ଗୁଡାରି ଠାରୁ ଭୁବନେଶ୍ୱର ପାଇଁ ଲିଙ୍କ ବସ ସେବା ର ଶୁଭାରମ୍ଭ କଲେ ଜିଲ୍ଲାପାଳ

0
174
ଗୁଡାରି ଠାରୁ

ରିପୋର୍ଟ : ଗୋପୀନାଥ ଗୌଡ଼
ରାୟଗଡ଼ା/ଗୁଡାରି, ତା.(୦୧/୦୫) : ଗୁଡାରି ଠାରୁ ଭୁବନେଶ୍ୱର ପାଇଁ ଲିଙ୍କ ବସ ସେବା ର ଶୁଭାରମ୍ଭ କଲେ ରାୟଗଡ଼ା ଜିଲ୍ଲାପାଳ lWhatsApp Image 2022 05 01 at 9.16.18 PM ଗୁଡାରି ଠାରୁ ଭୁବନେଶ୍ୱର ପାଇଁ ଲିଙ୍କ ବସ ସେବା ର ଶୁଭାରମ୍ଭ କଲେ ଜିଲ୍ଲାପାଳ

ରାୟଗଡ ଜିଲ୍ଲା ର ଗୁଡାରି ଏକ ପ୍ରମୁଖ ସହରାଞ୍ଚଳ ହୋଇଥିଲେ ମଧ୍ୟ ଏହି ଉପାନ୍ତ ଅଞ୍ଚଳ ଗୁଡାରି ଠାରୁ ସିଧାସଳଖ ରାଜ୍ୟ ରାଜଧାନୀ ଭୁବନେଶ୍ୱର କୁ ବସ ନଥିବାରୁ ଯାତ୍ରୀମାନଙ୍କୁ ନାହିଁ ନଥିବା ବହୁତ ଅସୁବିଧା ର ସମ୍ମୁଖୀନ ହେବାକୁ ପଡୁଥିଲା l ସମସ୍ୟା ର ସମାଧାନ ପାଇଁ ଗୁଡାରି ଜନସାଧାରଣ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କୁ ଅଭିଯୋଗ କରିଥିଲେ l

ଏହାକୁ ଵିଚାର କରି ଓଡ଼ିଶା ସରକାର ଆଜି ଠାରୁ ଆର୍ଥତ ମଇ ମାସ ଏକ ତାରିଖରୁ ଏକ କ୍ୟାଣ୍ଟର ଗୁଡାରିରୁ ବାହାରି ଗୁମୁଡା ପର୍ଯ୍ୟନ୍ତ ଚଳାଚଳ କରିବ ଏବଂ ଭୁବନେଶ୍ୱର ଅଭିମୁଖେ ଯିବାକୁ ଥିବା ଯାତ୍ରୀଙ୍କୁ ନେବା ଆଣିବା କରିବା ପାଇଁ ଗୁଡାରିରୁ ଗୁମୁଡା ପର୍ଯ୍ୟନ୍ତ ଲିଙ୍କ ବସ ସେଵା ମଞ୍ଜୁର କରିଛନ୍ତି l ଏହି ଲିଙ୍କ ବସକୁ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ମିଶ୍ର ପତାକା ଦେଖାଇ ଶୁଭାରମ୍ଭ କରିଥିଲେ l

ଏଥିରେ ଗୁଡାରିବାସୀ, ଜନପ୍ରତିନିଧି, ବିଡିଓ ଓ ଆନ୍ୟନ୍ୟ ଅଧିକାରୀ ମାନେ ସାମିଲ ହୋଇଥିଲେ ଓ ବହୁଦିନ ପରେ ସରକାର ସମସ୍ୟାର ସମାଧାନ କରିଥିବାରୁ ବହୁତ ଖୁସି ବ୍ୟକ୍ତ କରି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ l