କଲ୍ୟାଣସିଂହପୁର ନୋଡାଲ କେନ୍ଦ୍ରରେ ୧୦୨୬ ଜଣ ବିଦ୍ୟାର୍ଥୀ ଦଶମ ଶ୍ରେଣୀ ପରୀକ୍ଷା ଦେଲେ

0
256
କଲ୍ୟାଣସିଂହପୁର ନୋଡାଲ କେନ୍ଦ୍ରରେ

ରିପୋର୍ଟ : ଅକ୍ଷୟ କୁମାର ପିଡ଼ିସିକା
କଲ୍ୟାଣସିଂହପୁର, (୨୯/୪) : ମାଧ୍ୟମିକ ଶିକ୍ଷା ପରିଷଦ ବୋର୍ଡ ପକ୍ଷରୁ ଦଶମ ପରୀକ୍ଷା ଆରମ୍ଭ ହୋଇଛି । କଲ୍ୟାଣସିଂହପୁର ନୋଡାଲ କେନ୍ଦ୍ରରେ ୧୧୮୮ ବିଦ୍ୟାର୍ଥୀ ମଧ୍ୟରୁ ୧୦୨୬ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ୧୬୨ ଜଣ ଛାତ୍ରଛାତ୍ରୀ ଅନୁପସ୍ଥିତ ରହିଥିଲେ ।

କଲ୍ୟାଣସିଂହପୁର ନୋଡାଲ କେନ୍ଦ୍ରରେ ୧୪୮ ମଧ୍ୟରୁ ୧୨୯ ପରୀକ୍ଷା ଦେଇଥିବା ବେଳେ ୧୯ ବିଦ୍ୟାର୍ଥୀ ଅନୁପସ୍ଥିତ, ଜଗନ୍ନାଥପୁର କେନ୍ଦ୍ରରେ ୧୪୬ ମଧ୍ୟରୁ ୧୧୬ ପରୀକ୍ଷା ଦେଇଥିବା ବେଳେ ୩୦ ବିଦ୍ୟାର୍ଥୀ ଅନୁପସ୍ଥିତ, ବୁଡ଼ାଗୁଡା କେନ୍ଦ୍ରରେ ୧୬୮ ରୁ ୧୪୮ ପରୀକ୍ଷା ଦେଇଥିବା ବେଳେ ୨୦ ଜଣ ଛାତ୍ରଛାତ୍ରୀ ଅନୁପସ୍ଥିତ, ସିକରପାଇ କେନ୍ଦ୍ରରେ ୨୧୩ରୁ ୧୭୨ ପରୀକ୍ଷା ଦେଇଥିବା ବେଳେ ୪୧ଜଣ ଛାତ୍ରଛାତ୍ରୀ ଅନୁପସ୍ଥିତ ଥିଲେ ।

ସେହିପରି ରେଭଲକୋଣା କେନ୍ଦ୍ରରେ ୨୮୭ ରୁ ୨୬୩ ପରୀକ୍ଷା ଦେଇଥିବା ବେଳେ ୨୪ ଜଣ ବିଦ୍ୟାର୍ଥୀ ପରୀକ୍ଷା ଦେଇଥିବା ବେଳେ ଶିରିପୁର କେନ୍ଦ୍ରରେ ୨୨୬ ରୁ ୧୯୮ ଜଣ ପରୀକ୍ଷା ଦେଇଥିବା ବେଳେ ୨୮ ଜଣ ଛାତ୍ରଛାତ୍ରୀ ଅନୁପସ୍ଥିତ ରହିଛନ୍ତି ବୋଲି ନୋଡାଲ କେନ୍ଦ୍ରରୁ ଜଣାପଡିଛି । ଏହି ପ୍ରଶ୍ନ ଉତ୍ତର ଖାତାକୁ ୬ ଟି କେନ୍ଦ୍ରକୁ ଉମାଶଙ୍କର ଖରା ଓ ମୋନଜ କୁମାର ସାହୁକାର ପୁଲିସ ର କଡା ସୁରକ୍ଷା ବ୍ୟବସ୍ଥା ନେବା ଆଣିବା କରାଯାଉଛି ।

ଏହି ପରୀକ୍ଷା କେନ୍ଦ୍ର କୁ ଅତିରିକ୍ତ ତହସିଲଦାର ଗଣେଶ ଦଳେଇ ପରିଦର୍ଶନ କରିଥିଲେ । କଲ୍ୟାଣସିଂହପୁର ପରୀକ୍ଷା କେନ୍ଦ୍ର ର ପରିଚାଳକ ଆଚାରୀ ଶବର, ଉପ ପରିଚାଳକ ପ୍ରଦୀପ କୁମାର ଦଳେଇ, ଶିରିପୁର ପରୀକ୍ଷା କେନ୍ଦ୍ର ର ପରିଚାଳକ ବିବିଷଣ ଚିଛୁଆନ, ଉପ ପରିଚାଳକ ଦେବାଶିଷ ସାମଲ, ବୁଡ଼ାଗୁଡ଼ା ପରୀକ୍ଷା କେନ୍ଦ୍ର ର ପରିଚାଳକ ଭରତ କଦମ ସେଠୀ, ଉପ ପରିଚାଳକ ଡି.ବି.ଆର. ପଟ୍ଟନାୟକ, ଶିକାରପାଇ ପରୀକ୍ଷା କେନ୍ଦ୍ର ର ପରିଚାଳକ ରଞ୍ଜିତ କୁମାର ଗିରୀ, ଉପ ପରିଚାଳକ ସୁଦୀପ କୁମାର ସାହୁ, ଜଗନ୍ନାଥ ପୁର ପରୀକ୍ଷା କେନ୍ଦ୍ର ର ପରିଚାଳକ ଦୀପକ କୁମାର ବେହେରା, ଉପ ପରିଚାଳକ ଦୀପା ସହୁକାର ଓ ରିଭଲକୋଣା ପରୀକ୍ଷା କେନ୍ଦ୍ର ର ପରିଚାଳକ କେ. ଭାମନ ମୁର୍ତ୍ତି, ଉପ ପରିଚାଳକ ଲକେଶ୍ଵର ବିଡିକା, ଡ଼ମ୍ବୁରୁଧର ତ୍ରିପାଠୀ ଦାୟିତ୍ୱ ତୁଲେଇ ଆସିଛନ୍ତି ।