ମେ’ ମାସରେ ୧୩ ଦିନ ବନ୍ଦ ରହିବ ବ୍ୟାଙ୍କ : RBI ଜାରି କଲା ଛୁଟି ତାଲିକା

0
160
ମେ’ ମାସରେ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଭୁବନେଶ୍ୱର, (୨୩/୦୪) : ଯଦି ଆପଣଙ୍କର ମେ’ ମାସରେ କିଛି ବ୍ୟାଙ୍କ କାମ ଅଛି ତେବେ ସେଥିପାଇଁ ଏବେଠୁ ପ୍ଲାନିଂ କରନ୍ତୁ । କାରଣ ଯେମିତି ଆପଣଙ୍କୁ କିଛି ସମସ୍ୟା ହେବନାହିଁ । ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ମେ’ ୨୦୨୨ ର ଛୁଟି ତାଲିକା ଜାରି କରିଛି ।

ଆରବିଆଇ କ୍ୟାଲେଣ୍ଡର ଅନୁସାରେ ମେ’ ମାସରେ ଲଗାତର ୪ ଦିନ ବ୍ୟାଙ୍କ ଛୁଟି ରହିବ । ଏହି ଛୁଟି ରାଜ୍ୟ ଏବଂ ସେଠାକାର ପର୍ବପର୍ବାଣୀ ହିସାବରେ ଭିନ୍ନ ଭିନ୍ନ ହୋଇପାରେ । ବ୍ୟାଙ୍କ ର ଛୁଟି ତାଲିକା ଆରବିଆଇ ତରଫରୁ ୪ ଟି ଆଧାରରେ ଜାରି କରାଯାଇଥାଏ । ଏହି ତାଲିକା ଦେଶବ୍ୟାପୀ ପାଳନ ହେଉଥିବା ପର୍ବପର୍ବାଣୀ ଏବଂ ରାଜ୍ୟ ହିସାବରେ ହୋଇଥାଏ ।

ରାଷ୍ଟ୍ରୀୟ ଛୁଟି ବ୍ୟତୀତ ରାଜ୍ୟ ହିସାବରେ କିଛି ଛୁଟି ରହିଥାଏ । ରିପୋର୍ଟ ଅନୁସାରେ ମେ ମାସ ରେ ଅଲଗା ଅଲଗା ଜୋନ୍‌ରେ ମୋଟ୍ ୩୧ ଦିନରୁ ୧୩ଦିନ ବ୍ୟାଙ୍କ ବନ୍ଦ ରହିବ । ବ୍ୟାଙ୍କ ପକ୍ଷରୁ ଗ୍ରାହକମାନଙ୍କୁ ଅନୁରୋଧ କରାଯାଉଛି ଯେ, ମେ ମାସରେ ବ୍ୟାଙ୍କ ଯିବା ପୂର୍ବରୁ ସବୁ ଛୁଟି ଗୁଡିକୁ ଧ୍ୟାନରେ ରଖିବା ଉଚିତ ।

ମେ ମାସରେ ବ୍ୟାଙ୍କ ଛୁଟିର ତାଲିକା :

୧ ମେ’ ୨୦୧୧ – ଶ୍ରମ ଦିବସ / ମହାରାଷ୍ଟ୍ର ଦିବସ । ସାରା ଦେଶରେ ବ୍ୟାଙ୍କ ବନ୍ଦ । ଏହି ଦିନ ରବିବାର ପାଇଁ ମଧ୍ୟ ଛୁଟି ରହିବ ।

୨ ମେ’ ୨୦୨୨ – ମହର୍ଷି ପର୍ଶୁରାମ ଜୟନ୍ତୀ । ଅନେକ ରାଜ୍ୟରେ ଛୁଟି ।

୩ ମେ’ ୨୦୨୨ – ଇଦ୍-ଉଲ୍-ଫିତର, ବସଓ୍ବା ଜୟନ୍ତୀ (କର୍ଣ୍ଣାଟକ) ।

୪ ମେ’ ୨୦୨୨ – ଇଦ୍-ଉଲ୍-ଫିତର (ତେଲେଙ୍ଗାନା) ।

୯ ମେ’ ୨୦୨୨ – ଗୁରୁ ରବୀନ୍ଦ୍ରନାଥ ଜୟନ୍ତୀ (ପଶ୍ଚିମବଙ୍ଗ ଏବଂ ତ୍ରିପୁରା) ।

୧୪ ମେ’ ୨୦୨୨ – ଦ୍ବିତୀୟ ଶନିବାର ବ୍ୟାଙ୍କ ଛୁଟି ।

୧୬ ମେ’ ୨୦୨୨ – ବୁଧ ପୂର୍ଣ୍ଣିମା ।

୨୪ ମେ’ ୨୦୨୨ – କାଜୀ ନଜାରୁଲ ଇସମାଲ ଜନ୍ମଦିନ (ସିକ୍କିମ) ।

୨୮ ମେ’ ୨୦୨୨ – ଚତୁର୍ଥ ଶନିବାର ବ୍ୟାଙ୍କ ଛୁଟି ।

ମେ ମାସରେ ସପ୍ତାହାନ୍ତ ବ୍ୟାଙ୍କ ଛୁଟିଦିନ ତାଲିକା :

୧ ମେ’ ୨୦୨୨ – ରବିବାର ।

୮ ମେ’ ୨୦୨୨ – ରବିବାର ।

୧୫ ମେ’ ୨୦୨୨ – ରବିବାର ।

୨୨ ମେ’ ୨୦୨୨ – ରବିବାର ।

୨୯ ମେ’ ୨୦୨୨ – ରବିବାର ।