ଡି ଜୟପୁର ଠାରେ ମତ୍ସ୍ୟ ପୋଖରୀ ନିମନ୍ତେ ଭିତ୍ତି ପ୍ରସ୍ତର ସ୍ଥାପନ

0
172
ଡି ଜୟପୁର ଠାରେ

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୦୩/୦୫) : ଡି ଜୟପୁର ଠାରେ ଗତ ୧ ତାରିଖ ଅପରାହ୍ନରେ ସ୍ଵୟଂ ସହାୟକ ଗୋଷ୍ଠୀ ଦ୍ଵାରା ପରିଚାଳିତ ଏକ ପୋଖରୀ ର ଭିତ୍ତି ପ୍ରସ୍ତର ସ୍ଥାପନ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି ।

ପ୍ରାପ୍ତ ସୂଚନା ଅନୁଯାୟୀ କାଶୀନଗର ବ୍ଲକ ର ଖାରଡ଼ା ପଞ୍ଚାୟତ ର ଡି ଜୟପୁର ଠାରେ ଏକ ମାଛ ବନ୍ଧ ଓ ମାଛ ଖାଦ୍ୟ ଯୋଗାଣ ପ୍ରକଳ୍ପ ପାଇଁ ଶିଳାନ୍ୟାସ କରିଥିଲେ । ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀ ଜି ତିରୁପତି ରାଓ କରିଥିବା ବେଳେ ପି ଡି ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ବ୍ଲକ ଅଧ୍ୟକ୍ଷ ବାଲା ଶାୟମ୍ମା ଓ ଉପାଧ୍ୟକ୍ଷ ଏସ କଲ୍ୟାଣୀ, ବିଡିଓ ଶ୍ରୀ ଲକ୍ଷ୍ମୀ ପ୍ରସାଦ ସାହୁ, ଏ ଏଫ୍ ଓ, ବିପିଏମ ଶ୍ରୀ ସମୀର ପାଢ଼ୀ ଖାରାଡ଼ା ସରପଞ୍ଚ ଅଖିଳ ପାତ୍ର ନାଏବ ସରପଞ୍ଚ ଯୋଗ ଦେଇଥିଲେ ।

ଜୋନ୍ ୧ ଜିଲ୍ଲା ପରିଷଦ ସଦସ୍ୟ ରକଂ ରାଜଲକ୍ଷ୍ମୀ ମଧ୍ୟ ଉପସ୍ଥିତ ଥିଲେ । ସିଧେଶ୍ୱରି ଓ ଶାଇ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ଵାରା ଏହି ଦୁଇଟି ପ୍ରକଳ୍ପ କରାଯିବ । ମତ୍ସ୍ୟ ଓ ଓଡ଼ିଶା ଜୀବିକା ମିଶନ ଦ୍ୱାରା ଏହି ପ୍ରକଳ୍ପ କରାଯିବ ବୋଲି ବିଡ଼ିଓ ଶ୍ରୀ ସାହୁ ସୂଚନା ଦେଇଛନ୍ତି ।