପୁର ଜିଲ୍ଲାର ତାପମାତ୍ରା ବଢ଼ି ଯେଭଳି ଅସହ୍ୟ ପରିସ୍ଥିତି ସୃଷ୍ଟି କରିଛି ତାକୁ ନେଇ ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି ।WhatsApp Image 2022 04 21 at 10.04.52 AM 2 ଚୀରସ୍ରୋତା ନଦୀ ଥାଇବି ବଢୁଛି ତାପମାତ୍ରା : ଚିନ୍ତାରେ ବୁଦ୍ଧିଜୀବୀ

ଏହାକୁ ପ୍ରତିହତ ପାଇଁ ନଦୀକୂଳିଆ ଜଙ୍ଗଲ ସୃଷ୍ଟି ସହ ମହାନଦୀ ରେ ବ୍ୟାରେଜ୍ ନିର୍ମାଣ ଓ ଛୋଟ ଛୋଟ ଆନିକଟ ନିର୍ମାଣ ଦ୍ୱାରା ହିଁ ବର୍ଦ୍ଧିତ ତାପମାତ୍ରା କୁ ହ୍ରାସ କରିହେବ ବୋଲି ଏବେ ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି । ସୁବର୍ଣ୍ଣପୁର ଜିଲ୍ଲାରେ ତାପମାତ୍ରା ଏବେ ରେକର୍ଡ ସଂଖ୍ୟକ ବଢ଼ି ଗତକାଲି ରାଜ୍ୟରେ ୪୪.୪ ଓ ଆଜି ୪୪.୫ ଡିଗ୍ରୀକୁ ବୃଦ୍ଧି ପାଇ ରାଜ୍ୟରେ ଏକ ଉତ୍ତପ୍ତ ସହର ଭାବରେ ପରି ଗଣିତ ହୋଇଛି । କେବଳ ରାଜ୍ୟରେ ନୁହେଁ ଏହା ଦେଶର ସର୍ବୋଚ୍ଚ ତାପମାତ୍ରା । ଯାହାକୁ ନେଇ ବୁଦ୍ଧିଜୀବୀ ମହଲରେ ଉଦବେଗ ପ୍ରକାଶ ପାଇଛି । ଜିଲ୍ଲାରେ ମହାନଦୀ ଓ ତେଲ ଦୁଇଟି ଚୀରସ୍ରୋତା ନଦୀ ରହିଛି ।

ନିବୃତ୍ତି ନଦୀ, ଅଙ୍ଗ, ସୁକତେଲ, ହରିହର ଯୋର ପ୍ରମୁଖ ମଧ୍ୟ ଜିଲ୍ଲାରେ ପ୍ରବାହିତ ହେଉଛି । ପ୍ରକୃତି ର ଅମୂଲ୍ୟଦାନ ଭାବରେ ଉକ୍ତ ନଦୀମାନେ ପ୍ରବାହିତ ହେଲେ ମଧ୍ୟ ଚୀରସ୍ରୋତା ନଦୀ ଥାଇବି ତାପମାତ୍ରା ବୃଦ୍ଧି ପାଉଛି । ଗଡଜାତ ସମୟରେ ନଦୀର ପରିବେଷ୍ଟନି ରେ ଥିବା ସହର ର ଜଳବାୟୁ ବେଶ ଉତ୍କୃଷ୍ଟ ଥିଲା । ଜିଲ୍ଲାରେ ଜଙ୍ଗଲ ସମ୍ପଦ ଭରପୂର ରହିଥିଲା ।

ସତୁରୀ ଦଶକ ସମୟରେ ଜଙ୍ଗଲ ଲିଜ ନାମରେ ନିଲାମ ଦିଆଯାଇ ପ୍ରାକୃତିକ ସମ୍ପଦ ଜଙ୍ଗଲ ନଷ୍ଟ ହୋଇ ପଦା ହୋଇଗଲା । ପରେ ସରକାରୀ କାଗଜପତ୍ରରେ ଜଙ୍ଗଲ ସୃଷ୍ଟି କଥା କହୁଥିଲେ ମଧ୍ୟ ବାସ୍ତବିକ କ୍ଷେତ୍ରରେ ଅନୁରୁପ ଜଙ୍ଗଲ ନାହିଁ ବୋଲି ଅଭିଯୋଗ ହେଉଛି । ପ୍ରତିବର୍ଷ ବ୍ୟାପକ ବୃକ୍ଷରୋପଣ ସରକାରୀ ସ୍ତରରେ ହେଉଥିଲେ ମଧ୍ୟ ବର୍ଷା, ଶୀତ, ଗ୍ରୀଷ୍ମ ଜଳବାୟୁ ଉପରେ ତାର କୌଣସି ପ୍ରଭାବ ପଡ଼ୁନାହିଁ ।

୧୯୯୮ ମସିହାରେ ସୁବର୍ଣ୍ଣପୁର ଜିଲ୍ଲାରେ ତାପମାତ୍ରା ବୃଦ୍ଧି ପାଇଲା । ତାପମାତ୍ରା ବୃଦ୍ଧି ନେଇ ଲୋକେମଧ୍ୟ ଅନୁଭବ କଲେ । ପୂର୍ବରୁ ଗରମ ପବନ ପ୍ରବାହ ହେଉଥିଲେ ମଧ୍ୟ ବିଶେଷ ଭାବରେ ତାପମାତ୍ରାର ଅନୁଭୂତ ହେଉ ନଥିଲା । ଏହାର ମୂଖ୍ୟ କାରଣ ଜଙ୍ଗଲ ରହିଥିଲା । ନଦୀକୂଳିଆ ଅଞ୍ଚଳରେ ଜଙ୍ଗଲ ରହିଥିଲା ଯାହା ମାଟିର କ୍ଷୟ ସହ ତାପମାତ୍ରା କମାଇ ପାରିବାରେ ସହାୟକ ହେଉଥିଲା ।WhatsApp Image 2022 04 21 at 10.04.52 AM 1 ଚୀରସ୍ରୋତା ନଦୀ ଥାଇବି ବଢୁଛି ତାପମାତ୍ରା : ଚିନ୍ତାରେ ବୁଦ୍ଧିଜୀବୀ

ବୀରମହାରାଜପୁର ଉପଖଣ୍ଡ ଓ ଉଲୁଣ୍ଡା ବ୍ଲକରେ ପ୍ରବଳ ମାତ୍ରାରେ ଆମ୍ବ ଜଙ୍ଗଲ ରହିଥିଲା । ସୋନପୁର ସହରକୁଲାଗି ଦିଲବାହାଲପୁର (ବୁଢାରାଜା) ଛିନଛାନ ଡୁଙ୍ଗୁରୀ ଓ ଅର୍ଜୁନପୁର ଜଙ୍ଗଲ ରହିଥିଲା । ପରେ ଏହି ଜଙ୍ଗଲ ଉଜୁଡିଗଲା । ଏବେ ଖାଲି ଅର୍ଜୁନ ପୁର ଜଙ୍ଗଲ ପାଖାପାଖି ଗ୍ରାମର ଲୋକମାନଙ୍କ ଯୋଗୁଁ ସେଇଠି କିଛି ଜଙ୍ଗଲ ରହିଛି ଯାହାକି ପରିବେଶର ସନ୍ତୁଳନ ପାଇଁ ପର୍ଯ୍ୟାପ୍ତ ନୁହେଁ ତେଣୁ ହୁଏତ ସୁବର୍ଣ୍ଣପୁର ସହରରେ ତାପମାତ୍ରା ବୃଦ୍ଧି ପାଇବାର ଅନ୍ୟତମ ପ୍ରମୁଖ କାରଣ ହୋଇପାରେ ।

ବୁଢାରାଜା ଜଙ୍ଗଲ ରେ ବୃକ୍ଷ ରୋପଣ ହୋଇଥିଲା କିନ୍ତୁ ଏହାର ସଂପୂର୍ଣ୍ଣ ରୂପରେଖ ଦିଆଗଲା ନାହିଁ । ଛିନଛାନ ଡୁଙ୍ଗୁରୀ ଲଣ୍ଡିତ ହୋଇ ବୃକ୍ଷରୋପଣ କାର୍ଯ୍ୟକ୍ରମଙ୍କୁ ଉପହାସ କରୁଛି । ଗଡଜାତ ସମୟରେ ସୋନପୁରରେ ଜଳବାୟୁ ସଙ୍କଟ ନ ହେବା ନେଇ ଅନେକ ବ୍ୟବସ୍ଥା ରହିଥିଲା । ସୋନପୁର ସହରର ଜଳଧାରଣ କ୍ଷମତା ବୃଦ୍ଧି କରିବାପାଇଁ ଅନେକ ପୋଖରୀମାନ ରହିଥିଲା । ପରବର୍ତ୍ତୀ ସମୟରେ ପୁନଃଉଦ୍ଧାର ହୋଇପାରିଲା ନାହିଁ ।

ପାରମ୍ପାରିକ ଜଳ ପ୍ରବାହ ଓ ଜଳ ସ୍ରୋତ ଧ୍ଵଂସ କରାଗଲା । ଏବେ ଜଳବାୟୁ ପରିବର୍ତ୍ତନ ଦେଖି ଜିଲ୍ଲାରେ ଅବସ୍ଥିତ ନଦୀମାନଙ୍କ ଉପରେ ଛୋଟ ଛୋଟ ଆନିକଟ ନିର୍ମାଣ କରାଯିବା ସହ ମହାନଦୀ ର ଖଇରମାଲ ଠାରେ ଏକ ବ୍ୟାରେଜ୍ ନିର୍ମାଣ ର ଦାବି ଉଠିଛି ଯାହାକି ଗତକାଲି ଜୟ କୋଶଳ ସାହିତ୍ୟ ଅନୁଷ୍ଠାନ ର ଗୋରେଖ ନାଥ ସାହୁ, ନାରାୟଣ ପ୍ରସାଦ ରାୟଗୁରୁ, ବ୍ରଜମୋହନ ଦାନୀ, ହରିବନ୍ଧୁ ଶତପଥି, ମହାନଦୀ ସାହିତ୍ୟ ସଂସଦ ସଭାପତି ଗଦାଧର ବାରିକ, ମନୋରଞ୍ଜନ ପାଣିଗ୍ରାହୀ, ଜ୍ୟୋତି ରଞ୍ଜନ ପଟ୍ଟନାୟକ, ଜ୍ୟୋତି ରଞ୍ଜନ ବହିଦାର, ସତ୍ୟନାରାୟଣ ବସ୍ତିଆ କଂଗ୍ରେସ ଇଇନସେଲ ର ସୁଧିର କୁମାର ପଣ୍ଡା ପ୍ରମୁଖ ସହରର ଅନ୍ୟୁନ ୧୫ଟି ସଂଗଠନ ପକ୍ଷରୁ ମିଳିତ ଭାବରେ ଏକ ମୋଟର ସାଇକେଲ ରାଲିରେ ସହର ପରିକ୍ରମା ସହ ଜିଲ୍ଲାପାଳ ଙ୍କ ଠାରେ ଦାବିପତ୍ର ପ୍ରଦାନ କରିଛନ୍ତି ।

ତାପମାତ୍ରା ର ବୃଦ୍ଧିହେତୁ ସମଗ୍ର ଜିଲ୍ଲାରେ ଏହି ପରି ଭୟାନକ ପରିସ୍ଥିତି ସୃଷ୍ଟି ହୋଇଥିଲେ ମଧ୍ୟ ଏହାର ସମାଧାନ ଉପରେ କିଛି କାର୍ଯ୍ୟକ୍ରମ ଆରମ୍ଭ ନେଇ ଠୋସ ପଦକ୍ଷେପ ନିଆଯାଇପାରୁ ନାହିଁ । ଯଦି ଆନିକଟ ଓ ବ୍ୟାରେଜ୍ ନିର୍ମାଣ ହୋଇପାରନ୍ତା ଏହାକୁ ନେଇ ଜଳସେଚନ ସହ ତାପମାତ୍ରା ସମତୁଲ ହୋଇ ପାରନ୍ତା । ଏବେ ଜିଲ୍ଲାରେ ଭୂତଳ ଜଳ ସ୍ତରର କମିଯିବାର ଅଭିଯୋଗ ହେଉଛି ।

ଶୀତ ଦିନରେ ସୁବର୍ଣ୍ଣପୁର ଜିଲ୍ଲା ରାଜ୍ୟରେ ସର୍ବନିମ୍ନ ତାପମାତ୍ରା ରହୁ ଅଛି । ବର୍ଷା ଦିନରେ ବିଳମ୍ବରେ ବର୍ଷା ଓ ଅଦିନିକିଆ ବର୍ଷା ସହ ଖଣ୍ଡିତ ବର୍ଷା ହେଉଛି । ଜିଲ୍ଲା ର ପାଣିପାଗ ରେ କ୍ରମାଗତ ବ୍ୟତିକ୍ରମ ହେଉଥିବା ପରିଲକ୍ଷିତ ହେଉଛି । ଜିଲ୍ଲାରେ ଜଳବାୟୁ ସଙ୍କଟକୁ ନେଇ ବିଶେଷ ଗବେଷଣା ମଧ୍ୟ ହେବା କଥା ବୋଲି ସାଧାରଣରେ ମତ ପ୍ରକାଶ ପାଇଛି ।