ଉତ୍କଳ ଗୌରବ ମଧୁସୂଦନ ଦାସଙ୍କର ୧୭୪ ତମ ଜନ୍ମ ବାର୍ଷିକୀ ପାଳିତ

0
523
ଉତ୍କଳ ଗୌରବ ମଧୁସୂଦନ

ରିପୋର୍ଟ : ଗୋପୀନାଥ ଗୌଡ଼
ରାୟଗଡ଼ା, (୨୮/୦୪) : ଆଜି ହେଉଛି ଓଡ଼ିଆ ଜାତି ର ସ୍ୱାଭିମାନ ର ପ୍ରତୀକ ପ୍ରଗତି ପୁରୁଷ କୁଳବୃଦ୍ଧ ଉତ୍କଳ ଗୌରବ ମଧୁସୂଦନ ଦାସ ଙ୍କର ୧୭୪ ତମ ଜନ୍ମ ବାର୍ଷିକୀ l

ଉକ୍ତ ଶୁଭ ଅବସରରେ ଉତ୍କଳ ଗୌରବ ମଧୁସୂଦନ ବୈଷୟିକ ଶିକ୍ଷାନୁଷ୍ଠାନ, ରାୟଗଡସ୍ଥିତ ମଧୁସୂଦନ ଦାସଙ୍କର ପ୍ରତିମୂର୍ତ୍ତିରେ ଶିକ୍ଷାନୁଷ୍ଠାନ ର ଅଧ୍ୟକ୍ଷ ଶ୍ରୀଯୁକ୍ତ ନାରାୟଣ ପଟେଲ, ପୂର୍ବତନ ଛାତ୍ର ଶ୍ରୀ ସବ୍ୟସାଚୀ ସାହୁ ଏବଂ ଅନୁଷ୍ଠାନରେ ଉପସ୍ଥିତ ଅଧ୍ୟାପକ, ଅଧ୍ୟାପିକା ଏବଂ ସମସ୍ତ କର୍ମଚାରୀ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ l

ଏହି ପ୍ରସଙ୍ଗରେ ଅଧ୍ୟକ୍ଷ ଶ୍ରୀଯୁକ୍ତ ପଟେଲ, ପୂର୍ବତନ ଛାତ୍ର ଶ୍ରୀ ସାହୁ ଏବଂ ଅଧ୍ୟାପକ ଶ୍ରୀ ପ୍ରଦୀପ କୁମାର ତ୍ରିପାଠୀ ସ୍ୱର୍ଗତ ମଧୁସୂଦନ ଦାସ ଙ୍କର ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ନିମିତ୍ତ ମହାନ ତ୍ୟାଗ ଓ଼ ବଳିଦାନ ର ବଳିଷ୍ଠ କାହାଣୀ ସମ୍ବଦ୍ଧରେ ସ୍ମୃତି ଚାରଣ କରିଥିଲେ l