କନିଷ୍ଠ ଶିକ୍ଷକ ଆଶାୟୀ ସଙ୍ଘ ର ଦାବିପତ୍ର ପ୍ରଦାନ

0
126
କନିଷ୍ଠ ଶିକ୍ଷକ ଆଶାୟୀ

ରିପୋର୍ଟ : ରବି ଶଙ୍କର ମହାପାତ୍ର
ବୋରିଗୁମ୍ମା, (୨୭/୪) : କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଳକ ର ଖାଲି ପଡିଥିବା ପ୍ରାଥମିକ ଶିକ୍ଷକ ପଦବୀ ତଥା ଶିକ୍ଷକ ଆବଶ୍ୟକତା ର ତଥ୍ୟ ତୁରନ୍ତ ସାତ ଦିନ ମଧ୍ୟରେ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶାଳୟକୁ ପ୍ରଦାନ କରିବା ପାଇଁ ଆଜି C.T/D. EL.Ed ତଥା OTET ପାସ କରିଥିବା ଚୁକ୍ତି ଭିତ୍ତିକ କନିଷ୍ଠ ଶିକ୍ଷକ ଆଶାୟୀ ପ୍ରାର୍ଥୀ ମାନେ ବୋରିଗୁମ୍ମା ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ଶତ୍ରୁଘ୍ନ ଖଣ୍ଡାଙ୍କୁ ଏକ ଦାବି ପତ୍ର ପ୍ରଦାନ କରିଛନ୍ତି l

ପୂର୍ବରୁ ସରକାର କନିଷ୍ଠ ଶିକ୍ଷକ ଆଶାୟୀ ସଙ୍ଘ ର ଏହି ଦାବିକୁ ଯୁକ୍ତି ଯୁକ୍ତ ବିଚାର କରି ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶାଳୟ ତରଫରୁ ଚିଠି ସଂଖ୍ୟା 3p-16-lll -2021/5725. ତା ୧୩/୦୪/୨୦୨୨ ମାଧ୍ୟ୍ୟମରେ ରାଜ୍ୟର ସମସ୍ତ ବ୍ଲକ ଶିକ୍ଷା ଅଧିକାରୀଙ୍କ ଠାରୁ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଖାଲି ଥିବା ଶିକ୍ଷକ ପଦବୀ ସମ୍ପର୍କିତ ରିପୋର୍ଟ ମାଗିଛନ୍ତି l

ଅପର ପକ୍ଷରେ ଏ ସମ୍ପର୍କିତ ରିପୋର୍ଟ ବହୁ ପୂର୍ବରୁ ବୋରିଗୁମ୍ମା ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ତଥା ସମ୍ଭବତଃ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରୁ ମଧ୍ୟ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶାଳୟକୁ ପ୍ରଦାନ କରାଯାଇଥିବା ବିଷୟ ଶ୍ରୀ ଶତ୍ରୁଘ୍ନ ଖଣ୍ଡା ପ୍ରକାଶ କରିଛନ୍ତି l