ବୈପାରୀଗୁଡା ପୋଲିସ ପକ୍ଷରୁ ଗଞ୍ଜେଇ ଜବତ

0
140
ବୈପାରୀଗୁଡା ପୋଲିସ

ରିପୋର୍ଟ : ରବିଶଙ୍କର ମହାପାତ୍ର
କୋରାପୁଟ, (୦୭/୦୫) : ଗଞ୍ଜେଇ ଚୋରି ଚାଲାଣ ବେଳେ ମାଡି ବସିଲା ବୈପାରୀଗୁଡା ପୋଲିସ ।WhatsApp Image 2022 05 07 at 1.29.43 PM ବୈପାରୀଗୁଡା ପୋଲିସ ପକ୍ଷରୁ ଗଞ୍ଜେଇ ଜବତ WhatsApp Image 2022 05 07 at 1.29.44 PM ବୈପାରୀଗୁଡା ପୋଲିସ ପକ୍ଷରୁ ଗଞ୍ଜେଇ ଜବତ

ଏକ କ୍ଯୁଇଣ୍ଟାଲ ଗଞ୍ଜେଇ ଜବତ କରିବା ସହ ୪ ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛି ବୈପାରୀଗୁଡା ପୋଲିସ l ବୈପାରୀଗୁଡା ଥାନାରେ ଏକପ୍ରେସ ମିଟରେ ଡିଏସପି ବିରୋଞ୍ଚି ନାରାୟଣ ଜଗତ ଏହି ସୂଚନା ଦେଇଛନ୍ତି l ବିଶେଷ ସୂତ୍ରରୁ ଖବର ପାଇ ବୈପାରୀଗୁଡା ଥାନା ଅଧିକାରୀ ଡିଏସପି ବିରୋଞ୍ଚି ନାରାୟଣ ଜଗତଙ୍କ ନେତୃତ୍ୱରେ ପୁଲିସ ର ଏକ ଟିମ ଓଡିଶା ଛତିଶଗଡ ସୀମାନ୍ତ ଘୋଡାଘାଟ ଗ୍ରାମରେ ଚଢ଼ାଉ କରିଥିଲା ।

ସେଠାରେ ଗଞ୍ଜେଇ ଚୋରା ଚାଲାଣ ବେଳେ ଗୋଟିଏ ବୋଲେରୋ ଦୁଇଟି ମଟର ସାଇକେଲ ଏବଂ ଏକ କ୍ଯୁଇଣ୍ଟାଲ ଗଞ୍ଜେଇ ଜବତ କରିବା ସହ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି l ଚାରି ଅଭିଯୁକ୍ତ ମଧ୍ୟରୁ ଜଣେ ଛତିଶଗଡ ଏବଂ ଅନ୍ୟ ୩ ରାଜସ୍ଥାନ ର ବୋଲି ସୂଚନା ଦେଇଛନ୍ତି ଡିଏସପି l