ଶିଶୁ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଓ ବାଲ୍ୟ ବିବାହ ବିରୋଧ ର ପଥପ୍ରାନ୍ତ ନାଟକ ଉଦଯାପିତ

0
145
ଶିଶୁ ସୁରକ୍ଷା

ରିପୋର୍ଟ : ସୁଶାନ୍ତ ବେହେରା
ହରଭଙ୍ଗା, (୨୯/୦୪) : ବୌଦ୍ଧ ଜିଲ୍ଲା ନେହେରୁ ଯୁବ କେନ୍ଦ୍ର ଓ ୟୁନିସେଫ ର ମିଳିତ ଆନୁକୂଲ୍ୟରେ ବୀଣାପାଣି ସାହିତ୍ୟ କଳା ସଂସଦ ବୌଦ୍ଧର କଳାକାର ମାନଙ୍କ ଦ୍ୱାରା ହରଭଙ୍ଗା ବ୍ଲକରେ ବିଭିନ୍ନ ସ୍ଥାନରେ ଶିଶୁ ସୁରକ୍ଷା ସଚେତନତା ଓ ବାଲ୍ୟ ବିବାହ ବିରୋଧ ପଥପ୍ରାନ୍ତ ନାଟକ ସଙ୍କୁଲୋଇ ଗ୍ରାମରେ ଉଦଯାପିତ ହୋଇଯାଇଛି ।WhatsApp Image 2022 05 01 at 8.13.46 PM ଶିଶୁ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଓ ବାଲ୍ୟ ବିବାହ ବିରୋଧ ର ପଥପ୍ରାନ୍ତ ନାଟକ ଉଦଯାପିତ

ଶିଶୁ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଓ ବାଲ୍ୟ ବିବାହ ବିରୋଧ ର ପଥପ୍ରାନ୍ତ ନାଟକ ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ସଙ୍କୁଲୋଇ ସରପଞ୍ଚ ସୁଶ୍ରୀତା ଛନ୍ଦ, ସମ୍ମାନିତ ଅତିଥି ଭାବରେ ସମାଜସେବୀ ସତ୍ୟବାଦୀ ଚାଉଳିଆ, ଅଙ୍ଗନୱାଡ଼ି କର୍ମୀ ଶିବାନୀ ପ୍ରଧାନ, ଆଶା କର୍ମୀ ଜିନା ବାଘ ଓ ସଙ୍କୁଲୋଇ ଏମବିକେ ପ୍ରମିତା ଚାଉଳିଆ ଯୋଗ ଦେଇ କାର୍ଯ୍ୟକ୍ରମ କୁ ସ୍ୱାଗତ ଯୋଗ୍ୟ ବୋଲି ମତବ୍ୟକ୍ତ କରିବା ସହ ଉପସ୍ଥିତ ଦର୍ଶକ ମାନଙ୍କୁ ଝିଅ ମାନଙ୍କୁ ୨୧ ବର୍ଷ ନ ହେବା ପର୍ଯ୍ୟନ୍ତ ବିବାହ ନ କରିବାକୁ ଶପଥ କରାଇଥିଲେ ।

ଉଦଯାପନୀ ଦିବସରେ ଛତ୍ରଙ୍ଗ ପଞ୍ଚାୟତର ଭାଲିଆଗୋରା, ହରଭଙ୍ଗା ପଞ୍ଚାୟତର ଭେଜିଗୋରା, ବୁକେସିଙ୍ଗା, ସଙ୍କୁଲୋଇ ପଞ୍ଚାୟତ ର କମ୍ଭୁନାଥପୁର, ନୂଆପଡ଼ା ରେ ନାଟକ ପରିବେଷଣ ସରିବା ପରେ ସଙ୍କୁଲୋଇ ଗାଁ ରେ ପଥପ୍ରାନ୍ତ ନାଟକ ଉଦଯାପିତ ହୋଇଥିଲା । ଏହି କାର୍ଯ୍ୟକ୍ରମକୁ ନେହେରୁ ଯୁବ କେନ୍ଦ୍ର ର କର୍ମକର୍ତ୍ତା ସୁଧିର ଦୀପ ପରିଚାଳନା କରିଥିଲେ ।

ବୀଣାପାଣି ସାହିତ୍ୟ କଳା ସଂସଦ ବୌଦ୍ଧ ର କଳାକାର ଭାବେ ସୁମନ୍ତ ଭୋଇ, ଛନ୍ଦା ଚରଣ ଭୋଇ, ରୁନାଲିସା ମାଝୀ, ସୌମ୍ୟା ଦୀପ, ରାଜବୀର ଦୀପ, ଶିବମ ସାଗର, ବିରେନ୍ଦ୍ର ସାହୁ ପ୍ରମୁଖ ନାଟକ ପରିବେଷଣ କରିଥିଲେ ।