ଅଳିଆ ଗଦାରେ ନିଆଁ ଲାଗି ବାଉଁଶ ଓ ଆମ୍ବ ଗଛ ପୋଡି ନଷ୍ଟ

0
178
ଅଳିଆ ଗଦାରେ

ରିପୋର୍ଟ : ସୁଶାନ୍ତ ବେହେରା
ହରଭଙ୍ଗା, (୨୩/୦୪) : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ରାମଗଡ ପଞ୍ଚାୟତ ଅନ୍ତର୍ଗତ ପଲସlପlଟ ଗ୍ରାମରେ ଅଳିଆ ଗଦାରେ ନିଆଁ ଲାଗି ବାଉଁଶ ଓ ଆମ୍ବ ଗଛ ପୋଡ଼ି ଯାଇଛି ।

ସୂଚନା ମତେ ପଲସlପlଟ ଗ୍ରାମ ର ବିଭୁତି ଭୂଷଣ ଗିରି (୩୮) ସରକାରୀ ସହାୟତାରେ ନିଜ ୨ ଏକର ଜମିରେ ଗତ ୩ ବର୍ଷ ପୂର୍ବରୁ ଆମ୍ବ ଗଛ ବାଉଁଶ ଗଛ ଲଗାଇଥିଲେ । ଗତକାଲି ଅପରାହ୍ନ ରେ ପାଖରେ ଥିବା ଏକ ଅଳିଆ ଗଦାରେ ନିଆଁ ଲାଗିଥିଲା । ସେହି ନିଆଁ କୌଣସି କାରଣ ବଶତଃ ବାଉଁଶ ବୁଦାରେ ଲାଗିଯାଇଥିଲା । ଫଳରେ ବିଭୁତିଙ୍କ ଜମି ରେ ଥିବା ପ୍ରାୟ ୩୦୦ ବାଉଁଶ ଗଛ ଓ ୨୦ ଟି ଆମ୍ବ ଗଛ ପୋଡି ନଷ୍ଟ ହୋଇଯାଇଥିଲା । ଖବର ପାଇ ଚାରିଛକ ଅଗ୍ନିଶମ ବାହିନୀ ଆସି ନିଆଁ କୁ ଆୟତ କରିଥିବାର ସୂଚନା ମିଳିଛି ।