କରୋନାରେ ମା’ଚାଲିଗଲା ପରେ, ନାବାଳିକାକୁ ୮ମାସ ଦୁଷ୍କର୍ମ, ୮୦ ଅଭିଯୁକ୍ତ ଗିରଫ

0
137
କରୋନାରେ ମା’ଚାଲିଗଲା

ରିପୋର୍ଟ : ଓଡିଶା ନ୍ୟୁଜ ୨୪ //
ଆନ୍ଧ୍ରପ୍ରଦେଶ, (୨୧/୦୪) : ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନାରେ ଚାଞ୍ଚଲ୍ୟ । କରୋନାରେ ମା’ଚାଲିଗଲା ପରେ ନାବାଳିକା ସହ ଘଟିଛି ଲୋମଟାଙ୍କୁରା ଅତ୍ୟାଚାର । ଗୁଣ୍ଟୁର ସହରରେ ୧୩ ବର୍ଷର ନାବାଳିକାକୁ ଦୀର୍ଘ ୮ ମାସ ଧରି ଗଣଦୁଷ୍କର୍ମ କରିଥିବା ଘଟଣା ସାମ୍ନାକୁ ଆସିଛି । ଏହି ଘଟଣାରେ ପୋଲିସ ୮୦ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ଏମାନଙ୍କ ମଧ୍ୟରେ ସାମିଲ ଅଛନ୍ତି ବିଟେକ୍ ଓ ଡାକ୍ତରୀ ଛାତ୍ର ।

ସୂଚନା ମୁତାବକ, ଗତ ବର୍ଷ ଜୁନରେ କରୋନାରେ ମା’ଚାଲିଗଲା ପରେ ନାବାଳିକା ଜଣକ ମା’ଙ୍କର ଯତ୍ନ ନେଉଥିବାବେଳେ ଜଣେ ମହିଳାଙ୍କ ସମ୍ପର୍କରେ ଆସିଥିଲେ । ତେବେ ନାବାଳିକାଙ୍କ ମା’ ପ୍ରାଣ ହରାଇବା ପରେ ସମ୍ପୃକ୍ତ ମହିଳା ତାଙ୍କ ବାପାଙ୍କ ଅଜାଣତରେ ଝିଅକୁ ଅପହରଣ କରିନେଇଥିଲେ । ନାବାଳିକାର ବାପା ଏନେଇ ମାମଲା ରୁଜୁ କରିଥିଲେ । ଏହାକୁ ଆଧାର କରି ପୋଲିସ ପ୍ରଥମେ ମୁଖ୍ୟ ଅଭିଯୁକ୍ତ ମହିଳାଙ୍କୁ ଗିରଫ କରିଥିଲା । ନାବାଳିକାକୁ ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନାର ବିଭିନ୍ନ ବେଶ୍ୟାଳୟରେ ବିକ୍ରି କରାଯାଇଥିବା ସ୍ୱୀକାର କରିଛି ମହିଳା ।

ଏହି ଘଟଣାରେ ସମ୍ପୃକ୍ତ ଅନ୍ୟମାନଙ୍କୁ ଗିରଫ କରିବାକୁ ଉଦ୍ୟମ ଚାଲିଛି । ଜଣେ ଅଭିଯୁକ୍ତ ଇତି ମଧ୍ୟରେ ଲଣ୍ଡନ ପଳାଇଥିବା ପୋଲିସ କହିଛି । ପୋଲିସ ଏହି ଘଟଣାରେ ଗୋଟିଏ କାର ସହ ୫୩ଟି ମୋବାଇଲ, ୩ଟି ଅଟୋ ଓ ୧୧ଟି ବାଇକ୍ ଜବତ କରିଛି ।