ପଲ୍ଲିଶ୍ରୀ ଓ ପୁସ୍ତକ ମେଳା ର ଶୁଭ ଉଦ୍ଘାଟନୀ ଉତ୍ସବ ଅନୁଷ୍ଠିତ

0
195
ପଲ୍ଲିଶ୍ରୀ ଓ ପୁସ୍ତକ

ରିପୋର୍ଟ : ସୁଶାନ୍ତ ବେହେରା
ବୌଦ୍ଧ, (୨୪/୦୪) : ବୌଦ୍ଧ ଜିଲ୍ଲା ର ବହୁପୁରାତନ ଶ୍ରୀ ରାମ ଲୀଳା ଯାତ୍ରା ଅବସରରେ ବୌଦ୍ଧ ଠାରେ ପଲ୍ଲିଶ୍ରୀ ଓ ପୁସ୍ତକ ମେଳା ର ଶୁଭ ଉଦ୍ଘାଟନୀ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି l 

ପଲ୍ଲିଶ୍ରୀ ଓ ପୁସ୍ତକ ମେଳା ର ଶୁଭ ଉଦ୍ଘାଟନୀ ଉପଲକ୍ଷେ ଏକ ମଶାଲ ଶୋଭାଯାତ୍ରା ଶ୍ରୀରାମ ମନ୍ଦିର ଠାରୁ ବାହାରି କଚେରୀ ପଡିଆ ଠାରେ ପହଞ୍ଚି ଥିଲା l ଏହି ସାଂସ୍କୃତିକ ଶୋଭାଯାତ୍ରା ରେ ବୌଦ୍ଧ, ହରଭଙ୍ଗା ଏବଂ କଣ୍ଟାମାଲ ବ୍ଲକ ର ବହୁ ସଂଖ୍ୟା ରେ କଳାକାର ଅଂଶ ଗ୍ରହଣ କରିଥିଲେ l ସଭାରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ଉପ -ବାଚସ୍ପତି, ଓଡିଶା ବିଧାନ ସଭା ଶ୍ରୀଯୁକ୍ତ ରାଜନୀକାନ୍ତ ସିଂହ, ସମ୍ମାନୀତ ଅତିଥି ଭାବେ ଅଧ୍ୟକ୍ଷ, ବିଜ୍ଞାପିତ ଅଞ୍ଚଳ ପରିଷଦ ମୃତ୍ୟୁଞ୍ଜୟ ମିଶ୍ର, ଆରକ୍ଷୀ ଅଧିକ୍ଷକ ଜ୍ଞାନ ରଞ୍ଜନ ମହାନ୍ତି, ଅତିରିକ୍ତ ଜ଼ିଲ୍ଲାପାଳ ବବିତାରାଣୀ ଦଳବେହେରା, ପ୍ରକଳ୍ପ ନିର୍ଦ୍ଦେଶକ , ଜ଼ିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ଯୋଗ ଦେଇଥିଲେ l

ସଭାପତି ଭାବେ ଜ଼ିଲ୍ଲାପାଳ ଯୋଗ ଦେଇ କଳାକାର ମାନଙ୍କୁ ଉତ୍ସାହିତ କରିଥିଲେ l ଜ଼ିଲ୍ଲା ସଂସ୍କୃତି ଅଧିକାରୀ ଶୁକ୍ରୁ ସ୍ୱାଇଁ ସ୍ୱାଗତ ଭାଷଣ ଏବଂ ଅତିଥି ପରିଚୟ ପ୍ରଦାନ କରିଥିଲେ l କାର୍ଯ୍ୟକ୍ରମ କୁ ପ୍ରମୋଦ କୁମାର ପ୍ରଧାନ, ସହକାରୀ ଶିକ୍ଷକ ପରିଚାଳନା କରିଥିଲେ ଏବଂ ବସନ୍ତ କୁମାର ସାହୁ, ପ୍ରଧାନ ଶିକ୍ଷକ ଧନ୍ୟବାଦ ଅର୍ପଣ କରିଥିଲେ l

ନଟରାଜ କଳା ମନ୍ଦିର, ଫୁଲବାଣୀ – ଓଡିଶୀ, ପଏଁରୀ, ସୁବର୍ଣ୍ଣପୁର -ସମ୍ବଲପୁରୀ ଏବଂ ପଦ୍ମିନୀ ଦୋରା ଏବଂ ସାଥି ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ l ମର୍ଯ୍ୟାକୁଦ ର ସଂକୀର୍ତ୍ତନ ମଣ୍ଡଳୀ, ମଙ୍ଗଳ ମହୁରୀ (ମାଲେଶ୍ରୀ ବାଦ୍ୟ) ସହ ପୂଜାର୍ଚନା ଓ ମଙ୍ଗଳ ଆରତୀ, ବାବା ବୈଦ୍ୟନାଥ ନାଟ୍ୟ କଳା ପରିଷଦ, ସରସରା ଶ୍ରୀରାମ ଲୀଳା ଯାତ୍ରା -ସୀତାଚୋରି ଅଭିନୟ କରି ସମ୍ବର୍ଦ୍ଧିତ ହୋଇଥିଲେ l

ଏହି ଅବସରରେ ବୁଟୁପାଲୀ ମଞ୍ଚରେ ପାଲା ପରିବେଷଣ ସହ ଶ୍ରୀରାମ ମନ୍ଦିର ମଞ୍ଚରେ ଶ୍ରୀରାମ ଲୀଳା ଯାତ୍ରା ସହ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା l କଚେରୀ ପଡିଆ ଠାରେ ପୁସ୍ତକ ଷ୍ଟଲ -୧୨ ଟି, ୨୮ଟି ଜ଼ିଲ୍ଲା ରୁ ଆସିଥିବା ସ୍ୱୟଂ ସହାୟକ ଗୋଷ୍ଠୀ ର ୭୪ ଟି ଷ୍ଟଲ ଏବଂ ସମସ୍ତ ବିଭାଗ ର ୪୪ ଟି ଷ୍ଟଲ ଏହିପରି ସର୍ବମୋଟ ୧୫୭ ଟି ଷ୍ଟଲ ଖୋଲା ଯାଇଛି l