ପାରଳା ମହାରାଜା କୃଷ୍ଣ ଚନ୍ଦ୍ର ଗଜପତି ଙ୍କ ଜୟନ୍ତୀ ପାଳିତ

0
125
ପାରଳା ମହାରାଜା

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୨୬/୦୪) : ଆଜି କାଶୀନଗର ଗୋଷ୍ଠୀ ଶିକ୍ଷା ସଭା ଗୃହ ରେ ପାରଳା ମହାରାଜା କୃଷ୍ଣ ଚନ୍ଦ୍ର ଗଜପତି ଙ୍କ ଜୟନ୍ତୀ ପାଳିତ ହୋଇଯାଇଛି ।

କାଶୀନଗର ପୂଜ୍ୟ ପୂଜା ପରିଷଦ ଦ୍ବାରା ପାରଳା ମହାରାଜା ଙ୍କ ଜୟନ୍ତୀ ସ୍ଥାନୀୟ ଗୋଷ୍ଠୀ ଶିକ୍ଷା ଅଧିକାରୀ ଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ଶ୍ରୀ ହୃଷୀକେଶ ଗୌଡ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀ ଜି. ତିରୁପତି ରାଓ ଯୋଗଦେଇଥିବା ବେଳେ ସମ୍ମାନୀୟ ଅତିଥି ଭାବେ ବିଡ଼ିଓ ଶ୍ରୀ ଲକ୍ଷ୍ମୀ ପ୍ରସାଦ ସାହୁ, ତହସିଲଦାର ଶ୍ରୀ ସୀମା ନଚଳ ମହାନ୍ତି, ନିର୍ବାହୀ ଅଧିକାରୀ ଶ୍ରୀମତୀ ସତ୍ୟ ସମ୍ପୂର୍ଣ ରାଉତ, ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ଡ଼ା ପାର୍ଥ ସାରଥୀ ବେହେରା, ପୌର ଉପାଧ୍ୟକ୍ଷ ଶ୍ରୀ ରଘୁ ରାମ ସାହୁ, ଅତିରିକ୍ତ ଶିକ୍ଷା ଅଧିକାରୀ ସୁଶ୍ରୀ ମିନା ବେହେରା ଯୋଗ ଦେଇଥିଲେ ।

ଉତ୍କଳ ନିର୍ମାତା ଶ୍ରୀ କୃଷ୍ଣ ଚନ୍ଦ୍ର ଗଜପତି ଙ୍କ ଗୁଣ ଗାନ କରିଥିଲେ । ଛାତ୍ର ଛାତ୍ରୀ ଙ୍କ ମଧ୍ୟରେ ପ୍ରତିଯୋଗିତା (ରଚନା ଲିଖନ) ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ବହୁ ମାନ୍ୟ ଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ ।