ଗଜପତି ଜିଲ୍ଲାର ୪୭ ତମ ଜିଲ୍ଲା ପରିଷଦ ବୈଠକ ଅନୁଷ୍ଠିତ

0
153
ଗଜପତି ଜିଲ୍ଲାର ୪୭

ରିପୋର୍ଟ : ପ୍ରଣତି ସାବତ
କାଶୀନଗର, (୦୮/୦୫) : ଆଜି ଗଜପତି ଜିଲ୍ଲାର ୪୭ ତମ ଜିଲ୍ଲା ପରିଷଦ ଓ ଚଳିତ ନବ ନିର୍ବାଚିତ ସଭ୍ୟ ମାନଙ୍କ ପ୍ରଥମ ବୈଠକ ଅନୁଷ୍ଠିତ ହୋଇଯାଇଛି ।

ପ୍ରାପ୍ତ ସୂଚନା ମୁତାବକ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀ ଜି. ତିରୁପତି ରାଓ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଗଜପତି ଜିଲ୍ଲାର ୪୭ ତମ ବୈଠକ ରେ ବ୍ରହ୍ମପୁର ସାଂସଦ ଶ୍ରୀ ଚନ୍ଦ୍ର ଶେଖର ସାହୁ, ପାରଳା ବିଧାୟକ ଶ୍ରୀ କେ. ନାରାୟଣ ରାଓ, ମୋହନା ବିଧାୟକ ଶ୍ରୀ ଦାଶରଥି ଗୋମାଙ୍ଗ ଓ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସଂଗ୍ରାମ ଶେଖର ପଣ୍ଡା ଓ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ମଧ୍ୟ ଯୋଗ ଦେଇଥିଲେ । ଏତଦ୍ ବ୍ୟତୀତ ସମସ୍ତ ବିଭାଗ ର ଜିଲ୍ଲା ପଦାଧିକାରୀ, ସମସ୍ତ ୭ ଟି ବ୍ଲକ ର ବିଡ଼ିଓ ମଧ୍ୟ ଯୋଗ ଦେଇଥିଲେ ।

ବୈଠକ ରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ, ମନରେଗା, ଶ୍ରମ ଦିବସ ସୃଷ୍ଟି, କୃଷି, ଶିକ୍ଷା, ରାସ୍ତା ଓ କୋଠାବାଡି, ଗ୍ରାମ୍ୟ ଉନ୍ନୟନ, ସ୍ୱାସ୍ଥ୍ୟ, ଜଳ ଯୋଗାଣ ଇତ୍ୟାଦି ସମସ୍ତ ବିଷୟ ନେଇ ଆଲୋଚନା ହୋଇଥିଲା । ଚଳିତ ବର୍ଷ ର ଉନ୍ନୟନ ଖସଡ଼ା ପ୍ରସ୍ତୁତି ସମ୍ପର୍କରେ ଆଲୋଚନା ହୋଇଥିଲା । ସାଂସଦ ଶ୍ରୀ ସାହୁ ଲୋକଙ୍କ ଅସ୍ତ ଭାଜନ ହେବା ଭଳି କାର୍ଯ୍ୟ କରିବାକୁ ପ୍ରସ୍ତାବ ଦେଇଥିଲେ ।

ଜିଲ୍ଲାର ସମଗ୍ର ଉନ୍ନତି କିଭଳି ହେବ ସେ ନେଇ ଦୃଷ୍ଟି ଦିଆଯିବ ବୋଲି ଅଧ୍ୟକ୍ଷ ଶ୍ରୀ ତିରୁପତି ରାଓ ପ୍ରକାଶ କରିଥିଲେ । ଶାନ୍ତି ଶୃଙ୍ଖଳା ରେ ବୈଠକ ସମାପ୍ତି ହୋଇଥିଲା ।