ଆୟୁଷ୍ମାନ ଭାରତ ସ୍ବାସ୍ଥ୍ୟ ଶିବିର କାଶୀନଗରରେ ଅନୁଷ୍ଟିତ

0
164
ଆୟୁଷ୍ମାନ ଭାରତ ସ୍ବାସ୍ଥ୍ୟ

ରିପୋର୍ଟ : ପ୍ରଣତି ସାବତ //
କାଶୀନଗର, (୨୨/୦୪) : କାଶୀନଗର ବ୍ଲକରେ ଆଜି ଏକ ଆୟୁଷ୍ମାନ ଭାରତ ତରଫରୁ ଏକ ସ୍ବାସ୍ଥ୍ୟ ମେଳା ଅନୁଷ୍ଠିତ ହୋଇଯାଇଛି ।

ଆଜିର ଏହି ମେଲାରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ସାଂସଦ ଶ୍ରୀ ଚନ୍ଦ୍ର ଶେଖର ସାହୁ ଓ ସମ୍ମାନୀୟ ଅତିଥି ଭାବେ ଯୋଗଦେଇ ଥିଲେ ବିଧାୟକ ଶ୍ରୀ କେ ନାରାୟଣ ରାଓ ଓ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀ ଜି ତିରୁପତି ରାଓ, ବ୍ଲକ ଅଧ୍ୟକ୍ଷ ବାଲା ଶୟମ୍ମା ଓ ଉପାଧ୍ୟକ୍ଷ ଏସ କଲ୍ୟାଣୀ ପୌର ଅଧ୍ୟକ୍ଷା ଏମ୍ ସୁଧା ରାଣୀ ଓ ଉପାଧ୍ୟକ୍ଷ ରଘୁ ରମ୍ୱସାହୁ | ଏହି ଆୟୁଷ୍ମାନ ଭାରତ କାର୍ଯ୍ୟକ୍ରମରେ ସମୟ ବିଭ୍ରାନ୍ତି ହେବାର ଅଭିଯୋଗ କରିଥିଲେ । ଏହାର ଉତ୍ତର ଦେଇ ସାଂସଦ ଏହାର ଖଣ୍ଡନ କରିଥିଲେ । ଏହି ଶିବିରରେ ଅନ୍ୟୁନ ୫୦୦ ଲୋକ ରେଜିଷ୍ଟ୍ରେସନ୍ କରିଥିଲେ । କାଶୀନଗର ଠାରେ ଡ଼ାକ୍ତରଙ୍କ ଅଭିଯୋଗ କରିଛନ୍ତି । ଏଠାରେ ସ୍ବାସ୍ଥ୍ୟ ସେବା ପାଉ ନ ଥିବା ଲୋକେ ଅଭିଯୋଗ କରିଛନ୍ତି ।

ଏହି ଶିବିରକୁ ସାଂସଦ ଶ୍ରୀ ଚନ୍ଦ୍ର ଶେଖର ସାହୁ ଉଦ୍ଘାଟନ କରିଥିଲେ । ବିଡ଼ିଓ ଶ୍ରୀ ଲକ୍ଷ୍ମୀ ପ୍ରସାଦ ସାହୁଙ୍କ ସଭାପତିତ୍ବରେ ଅନୁଷ୍ଟିତ ଏହି ସଭାରେ ସମସ୍ତ ଲୋକ ପ୍ରତିନିଧି ଯୋଗ ଦେଇଥିଲେ । ଆଜିର ଏହି ଶିବିରରେ ବହୁ ଲୋକ ଯୋଗ ଦେଇଥିଲେ । ପ୍ରଶାସନ ଲୋକାଭିମୁଖୀ ହୋଇଥିବାରୁ ଲୋକ ମାନେ ଖୁସି ପ୍ରକଟ କରିଛନ୍ତି । ଏଥି ପୂର୍ବରୁ ବିଭିନ୍ନ ପଞ୍ଚାୟତରେ ଏହି ଶିବିର ଅନୁଷ୍ଠିତ ହୋଇଯାଇଛି । ଆହୁରି ପ୍ରଶାସନ ଲୋକାଭିମୁଖୀ ହେବା ଆବଶ୍ୟକ ବୋଲି ଲୋକେ ଆଲାଚୋନା କରୁଛନ୍ତି ।