ବାଲି ଚୋରା ଚାଲାଣ ବୃଦ୍ଧି : ପୋଲିସ ହାତ ରେ ଧରା ପଡ଼ିଲା ୬ ଟ୍ରାକ୍ଟର

0
131
ବାଲି ଚୋରା ଚାଲାଣ

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୦୨/୦୫) : କାଶୀନଗର ଅଞ୍ଚଳ ର ବାଲି ଚୋରା ଚାଲାଣ ବୃଦ୍ଧି ପାଇବାରେ ଲାଗିଛି । ଲିଜ ରିଆମ୍ପ ରୁ ବାଲି ଉଠା ବର୍ତ୍ତମାନ ବନ୍ଦ ହୋଇଛି । ସେପଟେ ଆନ୍ଧ୍ର ସରକାର ସବୁ ନଦୀ ପଠା କୁ ଲିଜ ଦେଇଦେବା ଫଳରେ ଓଡ଼ିଶା ଉପରେ ଏହାର ପ୍ରଭାବ ପଡିଛି ।

ଓଡ଼ିଶା ସରକାରଙ୍କ ରାଜସ୍ୱ ହାନି ହେଉଛି । ଏଣୁ ଚୋରାରାମ୍ପ ମାନ ନୂଆରେ ଖୋଲିଛି ଏବଂ ବାଲି ଚୋରା ଚାଲାଣ ସକ୍ରିୟ ହୋଇଛି । ପୋଲିସ ଗତକାଲି ୬ ଟି ବାଲି ଗାଡ଼ି (ଟ୍ରାକ୍ଟର) ଜବତ କରିଛି । ପୋଲିସ ପଇଁତରା ମାରୁଥିବା ବେଳେ କିଡ଼ିଗମ୍ ନିକଟରେ ଧରିଛି । ସେପଟ ସାରା ବାଡ଼ିଗମ୍ ପୂରିଟିଗୁଡା ରାସ୍ତାରେ ମଧ୍ୟ ଚୋରାବାଲି ଚାଲାଣ ହେଉଛି ।

କାଶୀନଗର ବ୍ରାହ୍ମଣ ସାହି ଦେଇ ପ୍ରତ୍ୟେକ ଦିନ ୧୦୦ ରୁ ଉର୍ଦ୍ଧ ଟ୍ରାକ୍ଟର ଶଗଡ଼ ବାଲି ବୋହୁଥିବା ବେଳେ ଟଙ୍କାଟିଏ ରାଜସ୍ୱ ମଧ୍ୟ ଆଦାୟ ହେଉନାହିଁ । ଏଣୁ ପ୍ରଶାସନ ଓ ପୋଲିସ ସକ୍ରିୟ ନ ହେଲେ ଓଡ଼ିଶା ସରକାର ଙ୍କ ରାଜସ୍ୱ ହାନି ହେଉଛି । ଏଣୁ ଜନସାଧାରଣ ଏସବୁ ପ୍ରତି ଦୃଷ୍ଟି ଦେବାକୁ ପ୍ରଶାସନ କୁ ଅନୁରୋଧ କରିଛନ୍ତି ।