ଗୁଣପୁର ଠାରେ ଵିଶ୍ଵ ଶ୍ରମିକ ଦିବସ ପାଳିତ

0
155
ଗୁଣପୁର ଠାରେ

ରିପୋର୍ଟ : ବିରଞ୍ଚି ପ୍ରସାଦ
ରାୟଗଡ଼ା, (୦୧/୦୫) : ଆଜି ରାୟଗଡ଼ା ଜିଲ୍ଲା ର ଗୁଣପୁର ଠାରେ ଵିଶ୍ଵ ଶ୍ରମିକ ଦିବସ ପାଳିତ ହୋଇଯାଇଛି ।WhatsApp Image 2022 05 01 at 8.13.14 PM ଗୁଣପୁର ଠାରେ ଵିଶ୍ଵ ଶ୍ରମିକ ଦିବସ ପାଳିତ

ଗୁଣପୁର ଠାରେ ମୋଟର କର୍ମଚାରୀ ସଂଘ, ମେସ୍ତ୍ରୀ ସଂଘ, ମାଁ ଗ୍ରାମଦେଵୀ କଟନ ଶ୍ରମିକ ସଂଘ ଓ ଏଆଇସିସିଟିୟୁ ଆନୁକୁଲ୍ୟରେ ଗୁଣପୁର ଓ ରାମନାଗୁଡା ଵ୍ଲକ ଉକୁମ୍ବା ପଞ୍ଚାୟତ ର ସୁଭଦ୍ରାପୁର ଠାରେ ମଇ ଦିବସ ଉପଲକ୍ଷେ ପତକା ଉତ୍ତୋଳନ କରିବା ସହ ଏକ ଶୋଭାଯାତ୍ରାରେ ବାହାରି ଶ୍ରମିକ ମାନଙ୍କ ପାଇଁ ଲଢେଇ କରିଥିବା ସହିଦ ମାନଙ୍କୁ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା ।

ଆଜକୁ ୧୩୬ ବର୍ଷ ଧରି ଵିଶ୍ଵ ଶ୍ରମିକ ଦିବସ ପାଳନ କରାଯାଉଅଛି । ଦୁଃଖ ଓ ପରିତାପ ର ବିଷୟ ଅଜିବି ଶ୍ରମିକ ଶ୍ରେଣୀ ସମ୍ମାନ ର ସହ ବଞ୍ଚିବା କଷ୍ଟକର ହୋଇପଡିଛି । ଦୈନିକ ଆଠ ଘଣ୍ଟା ବଦଳରେ ବାର ଘଣ୍ଟା କାର୍ଯ୍ୟ କରିଵାକୁ ମୋଦି ସରକାର ଆଇନରେ ପରିବର୍ତ୍ତନ କରୁଛନ୍ତି । ଏହି ପବିତ୍ର ମଇ ଦିବସ ଶ୍ରମିକ ଶ୍ରେଣୀ ର ଏକତାର ଆନ୍ତର୍ଜାତିକ ଦିବସ ।WhatsApp Image 2022 05 01 at 8.13.13 PM ଗୁଣପୁର ଠାରେ ଵିଶ୍ଵ ଶ୍ରମିକ ଦିବସ ପାଳିତ

ସରକାର ଆଜି ଜାତି, ଧର୍ମ, ଅଞ୍ଚଳ ଓ ଭାଷା ଇତ୍ୟାଦି ଆଧାରରେ ସମାଜକୁ ଭାଗ ଭାଗ କରିବାକୁ ଚେଷ୍ଟା କରୁଥିବାରୁ ଏଆଇସିସିଟିୟୁ ଏହାକୁ ତିଵ୍ର ନିନ୍ଦା କରୁଛି । ଏହି ଶ୍ରମିକ ଦିବସ ଅବସରରେ ତ୍ରିପତି ଗମାଙ୍ଗ ନିଜ ଅଭିଭାଷଣରେ କହିଥିଲେ ଯେ, ସ୍କିମ ୱ।ର୍କରସ (ପାଚିକା, ଆଶା, ଅଙ୍ଗନୱାଡ଼ି) ମାନେ ଆଜିଯାଏଁ ଉଚିତ ଵେତନ ସହ ଶ୍ରମିକ ର ମାନ୍ୟତା ପାଇବାରୁ ବଞ୍ଚିତ । ଠିକା କର୍ମଚାରୀମାନେ ୨୬ ଦିନ କାମ ପାଇବାରୁ ବଞ୍ଚିତ । ଏହାର ବିରୋଧ କଲେ ଚାକିରିରୁ ଛଟେଇ କରାଯାଉଛି । ତେଣୁ ଆମେ ଉଚିତ ନ୍ୟାୟ ନପାଇବା ଯାଏଁ ଆମର ସଂଘର୍ଷ ଚାଲୁ ରଖିବା ।

ଆଜିର ଏହି ପବିତ୍ର ଶ୍ରମିକ ଦିବସ ଅବସରରେ ଗୁଣପୁର ମୋଟର କର୍ମଚାରୀ ସଂଘ ର ସଭାପତି ଫଣୀଭୂଷଣ ପଟ୍ଟନାୟକ ନିଜ ଅଭିଭାଷଣରେ କହିଥିଲେ ଯେ, ଆସ ଆଜି ଆମେ ଶପଥ ନେଵା କି ଆମ୍ବେଦକର ଓ ଭଗତସିଂଙ୍କ ସ୍ୱପ୍ନ ର ଭାରତ ଗଠନ ଦିଗରେ, ଜନଗଣଙ୍କର ସ୍ୱାର୍ଥ ର ସୁରକ୍ଷା, ଶ୍ରମିକ ଶ୍ରେଣୀ ର ଏକତା, ଠିକା ପ୍ରଥା ଓ ଶ୍ରମିକ ବିରୋଧୀ ଶ୍ରମ କୋର୍ଡ ଓ ଦମନକାରି ଆଇନ ବିରୋଧରେ ସଂଗ୍ରାମ କରିବା ଲାଗି ସଂକଳ୍ପ ନେବା ଓ ଏହା ପୁରଣ ହେଵା ଯାଏଁ ପ୍ରାଣପଣେ ଚେଷ୍ଟା କରିବା ।