ଏପ୍ରିଲ ୨୩ ରୁ ଆରମ୍ଭ ହେବ ରାଜ୍ୟସ୍ତରୀୟ ଆଦିବାସୀ ମେଳା ; ୧୦ ଦିନ ହେବ ମେଳା

0
137
ଏପ୍ରିଲ ୨୩

ରିପୋର୍ଟ : ଓଡିଶା ନ୍ୟୁଜ୨୪ //
ଭୁବନେଶ୍ୱର, (୨୧/୦୪) : ଚଳଚଞ୍ଚଳ ପ୍ରଦର୍ଶନୀ ପଡ଼ିଆ । ପୁଣି ଝଲସିବ ଆଦିବାସୀ ଲୋକକଳା, ପରମ୍ପରା ଓ ସଂସ୍କୃତି । ଆସନ୍ତା ଏପ୍ରିଲ ୨୩ ରୁ ଆରମ୍ଭ ହେବ ରାଜ୍ୟ ସ୍ତରୀୟ ଆଦିବାସୀ ମେଳା

ଇଡ଼କୋ ପ୍ରଦର୍ଶନୀ ପଡ଼ିଆରେ ୧୦ ଦିନ ପାଇଁ ହେବାକୁ ଥିବା ଏହି ମେଳାରେ ଚଳିତ ବର୍ଷ ୧୦୦ ଷ୍ଟଲରେ ମିଳିବ ଆଦିବାସୀଙ୍କ ଦ୍ୱାରା ଉତ୍ପାଦିତ କୃଷିଜାତ ସାମଗ୍ରୀ । ୮୦ ଷ୍ଟଲରେ ଦେଖିବାକୁ ମିଳିବ ଆବିବାସୀ ସଂସ୍କୃତିର ଝଲକ । ପ୍ରତିବର୍ଷ ଜାନୁୟାରୀ ୨୬ ତାରିଖରୁ ରାଜ୍ୟ ସ୍ତରୀୟ ଆଦିବାସୀ ମେଳା ଅନୁଷ୍ଠିତ ହେଉଥିବାବେଳେ କରୋନା କଟକଣା ଯୋଗୁଁ ଚଳିତ ବର୍ଷ ତାହା ହୋଇପାରି ନଥିଲା । ତେଣୁ କଟକଣା ଉଠିବା ପରେ ଏପ୍ରିଲ ୨୩ ତାରିଖରୁ ଏହା ଆରମ୍ଭ ହେବ ।

ହେଲେ ଏ ବର୍ଷ ଆଦିବାସୀ ମେଳାରେ ପୂର୍ବଭଳି ଆଦିବାସୀଙ୍କ ପାରମ୍ପରିକ ଗୃହ ଆଦି ଦେଖିବାକୁ ମିଳିବନାହିଁ । ମେଳାରେ କିଣା ବିକା ପାଇଁ ଆଦିବାସୀଙ୍କ ଦ୍ୱାରା ଉତ୍ପାଦିତ କୃଷି ଓ ଜଙ୍ଗଲଜାତି ସାମଗ୍ରୀ ଉପଲବ୍ଧ ହେବ ।