ବୁଦୁରା ପଞ୍ଚାୟତ ରେ ସ୍ଵତନ୍ତ୍ର ପଲ୍ଲୀସଭା ଅନୁଷ୍ଠିତ

0
185
ବୁଦୁରା ପଞ୍ଚାୟତ ରେ

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୨୪/୦୪) : ଗଜପତି ଜିଲ୍ଲା ଅନ୍ତର୍ଗତ କାଶୀନଗର ବ୍ଲକ ଅନ୍ତର୍ଗତ ବୁଦୁରା ପଞ୍ଚାୟତ ରେ ସ୍ଵତନ୍ତ୍ର ପଲ୍ଲୀ ସଭା ଅନୁଷ୍ଠିତ ହୋଇଯାଇଛି ।

ଆଜି ସକାଳ ୯ ଟା ସମୟ ରେ ବୁଦୁରା ପଞ୍ଚାୟତ ରେ ସମ୍ମିଳନୀ କକ୍ଷରେ ସରପଞ୍ଚ ଶ୍ରୀ ସଞ୍ଜୟ ମିଶ୍ର ଙ୍କ ସଭାପତିତ୍ୱରେ ଆଜାଦି କି ଅମୃତ ମହୋତ୍ସବ ଅବସର ରେ ଏହି ସ୍ଵତନ୍ତ୍ର ପଲ୍ଲୀ ସଭା ଅନୁଷ୍ଠିତ ହୋଇଥିଲା । ପଞ୍ଚାୟତ ରେ ଥିବା ଜଳାଶୟ ଗୁଡିକ ରେ ପାଣି ଯେଭଳି ନ ସୁଖେ, ଗ୍ରୀଷ୍ମ ରେ ପଶୁସମ୍ପଦ ଓ ଜନ ଜୀବନ ଯେଭଳି ବ୍ୟଘତ ନ ଉପୁଜେ ସେଥି ପାଇଁ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ଆଲୋଚନା ହୋଇଥିଲା ଏବଂ ଶୋକପିଟ ମାଧ୍ୟମ ରେ ଖତ ସୃଷ୍ଟି କରିବା ଦ୍ୱାରା ଗ୍ରାମ ଗୁଡ଼ିକ ପରିଷ୍କାର ପରିଚ୍ଛନ୍ନ ରହିବ ସେଥିପ୍ରତି ଦୃଷ୍ଟି ଦେବାକୁ ପ୍ରସ୍ତାବ ଗୃହୀତ ହୋଇଥିଲା ।

ଆଗାମୀ ଦିନରେ ପଞ୍ଚାୟତ ରେ କେଉଁଠି କ’ଣ ଉନ୍ନୟନ କାମ ହେବ ବୋଲି ଏହି ପଲ୍ଲୀସଭା ରେ ଆଲୋଚନା ହୋଇଥିବା ସରପଞ୍ଚ ଶ୍ରୀ ମିଶ୍ର ଜଣାଇଛନ୍ତି । ଏତଦ୍ ବ୍ୟତୀତ ସମିତି ସଭ୍ୟ ଓ ୱାର୍ଡ ମେମ୍ବର ଓ ପଞ୍ଚାୟତ ନିର୍ବାହୀ ଅଧିକାରୀ ଯୋଗ ଦେଇଥିଲେ ।