ଶୌଚାଳୟ ଠାରୁ ଛୋଟ ଅଫିସରେ ୧୭୬୪ କୋଟି କାରବାର

0
198
ଶୌଚାଳୟ ଠାରୁ

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ମୁମ୍ବାଇ, (୨୪/୦୪) : ଅଫିସ୍‌ ର ଆକାର ଘର ଶୌଚାଳୟ ଠାରୁ ବି ଛୋଟ କିନ୍ତୁ କାରବାର ୧,୭୬୪ କୋଟି ର । ଏହା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ମହାରାଷ୍ଟ୍ରରେ ଏଭଳି ଏକ ଅଫିସ୍‌କୁ ଠାବ କରିଛି ଜିଏସ୍‌ଟି ଡିପାର୍ଟମେଣ୍ଟ

ଶୌଚାଳୟ ଠାରୁ ଛୋଟ ମାତ୍ର ୩୫ ବର୍ଗ ଫୁଟ୍‌ର ଏହି କାର୍ଯ୍ୟାଳୟ ରେ ଚଢ଼ାଉ କରି ଅଧିକାରୀ ମାନେ ପ୍ରାୟ ୧୦ କୋଟି ନଗତ ଟଙ୍କା ଜବତ କରିଛନ୍ତି । ସୂଚନା ଅନୁସାରେ, ଜିଏସ୍‌ଟି ଡିପାର୍ଟମେଣ୍ଟ ଗତ ୧୬ ତାରିଖରେ ଚାମୁଣ୍ଡା ବୁଲିୟନ ନାମ୍ନୀ ଜଣେ ବ୍ୟକ୍ତିଙ୍କ ସାଉଥ୍‌ ମୁମ୍ବାଇ ର ଜାଭେରି ବଜାର ଓ ଅନ୍ୟ ସ୍ଥାନରେ ଥିବା ଘର ଏବଂ ଅଫିସ୍‌ରେ ଚଢ଼ାଉ କରିଥିଲେ ।

ରାଜ୍ୟ ଜିଏସ୍‌ଟି ଡିପାର୍ଟମେଣ୍ଟ ସହ କରିଥିବା ପଞ୍ଜୀକରଣରେ ସେ ଅନେକ କାର୍ଯ୍ୟାଳୟ ଓ ବ୍ୟବସାୟକୁ ଦର୍ଶାଇ ନ ଥିଲେ । ଗତ ୨୦ ତାରିଖରେ ଜିଏସ୍‌ଟି ଡିପାର୍ଟମେଣ୍ଟ ଅଧିକାରୀ ଶୌଚାଳୟଠାରୁ ଛୋଟ ଆକାରର ଉକ୍ତ ଅଫିସ୍‌ରେ ଚଢ଼ାଉବେଳେ ୯.୭୮ କୋଟି ନଗଦ ଟଙ୍କା, ପ୍ରାୟ ୧୩ ଲକ୍ଷ ଟଙ୍କା ମୂଲ୍ୟ ର ୧୯ କେ.ଜି. ରୂପା ଇଟା ଏବଂ ଅଫିସ୍‌ କାନ୍ଥରୁ ଅନେକ ମୂଲ୍ୟବାନ୍‌ ସମ୍ପତ୍ତି ଜବତ କରିଛନ୍ତି ।

୨୦୧୯-୨୦ରେ କମ୍ପାନୀ ର ମୋଟ କାରବାର ୨୨.୮୩ ଲକ୍ଷ ଥିବାବେଳେ, ୨୦୨୦-୨୧ ରେ ୬୫୨ କୋଟି ଏବଂ ୨୦୨୧-୨୨ ରେ ୧,୭୬୪ କୋଟି ଟଙ୍କା ଥିବା ଜିଏସ୍‌ଟି ଟିମ୍‌ ଜାଣିବାକୁ ପାଇଛନ୍ତି । ଜବତ ଟଙ୍କା କୁ ୬ ଘଣ୍ଟା ଧରି ଗଣାଯାଇଥିଲା ।